Hindi News >>Home >>Odisha State

Plastic Ban: ଏପ୍ରିଲ ୧ରୁ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଉଲ୍ଲଂଘନ କଲେ..

Plastic Ban: ଏହି ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଦାୟିତ୍ବରେ ଥିବା ସମସ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ବନ୍ୟପ୍ରାଣୀ ପିସିସିଏଫ (PCCF WILDLIFE) ଏହି ନିୟମକୁ କଡ଼ାକଡ଼ି କରିଛନ୍ତି ।

Advertisement
Plastic Ban: ଏପ୍ରିଲ ୧ରୁ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା, ଉଲ୍ଲଂଘନ କଲେ..
Stop
Payal Priyadarshini|Updated: Mar 05, 2024, 07:22 AM IST

Plastic Ban in Wildlife Sanctuaries: ରାଜ୍ୟର ଅଭୟାରଣ୍ୟ ସମେତ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ (tiger reserves) ଅଞ୍ଚଳକୁ ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ (Single Use Plastic) ଉପରେ ରୋକ ଲଗାଯାଇଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ଆଇଏଫଏସ ସୁଶାନ୍ତ ନନ୍ଦ ସୋମବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଦାୟିତ୍ବରେ ଥିବା ସମସ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ବନ୍ୟପ୍ରାଣୀ ପିସିସିଏଫ (PCCF WILDLIFE) ଏହି ନିୟମକୁ କଡ଼ାକଡ଼ି କରିଛନ୍ତି ।

ସୂଚନା ଅନୁଯାୟୀ, ସିଙ୍ଗଲ ୟୁଜ ପଲିଥିନ (Single Use Plastic) ଓ ପ୍ଲାଷ୍ଟକ୍ ବୋତଲ (Plastic Bottle) ବ୍ୟବହାର ଯୋଗୁଁ ପରିବେଶ ଉପରେ ତା’ର କୁପ୍ରଭାବ ପଡୁଛି । ଏଥିସହ ସେହି ସବୁ ସାମଗ୍ରୀକୁ ବନ୍ୟଜନ୍ତୁ ମାନେ ଖାଇ ରୋଗଗ୍ରସ୍ତ ହେଉଛନ୍ତି । ତେଣୁ ଆସନ୍ତା ଏପ୍ରିଲ ୧ରୁ ଏହି କଟକଣା ଲାଗୁ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଏପ୍ରିଲ ପହିଲାରୁ ଅଭୟାରଣ୍ୟ ପ୍ରବେଶ ପଥରେ ଚେକିଂ ବେଳେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ପର୍ଯ୍ୟଟକ ଅଜଣାତରେ ପ୍ଲାଷ୍ଟିକ ପାଣି ବୋତଲ ନେଇ ଆସୁଛନ୍ତି, ତାହାଲେ ପ୍ରବେଶ ପ୍ରଥରେ ସେମାନଙ୍କ ବୋତଲ ଉପରେ ଷ୍ଟିକର ମରାଯିବା ସହ ସେମାନଙ୍କଠାରୁ ବୋତଲ ପିଛା ୨୦୦ ଟଙ୍କା ଲେଖାଏଁ ରଖାଯିବ । ପରେ ସେହି ଟଙ୍କାକୁ ଫେରସ୍ତ କରାଯିବ । ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଭିତରେ ପର୍ଯ୍ୟାପ୍ତ ପରିମାଣର ପାଣିର ବ୍ୟବସ୍ଥା କରାଯିବ । ଏହାସହ ଷ୍ଟାଇରୋଫୋମ୍ ପ୍ଲେଟ୍ ବଦଳରେ ଅଭୟାରଣ୍ୟ ପ୍ରବେଶ ପଥରେ ସେମାନଙ୍କୁ ଖଲି ପତର ଓ କାଗଜ ଠୁଙ୍କା ଯୋଗାଇ ଦିଆଯିବ । ଯଦି କୌଣସି ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପଲଥିନ କିମ୍ବା ପ୍ଲାଷ୍ଟିକ୍ ନେବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ତ ସହ ଜରିମାନା କରାଯିବ ।

Also Read-PM Modi Odisha Visit: ଦିନିକିଆ ଓଡ଼ିଶା ଗସ୍ତରେ ଆସି ୧୯,୬୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟ ପ୍ରଦୂଷଣ ବୋର୍ଡ଼ (state pollution control board of odisha) ପକ୍ଷରୁ ପୂର୍ବରୁ ରାଜ୍ୟର ବିଭିନ୍ନ ପିକନିକ୍ ସ୍ପଟ ବା ବଣଭୋଜି ସ୍ଥଳରେ ସିଙ୍ଗଳ ୟୁଜ ପ୍ଲାଷ୍ଟିକ ଉପରେ କଟକଣା କରାଯାଇଛି । ସେହିପରି ବିଭିନ୍ନ ବେଳାଭୂମିରେ ମଧ୍ଯ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିଛି ।

 

Read More
{}{}