Hindi News >>Home >>Odisha State

ରାଜକନିକାରେ ଅଘଟଣ, କୁମ୍ଭୀର ନେଲା ମଣିଷ ଜୀବନ

ମଙ୍ଗଳବାର ଦିନ ଗାଁରେ ଥିବା ଏକ ପୋଖରୀକୁ ସ୍ଥାନୀୟ ବାସିନ୍ଦା ସନାତନ ସାମଲ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସନାତନ ଘରକୁ ଫେରିନଥିଲେ । 

Advertisement
ରାଜକନିକାରେ ଅଘଟଣ, କୁମ୍ଭୀର ନେଲା ମଣିଷ ଜୀବନ
Stop
Soubhagya Ranjan Mishra|Updated: Jun 05, 2024, 05:12 PM IST

କେନ୍ଦ୍ରାପଡା: ରାଜକନିକା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁରୁ ଏକ ଏଘଟଣ ସାମ୍ନାକୁ ଆସିଛି । ଗାଁର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଆକ୍ରମଣ କରିବା ସହ ତାଙ୍କ ଜୀବନ ନେଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ୦୪ ଜୁନ ମଙ୍ଗଳବାର ଦିନ ଗାଁରେ ଥିବା ଏକ ପୋଖରୀକୁ ସ୍ଥାନୀୟ ବାସିନ୍ଦା ସନାତନ ସାମଲ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସନାତନ ଘରକୁ ଫେରିନଥିଲେ । ମନରେ ସନ୍ଦେହ ହେବାରୁ ଘର ଲୋକେ ସନାତନଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ପୋଖରୀ ତୁଠରେ ସନାତନଙ୍କ ଚପଲ ଏବଂ ସାଇକେଲ ଥିବାର ଦେଖି ମନରେ ସନ୍ଦେହ ଉପୁଜିଥିଲା । ତେବେ କୌଣସି ସନ୍ଧାନ ନମିଳିବାରୁ ଘର ଲୋକେ ସନାତନଙ୍କ ଅପେକ୍ଷାରେ ଘରେ ରହିଥିଲେ । ତେବେ ଆଜି ବୁଧବାର ସକାଳ ସମୟରେ ଗାଁର ଅନ୍ୟ ଲୋକମାନେ ପୋଖରୀ ରାସ୍ତାରେ ଯିବା ସମୟରେ ହଠାତ୍ ଏକ ଦୃଶ୍ୟ ତାଙ୍କ ଆଖିରେ ପଡିଥିଲା । ସନାତନଙ୍କୁ ପୋଖରୀ ମଧ୍ୟରେ ଏକ କୁମ୍ଭୀର ଝୁଣି ଖାଉଥିଲା । ଏହା ଦେଖି ଲୋକମାନେ ପରିବାର ସଦସ୍ୟଙ୍କୁ ଖବର ଦେବା ପରେ ପୋଖରୀରୁ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରାଯାଇଛି । ରାଜକନିକା ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ କରୁଥିବା ସୂଚନା ମିଳିଛି ।

Also Read- ବିଜୟ ପରେ ଦେବାଦେବୀଙ୍କ ଆଶୀର୍ବାଦ ନେଲେ ବିଜୟୀ ପ୍ରାର୍ଥୀ

Also Read- Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଦେବ ୫ଟି ରାଶିରେ ବଡ଼ ପ୍ରଭାବ

Read More
{}{}