Hindi News >>Home >>Odisha State

Potato Price Hike: ସପ୍ତାହକରେ ୮ ଟଙ୍କା ବଢିଲା ଆଳୁ ଦର, ଚିନ୍ତାରେ ଗ୍ରାହକ

Potato Price Hike: ଗ୍ରାହକଙ୍କ ଚିନ୍ତା ବଢାଇଛି ଆଳୁ ଦର । ସାଧାରଣତଃ ନୂଆ ଆଳୁ ଆସିଲେ ଦର କମିବା କଥା । କିନ୍ତୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବର୍ତ୍ତମାନ ଆଳୁ ଅମଳ ସରିଥିବା ବେଳେ ନୂଆ ଆଳୁ ଶୀତଳଭଣ୍ତାରରେ ରହିଛି । ତେଣୁ ଯେଉଁ ଆଳୁ ବାହାରେ ଅଛି ତାହାର ଦର ବୃଦ୍ଧି ଯୋଗୁଁ ରାଜ୍ୟ ଆଳୁ ଦର ଉପରମୁହାଁ ହୋଇଛି ।

Advertisement
Potato Price Hike: ସପ୍ତାହକରେ ୮ ଟଙ୍କା ବଢିଲା ଆଳୁ ଦର, ଚିନ୍ତାରେ ଗ୍ରାହକ
Stop
Payal Priyadarshini|Updated: Apr 15, 2024, 11:29 AM IST

Potato Price Hike: ଗ୍ରାହକଙ୍କ ଚିନ୍ତା ବଢାଇଛି ଆଳୁ ଦର । ସାଧାରଣତଃ ନୂଆ ଆଳୁ ଆସିଲେ ଦର କମିବା କଥା । କିନ୍ତୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବର୍ତ୍ତମାନ ଆଳୁ ଅମଳ ସରିଥିବା ବେଳେ ନୂଆ ଆଳୁ ଶୀତଳଭଣ୍ତାରରେ ରହିଛି । ତେଣୁ ଯେଉଁ ଆଳୁ ବାହାରେ ଅଛି ତାହାର ଦର ବୃଦ୍ଧି ଯୋଗୁଁ ରାଜ୍ୟ ଆଳୁ ଦର ଉପରମୁହାଁ ହୋଇଛି ।

ସୂଚନା ଅନୁଯାୟୀ, ସପ୍ତାହକ ତଳେ ଆଳୁ କିଲୋ ପିଛା ୨୦ରୁ ୨୨ ଟଙ୍କା ରହିଥିବା ବେଳେ ରବିବାର ଟ୍ବିନ୍ ସିଟିରେ ଦର ୩୦ ଟଙ୍କାରେ ପହଁଞ୍ଚିଛି । ରାଜଧାନୀରେ କୁଣ୍ଟାଇଲ ପିଛା ଦର ୨୨୦୦ ଟଙ୍କା ରହିଥିବା ବେଳେ କଟକରେ ଏହି ଦର କୁଣ୍ଟାଇଲ ୨୩୫୦ ଟଙ୍କା ରହିଛି । ଆଳୁ ଦର ହଠାତ୍ ବଢିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବ୍ୟବସାୟୀଙ୍କ କହିବା କଥା, ଅନ୍ୟ ରାଜ୍ୟ ତୁଳାନରେ ଓଡ଼ିଶାରେ ଆଳୁ ଉତ୍ପାଦନ କମ୍ ହୋଇଥାଏ । ବରଗଡ଼ ଓ ବାଲେଶ୍ବର ଆଦି ଜିଲ୍ଲାରେ ମାତ୍ର ୫ ପ୍ରତିଶତ ଆଳୁ ସ୍ଥାନୀୟ ବଜାରକୁ ଆସିଥାଏ । ସେଥିପାଇଁ ବାହାର ରାଜ୍ୟ, ବିଶେଷକରି, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ମୋଟ ଆମଦାନୀର ପ୍ରାୟ ୯୦ ଭାଗରୁ ଅଧିକ ଆଳୁ ଓଡ଼ିଶାକୁ ଆସିଥାଏ ।

Also Read- Heat Wave: ସକାଳୁ ଜଳୁଛି ରାଜଧାନୀ, ୩୦ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଭୁବନେଶ୍ବରକୁ ଦୈନିକ ୩ ଶହ ଟନ୍ ଆଳୁ ଓଡ଼ିଶାକୁ ଆସିଥାଏ । ସେଥିରୁ ସହର ପାଇଁ ୮୦ ଟନ୍ ଆଳୁ ରଖାଯାଇ ଅନ୍ୟ ଆଳୁକୁ ଖୋର୍ଦ୍ଧା, ବାଲିପାଟଣା, ଟାଙ୍ଗୀ, ଜଟଣୀ, ଚନ୍ଦକା ଓ କଟକ ରୋଡ଼ ଆଦି ଅଞ୍ଚଳକୁ ପଠାଇ ଦିଆଯାଏ । ଏନେଇ, ରାଜଧାନୀ କଞ୍ଚା ପରିବା ସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି । ଆଜି ବଜାରରେ ଆଳୁ କିଲୋ ୩୦ ଟଙ୍କା ରହିଛି । ଆହୁରି ବଢିବାରେ ଆଶଙ୍କା ରହିଛି । ବାହାରୁ ଆସୁଥିବା ଆଳୁରୁ ଅଧା ନଷ୍ଟ ଆଳୁ ହେଉଛି । ତେଣୁ ଭଲ ଆଳୁକୁ ଷ୍ଚୋର ରଖାଯାଉଥିବା ବେଳେ ବଳକା ଆଳୁକୁ ବିକ୍ରି କରାଯାଉଛି ।  

 

 

 

 

Read More
{}{}