Hindi News >>Home >>Odisha State

Bus Strike: ଆଲୋଚନା ପରେ ବି ଶୁଣିଲେନି ସରକାର, ମଙ୍ଗଳବାର ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ

Private Bus Strike: ମଙ୍ଗଳବାର ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟରେ ବସ ଧର୍ମଘଟ (Bus Strike)। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଯୋଜନା ଆରମ୍ଭ ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ବସ ଧର୍ମଘଟ ନେଇ ରବିବାର ଦିନ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ (Bus owners association) ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 09, 2023, 10:19 AM IST

Bus Strike: ମଙ୍ଗଳବାର ଦିନଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟରେ ବସ ଧର୍ମଘଟ (Bus Strike)। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଯୋଜନା ଆରମ୍ଭ ପରିପ୍ରେକ୍ଷୀରେ ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ବସ ଧର୍ମଘଟ ନେଇ ରବିବାର ଦିନ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଂଘ (Bus owners association) ।

ସୂଚନା ଅନୁଯାୟୀ, ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ (lakshmi Bus Scheme) ବିରୋଧ କରି ମଙ୍ଗଳବାର ଠାରୁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ  (Bus owners association) ।  ଦାବି ପୂରଣ ନହେବା ଯାଏଁ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ (Bus Strike) ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ରବିବାର ଦିନ ଅଲ ଓଡିଶା ଘରୋଇ ବସ ମାଲିକ ସଂଘର (All Odisha Bus Owners Association) ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ଲକ୍ଷ୍ମୀ ବସ୍ (lakshmi Bus) ଗଡ଼ିବା ପରିପ୍ରେକ୍ଷୀରେ ଗତ ମାସ ୨୭ ତାରିଖ ବୈଠକ କରି ସରକାର ସେମାନଙ୍କ ଦାବି ନ ମାନିଲେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ହେଲେ ସରକାର (Government of Odisha) ଆଲୋଚନାକୁ ଡାକିଲେ ନାହିଁ, କି ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ଅନ୍ୟପଟେ ‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଘରୋଇ ବସ୍ (Tourist Bus) ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ ।

ଏହା ବି ପଢନ୍ତୁ-Similipal National Park: ପର୍ଯ୍ୟଟକଙ୍କ ପାଇଁ ଏହିଦିନ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ପ୍ରକାଶ ଥାଉ କି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍କୁଲ, କଲେଜ ସମେତ ଟୁର ଟ୍ରାଭେଲ ବସ (Tour Travel Bus) ସହ ସମସ୍ତ ଘରୋଇ ବସ ସେବା ବନ୍ଦ ରହିବ ବୋଲି ଅଲ ଓଡିଶା ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ (Association general secretary Debendra Sahu) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Read More
{}{}