Hindi News >>Home >>Odisha State

Odisha News: ଭଣ୍ଡିସାହି ଲୋକଙ୍କ ପାଇଁ ଦୁଃଖ ପାଲଟିଛି ଦେବୀ ନଦୀ, କୂଳ ଲଙ୍ଘୁ ଥିବାରୁ ଚିନ୍ତାରେ ଅଞ୍ଚଳବାସୀ

Odisha News: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହିର ଦୁଃଖ ପାଲଟିଛି ଦେବୀ ନଦୀ। ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମାନ୍ତ ଭଣ୍ଡିସାହି ନିକଟରେ ବହି ଯାଇଛି ଦେବୀ ନଦୀ। ଏବେ ଏହି ନଦୀ କୂଳ ଲଙ୍ଘୁ ଥିବାରୁ ନଦୀ ଆସି ବନ୍ଧ କଡ଼କୁ ଲାଗିଛି । ଏହାକୁ ନେଇ ନଦୀ ନିକଟବର୍ତ୍ତୀ ୨୦ରୁ ଉର୍ଦ୍ଧ ଗାଁର ଲୋକେ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି । 

Advertisement
Odisha News: ଭଣ୍ଡିସାହି ଲୋକଙ୍କ ପାଇଁ ଦୁଃଖ ପାଲଟିଛି ଦେବୀ ନଦୀ, କୂଳ ଲଙ୍ଘୁ ଥିବାରୁ ଚିନ୍ତାରେ ଅଞ୍ଚଳବାସୀ
Stop
Narayan Behera|Updated: Jul 24, 2024, 10:16 AM IST

Odisha News: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହିର ଦୁଃଖ ପାଲଟିