Hindi News >>Home >>Odisha State

Train catches fire: ପିଛା ଛାଡୁନି ଅଘଟଣ, ପୁଣି ଦୁଇଟି ଟ୍ରେନରେ ଲାଗିଲା ନିଆଁ

Train catches fire: ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ଥିବା ବେଳେ ଏହାର ଗୋଟିଏ ୱାଗନରୁ ହଠାତ୍ ଧୂଆଁ ବାହାରିଥିଲା। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଧୂଆଁକୁ ଆୟତ୍ତ କରିଥିଲା। 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jun 10, 2023, 11:30 AM IST

Odisha train catches fire: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେନସନରେ (Bahanaga train accident) ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ରାଜ୍ୟରେ ତାପରକୁ ତାପର ଘଟି ଚାଲି ଅନେକ ରେଳ ଦୁର୍ଘଟଣା । ଶନିବାର ସକାଳେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ୱାଗନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିଲା । ଏହା ଦେଖି ଷ୍ଟେସନରେ ଛିଡା ହୋଇଥିବା ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ସୂଚନା ମୁତାବକ, ଭଦ୍ରକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବାଲୁଗାଁ ୨ନଂ ପ୍ଲାଟଫର୍ମରେ ଅଟକି ଥିବା ବେଳେ ଏହାର ଗୋଟିଏ ୱାଗନରୁ ହଠାତ୍ ଧୂଆଁ ବାହାରିଥିଲା। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଧୂଆଁକୁ ଆୟତ୍ତ କରିଥିଲା। ତେବେ ପରିସ୍ଥିତି ସ୍ୱାଭାବିକ ଥିବାବେଳେ କୌଣସି ଅଘଟଣ ଘଟି ନଥିବା ଜଣାପଡ଼ିଛି । ଅତ୍ୟନ୍ତ ଗରମ କାରଣରୁ ଏପରି ହୋଇଥାଏ ପାରେ ବୋଲି ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

ସେପେଟେ ଆଜି ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନରେ ନିଆଁ  ଲାଗିଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ୨ ଦିନ ଧରି ବାଲେଶ୍ବର ରୁପ୍ସା ଷ୍ଟେସନରେ (Balasore Rupsa Station) ଛିଡ଼ା ହୋଇଥିଲା । ଶନିବାର ଦିନ ସକାଳେ ଏଥିରୁ ହଠାତ୍ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଟ୍ରେନରେ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ବାହାନୀଙ୍କ ସାହାଯ୍ୟରେ ପାଣି ପକାଇଥିଲେ । ପ୍ରକାଶ ଥାଉ କି, ଧୂଆଁ ବାହାରିବା ବନ୍ଦ ହେବା ପରେ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି ।

ସୂଚନା ଥାଉ କି, ନିକଟରେ ଗୁରୁବାର ଦିନ ନୂଆପଡ଼ା ଖରିଆର ରୋଡ଼ ଷ୍ଟେସନ ମଧ୍ଯ ସମାନ ଘଟଣା ଦେଖିବାକୁ ମିଳିଥିଲା । ଷ୍ଟେସନ ନିକଟରେ ଥିବା ପୁରୀ-ଦୁର୍ଗ ଏକ୍ସପ୍ରେସରୁ ପ୍ରବଳ ଧୂଆଁ ବାହାରିଥିଲା । ପରେ ଟ୍ରେନର ଏସି କୋଚରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । ସଠିକ୍ ସମୟରେ ପହଁଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।  ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏସି କୋଚର ବ୍ରେକ୍ ବାଇଣ୍ତିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ଜଣାପଡ଼ିଥିଲା। ଟ୍ରେନ୍ ତଳେ ନିଆଁ ଜଳିବାରୁ ପ୍ରବଳ ଧୂଆଁ ବାହାରିଥିଲା । ଏମିତି କି ଟ୍ରେନର କିଛି ବଗି ଧୂଆଁରେ ସଂପୂର୍ଣ୍ଣ ଭରିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ପରେ ଟ୍ରେନଟି ତାହାର ଗନ୍ତବ୍ୟ ସ୍ଥଳକୁ ଚାଲିଯାଇଥିଲା ।

ଦେଖନ୍ତୁ -https://zeenews.india.com/hindi/zeeodisha/video/coromandel-express-accident-at-bahanaga-bazar-station/1731964

ପ୍ରକାଶ ଥାଉ, ଗତ ଜୁନ୍ ୨ ତାରିଖ ଶୁକ୍ରବାର (friday) ଦିନ ସନ୍ଧ୍ୟା ୭ଟା ସମୟରେ କରମଣ୍ଡଳ ଏକ୍ସପ୍ରେସ (coromandel express) ବାହାନଗାଠାରେ ମାଲଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବହୁ ବଗି ଟ୍ରାକର ଉଭୟ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ଏହା ପରେ ସେହି ରୁଟ୍ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଭୟଙ୍କର ଦୁର୍ଘଟଣା ଖାଲି ରାଜ୍ୟ ନୁହେଁ ସାରା ଦେଶକୁ ସ୍ବବ୍ଧ କରିଛି । ଏଥିରେ ପ୍ରାୟ ୨୮୮ ଜଣ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଶହ ଶହ ଲୋକ ଏବେ ବି ଚିକିତ୍ସିତ ଅବସ୍ଥାରେ ରହିଛନ୍ତି ।

 

 

 

Read More
{}{}