Hindi News >>Home >>Odisha State

Odisha Weather: ତାଣ୍ଡବ ରଚିଲା କାଳ ବୈଶାଖୀ, ବଜ୍ରପାତରେ ଜଣେ ମୃତ

Odisha Weather: ସାରା ଓଡିଶା ଏବେ ଗ୍ରୀଷ୍ମ ର କଡେଇରେ ସିଝୁଥିବା ବେଳେ, ଓଡିଶା ପାଣିପାଗ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲାକୁ ରେଡ ୱାରନିଙ୍ଗ ଜାରି କରିଥିବା ବେଳେ, ଅଚାନକ ମାଡିଆସିଲା କାଳବୈଶାଖୀ ଫଳରେ ଗଜପତି ଜିଲ୍ଲା ମୋହନା ବ୍ଲକର ଅନେକ ସ୍ଥାନ ପ୍ରଭାବିତ ହୋଇଛି।

Advertisement
Odisha Weather: ତାଣ୍ଡବ ରଚିଲା କାଳ ବୈଶାଖୀ, ବଜ୍ରପାତରେ ଜଣେ ମୃତ
Stop
PREMANANDA PUJARI|Updated: Apr 27, 2024, 11:35 AM IST

Odisha Weather: ସାରା ଓଡିଶା ଏବେ ଗ୍ରୀଷ୍ମ ର କଡେଇରେ ସିଝୁଥିବା ବେଳେ, ଓଡିଶା ପାଣିପାଗ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲାକୁ ରେଡ ୱାରନିଙ୍ଗ ଜାରି କରିଥିବା ବେଳେ, ଅଚାନକ ମାଡିଆସିଲା କାଳବୈଶାଖୀ ଫଳରେ ଗଜପତି ଜିଲ୍ଲା ମୋହନା ବ୍ଲକର ଅନେକ ସ୍ଥାନ ପ୍ରଭାବିତ ହୋଇଛି।

ବଜ୍ରାଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୋହନା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଗତକାଲି ରାତିରେ କାଳ ବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇଥିଲ । ସେହି ସମୟରେ ବେତାରର୍ଶିଂ ଗାଁରେ ପ୍ରମୋଦ କୁମାର ଦଳାଇ ଘର ବାହାରକୁ ପରିସ୍ରା କରିବାକୁ ଯାଇଥିବା ବେଳେ ସେହି ସମୟରେ ବଜ୍ରପାତ ହୋଇଥିଲା l ପରିବାର ଲୋକେ ବୃଦ୍ଧଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମୋହନା ମେଡ଼ିକାଲ୍ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଖବର ପାଇ ମେଡ଼ିକାଲ୍ ରେ ପହଞ୍ଚି ପୋଲିସ ମୃତ ଦେହ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛନ୍ତି।

ସେପଟେ ମୋହନା ବ୍ଲକ ଲବାରସିଂ ଗ୍ରାମ ପଂଚାୟତ ଟାଙ୍କିଲି ପଦର ଗ୍ରାମର କଳାକୃଷ୍ଣ ମହାଙ୍କୁଡ଼ ନାମକ ଏକ ବ୍ୟକ୍ତି ଯାହାର ଝଡ ଏବଂ ପବନରେ ନିଜର ଘର, ଛେଳି ଗୁହାଳ ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି ଏବଂ ସେହି ଗୁହାଳରେ ଛେଳି ବି କିଛି ମରିଥିବା କଳାକୃଷ୍ଣ କହିଛନ୍ତି। ଏପଟେ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା ବେଳେ ପ୍ରାନିଚିକିଶ୍ଚା ବିଭାଗର ପାଖରେ ମଧ୍ୟ ସୂଚନା ନାହିଁ ଏବଂ ଅନେକ ସ୍ଥାନରେ ରାସ୍ତା ମଝିରେ ଗଛ ପଡି 326 ନମ୍ବର ଜାତୀୟ ରାଜପଥ କିଛି ସମୟପାଇଁ ଯାତାୟାତ ଠପ ହେଇଯାଇଥିଲା ବର୍ତ୍ତମାନ ସୁଦ୍ଧା ବର୍ଷା ଘଡଘଡି ଲାଗିରହିଛି ।

{}{}