Hindi News >>Home >>Odisha State

Vijayadashami Celebration 2023: ଶ୍ରୀକ୍ଷେତ୍ରରେ ଧୂମଧାମରେ ପାଳିତ ହେଲା ବିଜୟା ଦଶମୀ

Puri  Vijayadashami Celebration: ବେଶ ଧୂମଧାମର ସହ ଶ୍ରୀକ୍ଷେତ୍ରରେ ପାଳିତ ହୋଇଯାଇଛି ବିଜୟା ଦଶମୀ। ବିଭିନ୍ନ ପୂଜା ମଣ୍ଡପରେ ପୁଜା ପାଉଥିବା ଆକର୍ଷଣୀୟ ଗୋଷାଣୀ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

Advertisement
Vijayadashami Celebration 2023: ଶ୍ରୀକ୍ଷେତ୍ରରେ ଧୂମଧାମରେ ପାଳିତ ହେଲା ବିଜୟା ଦଶମୀ
Stop
Zee Odisha Desk|Updated: Oct 25, 2023, 12:14 AM IST

Vijayadashami Celebration at Puri: ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ସମଗ୍ର ଦେଶରେ ପାଳିତ ହୋଇଯାଇଛି ବିଜୟା ଦଶମୀ ସହ ଦଶହରା। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ରାବଣ ପୋଡ଼ି କାର୍ଯ୍ୟକ୍ରମ। ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଏହି ପର୍ବ ପାଳିତ ହୋଇଥାଏ। ଦଶହରା, ଦୁର୍ଗାପୂଜା ସହ ବିଜୟା ଦଶମୀ ପାଇଁ ରାଜ୍ୟର ପୁରପଲ୍ଲୀ  ଠାରୁ ଆରମ୍ଭ କରି ସହର ବଜାର ହୋଇଉଠିଛି ଉତ୍ସବ ମୁଖର। ଯେଉଁଥିରୁ ବାଦ ପଡ଼ିନାହିଁ ଶ୍ରୀକ୍ଷେତ୍ର ପୁରୀ। 

ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ବିସର୍ଜନ ହୋମ ସହ ପନ୍ତି ନିତୀ ଅନୁଷ୍ଠିତ ହୋଇଛି। ଆଜିର ଏହି ପବିତ୍ର ଦିବସରେ ମାଆଙ୍କୁ ଦର୍ଶନ ସହ ଆଶୀର୍ବାଦ ନେବା ପାଇଁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଲାଗି ରହିଥିଲା। କେବଳ ପୁରୀ କାହିଁକି ପୁରୀ ବାହାରୁ ଅନେକ ଭକ୍ତ ତଥା ପର୍ଯ୍ୟଟକ ପୁରୀ ଆସି ବିଜୟା ଦଶମୀରେ ମାଆଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି। ବିଶେଷ କରି ପୁରୀ ସହରର ବିଭିନ୍ନ ପୂଜା ମଣ୍ଡପରେ ପୁଜା ପାଉଥିବା ଆକର୍ଷଣୀୟ ଗୋଷାଣୀ ମୂର୍ତ୍ତି ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇଛନ୍ତି। ସେମାନେ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ମୂର୍ତ୍ତି ଦେଖିବା ସହ ଆକର୍ଷଣୀୟ ସାଜସଜ୍ଜା ଦେଖୁଛନ୍ତି।

ସେପଟେ ପୁରୀ ବାସିନ୍ଦା ମାଆ ଗୋଷାଣୀଙ୍କ ଦର୍ଶନ ପାଇଁ ବିଭିନ୍ନ ମଣ୍ଡପ, ପୀଠ ଯାଇ ପୂଜାର୍ଚ୍ଚନା କରି ମାଆଙ୍କ ଆଶୀର୍ବାଦ କାମନା କରିଛନ୍ତି। ତେବେ ବାରବାଟୀ ଗୋଷାଣୀ ପୁଜା କମିଟି ସମ୍ପାଦକ ମଦନ ମୋହନ ଖୁଣ୍ଟିଆ କହିଛନ୍ତି ଚଳିତ ବର୍ଷ ବେଶ ଧୂମ୍ ଧାମରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଛି। ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସି ମାଆ ଗୋଷାଣୀଙ୍କୁ ଦର୍ଶନ କରୁଛନ୍ତି। ଆସନ୍ତାକାଲି ଗୋଷାଣୀ ଯାତ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଦେବ ସଭା ହେବ। ପୁରୀ ସହରର ସବୁ ଗୋଷାଣୀ, ନାଗା ମୂର୍ତ୍ତି ଏକତ୍ରୀତ ହୋଇ ମହାପ୍ରଭ ଙ୍କ ଏକାଦଶୀ ମହାଦୀପ ଉଠିବା ପରେ ଭସାନ ପାଇଁ ପ୍ରସ୍ତୁତି ହେବ। 

ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ଶାନ୍ତି ଶୃଙ୍ଖଳାରେ ସବୁ ସମାପନ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି ବୋଲି ବାରବାଟି ଗୋଷାଣୀ ପୁଜା କମିଟି ପକ୍ଷରୁ କୁହାଯାଇଛି। ସେପଟେ ଶ୍ରୀକ୍ଷେତ୍ରରେ ଗୋଷାଣୀ ମେଢ଼ ଏକାଦଶୀରେ ଭସାନ ହେଉଥିବା ବେଳେ ପରମ୍ପରା ଅନୁଯାଇ ଦେଵୀ ବିମଳ ଙ୍କ ପ୍ରତିନିଧି ମାଆ କାକୁଡି ଖାଇଙ୍କ ମୂର୍ତ୍ତିର ଆଜି ଦଶମୀରେ ଜଳରେ ବିସର୍ଜନ ହେବ। ପରମ୍ପରା ଅନୁଯାୟୀ କାକୁଡି, ପାଣି କଖାରୁ ବଳି ନୀତି ଅନୁଷ୍ଠିତ ହେବ।

Read More
{}{}