Hindi News >>Home >>Odisha State

Odisha New: ଦାବିପତ୍ର ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ସୌମ୍ୟରଂଜନ ବଡ଼ପଣ୍ଡା

Odisha New: ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲା ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା। ନୂଆଦିଲ୍ଲୀରେ ଗତ ପାଞ୍ଚ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ।

Advertisement
Odisha New: ଦାବିପତ୍ର ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ସୌମ୍ୟରଂଜନ ବଡ଼ପଣ୍ଡା
Stop
Ajay Kumar Nath|Updated: Mar 07, 2024, 09:09 AM IST

Odisha New: ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲା ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା। ନୂଆଦିଲ୍ଲୀରେ ଗତ ପାଞ୍ଚ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତିଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

 ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରାକୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ୍ନ ବରପୁତ୍ର ଙ୍କ ନାମରେ ଅନୁସନ୍ଧାନ କେନ୍ଦ୍ର,EWS କୋଟା ସାରା ଭାରତରେ ଲାଗୁ କରାଯାଉ ଏବଂ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ସ୍ଥାପନ କରାଯାଉ ବୋଲି ସୌମ୍ୟରଂଜନ ବଡ଼ପଣ୍ଡା ଦାବିପତ୍ର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ସହ ପାଖାପାଖି ୧୫ ମିନିଟ୍ ଚର୍ଚ୍ଚା କରିଥିଲେ ।

ମହାମହିମ ରାଷ୍ଟ୍ରପତି ଭୀମ ଭୋଇଙ୍କ ସମସ୍ତ ପୁସ୍ତକ ସଂସ୍କୃତରେ ଅନୁବାଦ କରିବା ପାଇଁ ଆଦେଶ ମଧ୍ୟ ଦେଇଥିଲେ। ଏଥିରେ ହରପ୍ରିୟା ବେହେରା,ପଲ୍ଲବୀ ଜେନା,ରାଜେନ୍ଦ୍ର କୁମାର ନାୟକ,ବିଭୂତି ରଞ୍ଜନ ସାହୁ, ରୁପେଶ ପ୍ରଧାନ,ସଞ୍ଜୀବ ସାହୁ,ଜ୍ଞାନରଞ୍ଜନ ବାଗ,ମୁକେଶ ରାନା,ତପସ୍ଵିନୀ ବାରିକ, ଗୌରବ ପୁରୋହିତ, ଅନୁଷୟା ପାଢ଼ୀ,ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Read More
{}{}