Hindi News >>Home >>Odisha State

OSSC Recruitment 2023: ନଭେମ୍ବର-ଡିସେମ୍ବର ମାସରେ ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ ପକ୍ଷରୁ ୯ ନିଯୁକ୍ତି ପରୀକ୍ଷା

OSSC Recruitment 2023 Notification: ଓଏସଏସସି ପକ୍ଷରୁ ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ୯ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisement
OSSC Recruitment 2023: ନଭେମ୍ବର-ଡିସେମ୍ବର ମାସରେ ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ କମିଶନ ପକ୍ଷରୁ ୯ ନିଯୁକ୍ତି ପରୀକ୍ଷା
Stop
Zee Odisha Desk|Updated: Oct 31, 2023, 10:31 PM IST

Odisha Staff Selection Commission: ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍‍ ସିଲେକ୍ସକ କମିଶନ ପକ୍ଷରୁ ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ୯ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି କମିଶନ। ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏପରିକି ପରୀକ୍ଷା ତାରିଖ ବାବଦରେ କମିଶନ ୱେବସାଇଟ୍‍ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି।
 
ଧାର୍ଯ୍ୟ ପରୀକ୍ଷା ତାରିଖ ପରିବର୍ତ୍ତନଶୀଳ ବୋଲି କହିବା ସହ ସମ୍ଭାବ୍ୟ ତାରିଖ ବାବଦରେ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ନଭେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନରେ ନିୟମିତ ସ୍କୁଲ୍‍ ଶିକ୍ଷକଙ୍କ ଲାଗି ନିଯୁକ୍ତି ପରୀକ୍ଷା ହେବ। ଏହା ଏକ ପ୍ରମାଣପତ୍ରୟ ଯାଞ୍ଚ ପରୀକ୍ଷା ବୋଲି କୁହାଯାଇଛି। ଗ୍ରୁପ୍‍-ବି ଓ ଗ୍ରୁପ ସି କମ୍ବାଇନ୍‍ଡ୍‍ ଗ୍ରାଜୁଏଟ୍‍ ସ୍ତର ପଦବୀ ଲାଗି ପୟମାଣପତ୍ର ଯାଞ୍ଚ ଚଳିତ ମାସରେ ହେବ। 

 
ଏହାପରେ ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ଆକାଉଣ୍ଟାଣ୍ଟ ନିଯୁକ୍ତି ପାଇଁ ମଧ୍ୟ ଚଳିତ ମାସରେ ଏକ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକ୍ରମ କରାଯିବ। ନଭେମ୍ବର ୧୩ ଏବଂ ୧୪ ତାରିଖ  ୨ ଦିନ ଧରି ଇଏସ୍‍ଆଇ ନିର୍ଦ୍ଦେଶାଳୟର ବିଭିନ୍ନ ବୈଷୟିକ ପଦବୀ ପାଇଁ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ୩ ତାରିଖ ଦିନ ଏହି ବିଭାଗରେ ଅମିନ ନିଯୁକ୍ତି ପାଇଁ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଅକ୍ଟୋବର ୩୧ ତାରିଖ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। 

ଏହି ପଦବୀ ଲାଗି ସିଏସ୍‍ଟି ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଡିସେମ୍ବର ୧୬ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଲାଗି ଲିଖିତ ପରୀକ୍ଷା ହେବ। ୧୭ ଡିସେମ୍ବରରେ କମ୍ବାଇନ୍ଡ୍‍ +୨ ସ୍ତରୀୟ ସ୍ପେଶାଲିଷ୍ଟ ପଦବୀ ପୂରଣ ଲାଗି ପରୀକ୍ଷା ଅନୁଷ୍ଠିତ ହେବ। ଏହା ପ୍ରାଥମିକ ପରୀକ୍ଷା ହେବ। ସେହିପରି ଗ୍ରାଜୁଏଟ୍‍ସ୍ତରୀୟ  ସ୍ପଶାଲିଷ୍ଟ ନିଯୁକ୍ତି ପରୀକ୍ଷା ଏବଂ ଜୁନିୟର ଷ୍ଟେନୋଗ୍ରାଫର ପରୀକ୍ଷା ମମଧ୍ୟ ଏହି ମାସରେ ଅନୁଷ୍ଠିତ ହେବ। ହେଲେ ଏନେଇ ତାରିଖ ଘୋଷଣା ହୋଇନାହିଁ।

Read More
{}{}