Hindi News >>Home >>Odisha State

Tata Motors: ଟାଟା ମୋଟର୍ସ ପକ୍ଷରୁ ରାଜଧାନୀରେ RVSF ସୁବିଧା କେନ୍ଦ୍ର ଆରମ୍ଭ

Recycle with Respect Tata Motors:  ଅତ୍ୟାଧୁନିକ ସୁବିଧା ତଥା ପରିବେଶ ଅନୁକୂଳ ପ୍ରକ୍ରିୟା ବ୍ୟବହାର କରି ପ୍ରତିବର୍ଷ ୧୦ ହଜାର ଗାଡ଼ିକୁ ନିରାପଦରେ ଏବଂ ନିରନ୍ତର ଭାବରେ ସ୍କ୍ରାପିଂ କରିବାର କ୍ଷମତା ରଖିଛି ଏହି ସୁବିଧା କେନ୍ଦ୍ର।

Advertisement
 Tata Motors: ଟାଟା ମୋଟର୍ସ ପକ୍ଷରୁ ରାଜଧାନୀରେ RVSF ସୁବିଧା କେନ୍ଦ୍ର ଆରମ୍ଭ
Stop
Surya Narayana Mohanty|Updated: Jul 24, 2023, 11:49 PM IST

Registered Vehicle Scrapping Facility: ଦେଶର ଅଗ୍ରଣୀ ଅଟୋମୋବାଇଲ ଉତ୍ପାଦନକାରୀ ଟାଟା ମୋଟର୍ସ ପକ୍ଷରୁ ଭୁବନେଶ୍ବର ଠାରେ ଦ୍ଵିତୀୟ (Registered Vehicle Scrapping Facility) ସୁବିଧା କେନ୍ଦ୍ର ଆରମ୍ଭ କରାଯାଇଛି। Recycle with Respect ନାମରେ ଏହି ଉନ୍ନତ ସୁବିଧା କେନ୍ଦ୍ରକୁ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟାଟା ମୋଟର୍ସ ତଥା ଓଡିଶା ସରକାରଙ୍କ ଅନ୍ୟ ପ୍ରତିନିଧୀ ଯୋଗ ଦେଇଥିଲେ। 

ଅତ୍ୟାଧୁନିକ ସୁବିଧା ତଥା ପରିବେଶ ଅନୁକୂଳ ପ୍ରକ୍ରିୟା ବ୍ୟବହାର କରି ପ୍ରତିବର୍ଷ ୧୦ ହଜାର ଗାଡ଼ିକୁ ନିରାପଦରେ ଏବଂ ନିରନ୍ତର ଭାବରେ ସ୍କ୍ରାପିଂ କରିବାର କ୍ଷମତା ରଖିଛି ଏହି ସୁବିଧା କେନ୍ଦ୍ର। ବିଭିନ୍ନ ବ୍ରାଣ୍ଡ ଦ୍ୱାରା ନିର୍ମିତ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନକୁ କରିବା ପାଇଁ ରେଜିଷ୍ଟର୍ଡ ଭେହିକିଲ ସ୍କ୍ରାଫିଂ ଫ୍ୟାସିଲିଟି (Registered Vehicle Scrapping Facility) ଆରଭିଏସଏଫ (RVSF) ଟାଟା ମୋଟର୍ସ (Tata Motors) ଦ୍ଵାରା ବିକଶିତ ଏବଂ ପରିକଳ୍ପିତ ହୋଇଛି। ଏହି ସେବାର ଉଦଘାଟନ ସର୍ବପ୍ରଥମେ ରାଜସ୍ଥାନ ରାଜଧାନୀ ଜୟପୁର ଠାରେ ଆରମ୍ଭ ହୋଇଥିଲା। ଏହି ସୁବିଧା କେନ୍ଦ୍ରର ସଫଳତାକୁ ଅନୁସରଣ କରି ଏବଂ କମ୍ପାନୀର ସ୍ଥାୟୀ ପଦକ୍ଷେପ ପାଇଁ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଟ ଚିହ୍ନିତ କରିବାକୁ ସକ୍ଷମ ହୋଇଛି।

ଓଡିଶାରେ ଟାଟା ମୋଟର୍ସ "ରେଟ ଅଫ ରିଟର୍ଣ୍ଣ" (Rate of Return) ଆରଭିଏସଏଫ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଓଡିଶା ସରକାରଙ୍କ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ଯୋଗ ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟର ନିରନ୍ତର ବିକାଶ ଦିଗରେ ଆମର ପ୍ରୟାସରେ ଏକ ମହତ୍ଵପୂର୍ଣ୍ଣ ମାଇଲଖୁଟ ହୋଇଛି। ପରିବହନ ପରିଷ୍କାର ଏବଂ ଅଧିକ ଦକ୍ଷ ମୋଡ ଗ୍ରହଣ କରିବାକୁ ଆମେ ଟାଟା ମୋଟର୍ସ ଏବଂ ଏହି ପ୍ରକଳ୍ପକୁ ସଫଳ କରିବାରେ ଜଡିତ ସମସ୍ତ ପକ୍ଷଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରୁଛୁ। ଆମର ନାଗରିକଙ୍କୁ ଆମ ସହିତ ଏକ ସଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ଏକଜୁଟ ହେବାକୁ ଅନୁରୋଧ କରୁଛୁ। 

