Hindi News >>Home >>Odisha State

Odisha News: ରକ୍ତଦାନ କଲେ ପ୍ରଣବ ପ୍ରକାଶ ଦାଶ

Odisha News: ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ନିର୍ବାଚନୀ ମାହୋଲରେ ସବୁ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଥିବା ବେଳେ ସମ୍ବଲପୁର ବିଜୁ ଜନତା ଦଳ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

Advertisement
Odisha News: ରକ୍ତଦାନ କଲେ ପ୍ରଣବ ପ୍ରକାଶ ଦାଶ
Stop
Ajay Kumar Nath|Updated: Apr 25, 2024, 07:11 PM IST

Odisha News: ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ନିର୍ବାଚନୀ ମାହୋଲରେ ସବୁ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଥିବା ବେଳେ ସମ୍ବଲପୁର ବିଜୁ ଜନତା ଦଳ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

ଏହି ଶିବିରରେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରିଥିଲେ ।  ପ୍ରଣବ ପ୍ରକାଶଙ୍କ ଏହି ରକ୍ତଦାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ''ପ୍ରତିଟି ଜୀବନ ମୂଲ୍ୟବାନ'' ଉକ୍ତିକୁ ଯାଥାର୍ଥ କରିଥିଲା । ଏହି ଶିବିରରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସୁଭ୍ରାଶୁଂ ପାଢ଼ୀ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ସମ୍ବଲପୁର ଜୋନ୍ ସାଧାରଣ ସଂପାଦକ ସୁଧିର ପଣ୍ଡା, ସମ୍ବଲପୁର ନିର୍ବାଚନୀ କୋଅର୍ଡିନେଟର ଦେବୀ ଲେଙ୍କା, ଜିଲ୍ଲା ଯୁବ ଉପସଭାପତି ମଞ୍ଜୁ ଓରାମ, ସଞ୍ଜୟ ଗୌଡ଼, ଦେବେନ୍ଦ୍ର ପ୍ରଧାନ, ଜିଲ୍ଲା ଯୁବ ସମ୍ପାଦକ ଉତ୍ତମ ବାଗ, ପ୍ରଦୀପ ମିଶ୍ର, ଗୋପବନ୍ଧୁ ମହାନନ୍ଦ, ନିରଞ୍ଜନ ମହାପାତ୍ର, ସୁରେନ୍ଦ୍ର ବିଶ୍ବାଳ, ରୁବେନ ଛତ୍ରିଆ, ଶାନ୍ତିଲତା କର, ଗିରିଶ ରାଉତ, ସୂର୍ଯ୍ୟକାନ୍ତ ସ୍ବାଇଁ, କାଳିଆ ମହାନ୍ତି, ବୁଲୁ ପାଣିଗ୍ରାହୀ, ଧିର, ଏ. ଶ୍ୟାମ, ବିଭିଷଣ ବିଶାର, କେଶବ ମେହେର, ଅମିତ ସିଂ, ପ୍ରଦୀପ ବଢେଇଙ୍କ ସହ ଅନ୍ୟ ସମସ୍ତ ନେତୃବୃନ୍ଦ ସହଯୋଗ କରିଥିଲେ । ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ରାଧାମୋହନ ଘରେଇ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ରୋଜାଲିନ ନାୟକ, କରୁଣାକର ସାହୁ, ମଧୁସ୍ମିତା ଦାସ ପ୍ରମୁଖ ସହଯୋଗ କରିଥିଲେ ।

Also Read- Lok Sabha Election 2024: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ବାଜିରେ ଲାଗିଛି ଏହି ରାଜନେତାଙ୍କ ଭାଗ୍ୟ

 

Read More
{}{}