Hindi News >>Home >>Odisha State

Weather Update: ଆଜିଠାରୁ କମିବ ତାତି, ୨୩ ଯାଏଁ କାଳବୈଶାଖୀ ଯୋଗୁଁ ଅନେକ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ ନେଇ ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଆଗମୀ ୨୩ ତାରିଖ ଯାଏଁ ବର୍ଷା ନେଇ ସମ୍ଭାବନା ରହିଛି । ଏହାସହ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Advertisement
Weather Update: ଆଜିଠାରୁ କମିବ ତାତି, ୨୩ ଯାଏଁ କାଳବୈଶାଖୀ ଯୋଗୁଁ ଅନେକ ଜିଲ୍ଲାକୁ ଆଲର୍ଟ ଜାରି
Stop
Payal Priyadarshini|Updated: Mar 18, 2024, 06:21 AM IST

Weather Update: ଅସହ୍ୟ ଗରମରୁ ଆଶ୍ବସ୍ତି ପାଇବେ ରାଜ୍ୟବାସୀ । ଆଗକୁ ଖରା ସାଙ୍ଗକୁ କମିବ ତାପମାତ୍ରା । ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ ନେଇ ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଆଗମୀ ୨୩ ତାରିଖ ଯାଏଁ ବର୍ଷା ନେଇ ସମ୍ଭାବନା ରହିଛି । ଏହାସହ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ନେଇ ଆଶଙ୍କା ରହିଛି । ସୋମବାର ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଅଞ୍ଚଳ ଓ କନ୍ଧମାଳ, କଳାହାଣ୍ତି ଓ ବୌଦ୍ଧର କିଛି ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣ ବର୍ଷା ସହ ବଜ୍ରପାତ ହୋଇପାରେ । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଜଗତସିଂହପୁର, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ବଳୟ ରହୁଥିବାରୁ ଜଳୀୟ ବାଷ୍ପ ମାତ୍ରା ଯଥେଷ୍ଟ ଅଧିକ ରହିବ। ଏଥିସହ ବାୟୁମଣ୍ତଳର ମଧ୍ୟ ଭାଗରୁ ଉପରି ଭାଗ ମଧ୍ୟରେ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ବେଳକୁ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ମଧ୍ୟ ରହିଛି।

ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା, କୁଆପଥର ବର୍ଷା, ଝଡ଼ବର୍ଷା ନେଇ ଆଶଙ୍କା ଥିବାରୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଢେଙ୍କାନାଳ, କଟକ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୨୧ ତାରିଖ କଟକ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାରରେ ୩୦ରୁ ୪୦ କିମି ବେଗରେ ପବନ ସହ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୨ ଓ ୨୩ରେ ବଡ଼ ବର୍ଷା ହେବା ନେଇ ସମ୍ଭାବନା କମ୍ ରହିଛି । ସମ୍ଭାବ୍ୟ ବର୍ଷା, ପବନ ଓ ବଜ୍ରପାତ ନେଇ ଜିଲ୍ଲା ପ୍ରଶାସନକୁ ସତର୍କତା ସୂଚନା ଜାରି ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଓ ଘଡ଼ଘଡ଼ି ବେଳେ ଖୋଲା ଆକାଶ ତଳେ ନ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଚାଷୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।

{}{}