Hindi News >>Home >>Odisha State

Junior Teacher: ଚାକିରି ଆଶାୟୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଲାଗିଲା ରୋକ

ଫଟୋ ଯାଂଚ ପରେ ଏବଂ ବାୟୋମେଟ୍ରିକ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥାଏ । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗତକାଲି ମଧ୍ୟ ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Advertisement
Junior Teacher: ଚାକିରି ଆଶାୟୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ଲାଗିଲା ରୋକ
Stop
Zee Odisha Desk|Updated: Jan 20, 2024, 06:46 AM IST

Junior Teacher: ଭୁବନେଶ୍ୱର: ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି ବା ଓସେପା ଅଧିନରେ ହେଉଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ସୂଚନାଯୋଗ୍ୟ ଏହି ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ହାଇକୋର୍ଟରେ ଏକ ପିଟିସନ ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ ବୋଲି ଜଣାପଡ଼ିଛି। ଯାହା ଫଳରେ ଚାକିରି ଆଶାୟୀଙ୍କୁ ହାଇକୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। 

ଏଠାରେ କହି ରଖୁ କି ଆଜି ଓ କାଲି ଅର୍ଥାତ ଜାନୁଆରୀ ୨୦ ଓ ୨୧ ତାରିଖରେ ନିଯୁକ୍ତି ଜନିତ ଡକୁମେଣ୍ଟ ଯାଞ୍ଚ ପାଇଁ ଓସେପା ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ରୋକ ଲଗାଯିବା ପରେ ପରବର୍ତ୍ତି ଶୁଣାଣି ପାଇଁ ଯାହା ନିଷ୍ପତ୍ତି ନେବେ ଓସେପା କର୍ତ୍ତୃପକ୍ଷ। ମୋଟ ୨୦ ହଜାର ନିଯୁକ୍ତି ପାଇଁ ଓସେପା ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୧୮୮୦୫ ଜଣଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ ପାଇଥିଲା। ଏହି ମେରିଟ ଲିଷ୍ଟ ସାମ୍ନାକୁ ଆସିବା ପରେ ଦୁର୍ନିତୀର ଗନ୍ଧ ବାରିଥିଲେ ଆଶାୟୀମାନେ। 

ଏହାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଥିଲା। ଆଜି ବି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଚାକିରୀ ଆଶାୟୀ ଧାରଣାରେ ବସିଛନ୍ତି। ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି। ତାହା ଜାଣିବା ପାଇଁ ଓସେପା ଅଫିସ ସାମ୍ନାରେ ଭିଡ଼ ଜମିଛି। କାହାର କେତେ ମାର୍କ ରହିଛି ଜାଣିବା ପାଇଁ ଆରଟିଆଇରେ ଆବେଦନ କରିବାକୁ ଚାହୁଁଛନ୍ତି ପରୀକ୍ଷାର୍ଥୀ। ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓସେପା କର୍ତ୍ତୃପକ୍ଷ। କହିଛନ୍ତି ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ। ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । ଫଟୋ ଯାଂଚ ପରେ ଏବଂ ବାୟୋମେଟ୍ରିକ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥାଏ । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଗତକାଲି ମଧ୍ୟ ଶହ ଶହ ଚାକିରୀ ଆଶାୟୀ ଓସେପା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

Read More
{}{}