ଏହି କାର୍ଯ୍ୟକ୍ରମରେ ସୂଚନା ଦେଇ ରାଜେଶ କୌଲ, ବିଜନେସ ହେଡ ଟ୍ରକ, ଟାଟା ମୋଟର୍ସ କହିଛନ୍ତି ଟାଟା ମୋଟର୍ସ ନିରନ୍ତର, ଇକୋ ଫ୍ରେଣ୍ଡଲି ମୋବିଲିଟି ସମାଧାନ ଏବଂ ସମ୍ପୂର୍ଣ୍ଣ ଜୀବନଚକ୍ର ପରିଚାଳନା ପାଇଁ ପ୍ରତିଶୃତିବଦ୍ଧ। ସ୍କ୍ରାପ ସାମଗ୍ରୀରୁ ସର୍ବାଧିକ ମୂଲ୍ୟ ଏବଂ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ବର୍ଜ୍ୟବସ୍ତକୁ କମ କରିଥାଏ। ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ଓଡିଶା ସରକାରଙ୍କ ଅସାଧାରଣ ପ୍ରୟାସକୁ ଆମେ କୃତଜ୍ଞତା ଜଣାଉଛୁ। ଏହି ବିକେନ୍ଦ୍ରୀକରଣ ସୁବିଧା ଆମ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଏହା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ଘଟାଇବ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପରିବେଶ ଅନୁକୂଳ ଯାନ ସ୍କ୍ରାପିଂ ଆବଶ୍ୟକତା ପୂରଣ କରିବ।

ଏକ ଅତ୍ୟାଧୁନିକ ସୁବିଧା କେନ୍ଦ୍ର ପରିବେଶ ଅନୁକୂଳ ଅଭ୍ୟାସକୁ ନିୟୋଜିତ କରିବା ଉପରେ ଧ୍ୟାନ ଦେଇ ସମସ୍ତ ବ୍ରାଣ୍ଡରେ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନକୁ ସ୍କ୍ରାପ କରିବା ପାଇଁ ଉଦ୍ଦେଶ୍ୟ-ନିର୍ମିତ। ଏହି କେନ୍ଦ୍ରରେ ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା ଉପଲବ୍ଧ ରହିଛି। ଏଠାରେ କାର୍ଯ୍ୟ ଅପରେଶନ ଏବଂ କାଗଜ ବିହୀନ ଭାବରେ ହେବ। ଅତିରିକ୍ତ ଭାବରେ ଟାୟାର, ବ୍ୟାଟେରୀ, ଇନ୍ଧନ, ତେଲ, ତରଳ ପଦାର୍ଥ ଏବଂ ଗ୍ୟାସ ସହିତ ବିଭିନ୍ନ ଉପାଦାନର ନିରାପଦ ବିସର୍ଜନ ପାଇଁ ଉତ୍ସର୍ଗୀକୃତ ଷ୍ଟେସନ ରହିଛି। ପ୍ରତ୍ୟେକ ଯାତ୍ରୀବାହୀ ଏବଂ ବାଣିଜ୍ୟିକ ଯାନର ଆବଶ୍ୟକତା ପୂରଣ ପାଇଁ ନିର୍ଦ୍ଦିଷ୍ଟ ଭାବରେ ପରିକଳ୍ପିତ ଏକ ଉପଯୁକ୍ତ ଡକ୍ୟୁମେଣ୍ଟେସନ ଏବଂ ବିଲୋପ ପ୍ରକ୍ରିୟା ଗ୍ରହଣ କରାଯାଇଥାଏ। ଏହା କରିବା ଦ୍ଵାରା ବିଲୋପ ପ୍ରକ୍ରିୟା ସବିଶେଷ ଧାନକୁ ସୁନିଶ୍ଚିତ କରେ। ସମସ୍ତ ଉପାଦାନର ନିରାପଦ ନିଷ୍କାସନକୁ ନିଶ୍ଚିତ କରିଥାଏ। ପରିଶେଷରେ "ରେଟ ଅଫ ରିଟର୍ଣ୍ଣ" ଅଟୋମୋବାଇଲ ଶିଳ୍ପ ମଧ୍ୟରେ ସ୍ଥାୟୀ ଅଭ୍ୟାସ ପ୍ରତିପାଦନ କରିବା ପାଇଁ ଏକ ସୁବିଧା ସୃଷ୍ଟି କରିଥାଏ।

 

Read More
{}{}