Hindi News >>Home >>Odisha State

World Space Day: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳିତ

Shri Jagannath Sanskrit Vishvavidyalaya Puri: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଯାଇଛି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ।

Advertisement
World Space Day: ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳିତ
Stop
Zee Odisha Desk|Updated: Oct 04, 2023, 11:40 PM IST

Shree Jagannath Sanskrit University Puri: ବୈଦିକ ଗଣିତ ଏବଂ ସଂସ୍କୃତ ହେଉଛି ଇସ୍ରୋ ସଫଳତାର ମୂଳସୂତ୍ର। ଏହାକୁ ଆଗକୁ ନେଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ୱଗୁରୁ ହେବାକୁ ଯାଉଛି ଭାରତ। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବିଶ୍ଵ ଅନ୍ତରୀକ୍ଷ ସପ୍ତାହ। ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଉପନିର୍ଦ୍ଦେଶକ ପି.ସୁନୀଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ସେମାନଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚନ୍ଦ୍ରଯାନର ସଫଳତା ଏବଂ ମହାକାଶ ବିଜ୍ଞାନକୁ ନେଇ ବିଭିନ୍ନ ପ୍ରଦର୍ଶନୀ ସହ ମଡେଲ୍ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ବେଶ୍ ଖୁସି ପ୍ରକଟ କରିଥିଲେ।

ଅକ୍ଟୋବର ୪ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଛି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇସ୍ରୋ ଶ୍ରୀହରିକୋଟା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ରର ଉପନିର୍ଦ୍ଦେଶକ ପି.ସୁନୀଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରାଇଥିଲେ। ସେମାନଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। 

ପ୍ରବାଦ ପୁରୁଷ ରୂପେ ଦେଶ ବିଦେଶରେ ଜଣାଶୁଣା ବିଜୁ ପଟ୍ଟନାୟକଙ୍କ ପ୍ରୟାସ କାରଣରୁ ହାଇଦ୍ରାବାଦ ଠାରେ ହେବାକୁ ଥିବା ଆଇଏମଏମଟି ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି ବୋଲି କହିଥିଲେ ଆଇଆଇଏମଟି ସିଏସଆଇଆର ନିର୍ଦେଶକ ଡକ୍ଟର ରାମାନୁଜ ନାରାୟଣ।। ଟିଭି ସାଟେଲାଇଟ ଠାରୁ ଆରମ୍ଭ କରି ରକେଟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଭାରତୀୟ ମହାକାଶ ଗଣେଷଣା ସଂସ୍ଥାର ଅବଦାନ ରହିଛି। ଗଣମାଧ୍ୟମ ଏବଂ ବୈଜ୍ଞାନିକ ଏକ ହେଲେ ଆଶ୍ଚର୍ଯ୍ୟ ଜନକ ସଫଳତା ମିଳିବ ବୋଲି କହିଛନ୍ତି ଆଇଆଇଏମଟି ସିଏସଆଇଆର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ। 

ନିକଟରେ ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ଅଭିଯାନର ସଫଳତା ଏବଂ ଆଦିତ୍ୟ ଏଲ୍ ଭି ମିଶନ ସମ୍ପର୍କରେ ସେ ଉଦବୋଧନ ଦେଇଛନ୍ତି। ଏନେଇ ସେ କହିଛନ୍ତି ସଂସ୍କୃତ ଭାଷା ଦେଶର ପ୍ରାୟ ସବୁ ଭାଷାର ଜନନୀ। ସଂସ୍କୃତ ସହ ମହାକାଶ ବିଜ୍ଞାନ ଅଧ୍ୟୟନ କଲେ ଛାତ୍ରଛାତ୍ରୀ ଅସମ୍ଭବକୁ ସମ୍ଭବ କରିପାରିବେ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ବିଶ୍ୱରେ ଭାରତୀୟ ମହାକାଶ ଗଣେଷଣା ସଂସ୍ଥାର ଭୂମିକା ସମ୍ପର୍କରେ ଜାଣିପାରିବେ। ଏପରିକି ଇସ୍ରୋ ବୈଜ୍ଞ୍ୟାନିକଙ୍କ ଦ୍ୱାରା ଚନ୍ଦ୍ରୟାନ ଅଭିଯାନର ସଫଳତାକୁ ନେଇ ବେଶ୍ ଅନୁପ୍ରାଣିତ ହୋଇଛନ୍ତି। ସେପଟେ ଇସ୍ରୋ ଏହି ପ୍ରୟାସ ଜାରି ରହିବା ସହ ଆଗକୁ ଚନ୍ଦ୍ରଯାନ ୪-୫-୬ ଅଭିଯାନ ମଧ୍ୟ ମହାକାଶକୁ ପଠାଯିବ। 

ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ ଓଡିଶାର ପ୍ରମୁଖ ଅବଦାନ ମଧ୍ୟ ରହିଥିବା ଇସ୍ରୋ ଉପନିର୍ଦ୍ଦେଶକ ପି.ସୁନୀଲ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଆଇଆଇଏମଟି ସିଏସଆଇଆର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ, ଶ୍ରୀଜଗନ୍ନାଥ ବିଶ୍ଵବିଦ୍ୟାଳୟ କୁଳପତି ରବୀନ୍ଦ୍ର କୁମାର ପଣ୍ଡା, ବିଶ୍ଵ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅମିତାଭ ମହାନ୍ତି, ରେଜିଷ୍ଟ୍ରାର ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ତରୀକ୍ଷ ବିଜ୍ଞାନକୁ ନେଇ ପ୍ରଦର୍ଶନୀ ସହ ମଡେଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଦୁଇ ଅତିଥି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। 

ଏହି କାର୍ଯ୍ୟକ୍ରମ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଶିକ୍ଷକ,ବୁଦ୍ଧିଜୀବୀ, ମହାକାଶ ବିଜ୍ଞାନ ପ୍ରେମୀ ଉପସ୍ଥିତ ଥିଲେ। ପରେ ବିଶ୍ୱବିଦ୍ୟାଳୟର ଏକ କକ୍ଷରେ ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମହାକାଶ ଯାତ୍ରାର ସଫଳତାକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ଆର୍ଯ୍ୟଭଟ୍ଟଙ୍କ ଗାଣିତିକ ସୂତ୍ର ଠାରୁ ଆରମ୍ଭ ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁକୁ ସେଥିରେ ସ୍ଥାନିତ କରାଯାଇଥିଲା। ଯାହାକୁ ସିଧାସଳଖ ସ୍ୱଚକ୍ଷୁରେ ଦେଖି ଛାତ୍ରଛାତ୍ରୀ ବେଶ୍ ଖୁସି ପ୍ରକଟ କରିବା ସହ ଇସ୍ରୋ ପକ୍ଷରୁ କରାଯାଇଥିବା ପ୍ରୟାସକୁ ଧନ୍ୟବାଦ ଜଣାଇଥିଲେ।

Read More
{}{}