Hindi News >>Home >>Odisha State

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେବା ମାମଲାରେ ବଦଳି ହେଲେ ଅନୁଗୁଳ ଡିଆଇଜି, ଜାଣନ୍ତୁ ପୂରା ଘଟଣା

Angul DIG Brijes Ray transferred: ହୋମଗାର୍ଡ ପିଡ଼ୀତା ଏହି ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଯାହାଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି ।   

Advertisement
ସୌ: ସୋସିଆଲ ମିଡିଆ
Stop
Susanta Kumar Dash|Updated: Aug 22, 2023, 08:48 PM IST

Angul DIG Brijes Ray transferred: ଜଣେ ମହିଳା ହୋମଗାର୍ଡଙ୍କୁ (Woman home guard) ନିର୍ଯାତନା ଅଭିଯୋଗ ଆସିବା ପରେ, ଅନୁଗୁଳ ଡିଆଇଜି ବ୍ରିଜେଶ ରାୟଙ୍କ (DIG Brijes) ବଦଳି କରାଯାଇଛି । ଡିଆଇଜି ବ୍ରିଜେଶ ରାୟଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ସୂଚନା ମିଳିଛି । ଅନୁଗୁଳ (Angul) ଜିଲ୍ଲାର ଡି.ଆଇ.ଜି ବ୍ରିଜେଶ କୁମାର ରାଏଙ୍କ ଘରେ ଏହି ମହିଳା ହୋମଗାର୍ଡ କାମ କରୁଥିଲେ । ସେ ଘରର ସବୁ କାମ କରୁଥିଲେ ସୁଦ୍ଧା କାମ ଭୁଲ ହେଲେ ଡି.ଆଇ.ଜି ଙ୍କ ପତ୍ନୀ ତାଙ୍କୁ ମାଡ ମାରନ୍ତି ଓ ନିର୍ଯାତନା ଦିଅନ୍ତି ଜଣାପଡ଼ିଛି । ଏସବୁ ନେଇ ମହିଳା ହୋମଗାର୍ଡ ପୋଲିସ ଡିଜି ଓ ହୋମଗାର୍ଡ ଡିଜିଙ୍କୁ ଚିଠି ଲେଖି ଜଣାଇବା ପରେ ବି କିଛି ସମାଧାନ ନ ହେବାରୁ ଓ ମାଡ଼ ଗାଳି ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଇଥିଲେ ।

ଆତ୍ମହତ୍ୟା କରିବାକୁ ଯାଇ ଟ୍ରେନ ଲାଇନରେ ତାଙ୍କର ଦୁଇଟି ଗୋଡ କଟିଯାଇ ଥିବା ବେଳେ ତାଙ୍କର ଜୀବନ ବଞ୍ଚିଯାଇଛି । ଏବେ ସେ କଟକ ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଚିକିତ୍ସା ନିମନ୍ତେ ସହାୟତା ରାଶି ପ୍ରଦାନ ଓ ଝିଅକୁ ଚାକିରୀ ପାଇଁ ଦାବୀ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ସ୍ଥାନକୁ ସୋରିନ୍ଦ୍ରୀ ଦରଖାସ୍ତ ଲେଖିଛନ୍ତି । ଘଟଣାକୁ ଜାତୀୟ ମାନବାଧିକାର କମିଶନ ମଧ୍ୟ ତଦନ୍ତ କରୁଥିବା ସୂଚନା ମିଳିଛି ।

କ'ଣ ଥିଲା ପୂରା ମାମଲା
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ହୋମଗାର୍ଡ ଏହି ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଯାହାଫଳରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ କଟକର ଅଶ୍ଵିନୀ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

ଭାରତୀୟ ଜନତା ପାର୍ଟି ଉପ ସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ ମହିଳା ହୋମଗାର୍ଡ ସୈରେନ୍ଦ୍ରି ସାହୁଙ୍କୁ ନାୟ ପ୍ରଦାନ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏଥି ସହିତ ମହିଳା ହୋମଗାର୍ଡ ଙ୍କୁ ଆତ୍ମହତ୍ୟା କରିବା ପାଇଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । 

ଏଠାରେ କହିରଖୁଛୁ ଯେ ଗତ କିଛି ଦିନ ପୂର୍ବେ ଅନୁଗୁଳ ଜିଲ୍ଲାରେ ମହିଳା ହୋମ ଗାର୍ଡ ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରେ ଘରୋଇ କାର୍ଯ୍ୟରେ ନିୟୋଜିତ କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀ ଙ୍କ ଧର୍ମ ପତ୍ନୀଙ୍କ ନିର୍ଯ୍ୟାତନା ଶିକାର ହୋଇ ଶେଷରେ ମହିଳା ହୋମ ଗାର୍ଡ ଜଣଙ୍କ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏ ସ୍ଥିତ ଏକ ଘରୋଇ ନରସିଂହ ହୋମରେ ଚିକିତ୍ସିତ ହେଉଛନ୍ତି । ଏବେ ସେ ଆଇସିୟୁ ରେ ଅଛନ୍ତି । ଚିକିତ୍ସକ ମାନେ ତାଙ୍କର ଦୁଇଟି ଗୋଡକୁ ବାଦ ଦେବାକୁ ବାଧ୍ୟ ହୋଇଥିଲେ । 

ଏହି ଘଟଣା କୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେପିର ଏକ ପ୍ରତିନିଧି ଦଳ ଆଜି ଅପରାହ୍ନରେ ଘରୋଇ ନର୍ସିଂ ହୋମ କୁ ଯାଇ ମହିଳା ହୋମ ଗର୍ଡକୁ ଭେଟିବାର୍ କାର୍ଯ୍ୟ କ୍ରମ ଥିଲା ମାତ୍ର ନର୍ସିଂ ହୋମ କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ଭେଟି ବା ପାଇଁ ଅନୁମତି ଦେଇନଥିଲେ । ଯାହାଫଳରେ ବିଜେପିର ପ୍ରତିନିଧି ଦଳ ଏବଂ ନର୍ସିଂ ହୋମର କର୍ତ୍ତୃପକ୍ଷଙ୍କ ସହିତ କଥା କଟା କଟି ହୋଇଥିଲା । ପ୍ରତିନିଧି ଦ ଙ୍କୁ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ଏହାପରେ  ବିଜେପି ପ୍ରତିନିଧି ଦଳ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଭେଟି ପୀଡ଼ିତାଙ୍କ ସମ୍ପର୍କ ରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ପୀଡ଼ିତାଙ୍କୁ ଯେପରି ନ୍ୟାୟ ମିଳିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ। 

ମହିଳା ଉପ ସଭାପତି ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ମାନଙ୍କୁ ଏହି ଘଟଣାକୁ ନିନ୍ଦା କରି ଏହା ଓଡ଼ିଶା ପାଇଁ ଏକ ସମ୍ମାନ ଘଟଣା ବୋଲି ପ୍ରକାଶ କରିଥିଲେ। ପ୍ରତିନିଧି ଦଳରେ ସ୍ମୃତିତେଖା ପଟ୍ଟନାୟକ, ରସ୍ମୀରେଖା ଦାସ, ଲଲାଟେନ୍ଦୁ ବଡୁ, ସିକନ୍ଦର ଅଲ୍ଲୀ ବାକ୍ସ ଏବଂ ଦଳର ବହୁ ବରିଷ୍ଠ ପଦାଧିକାରୀ ମାନେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଥିଲେ ।

Read More
{}{}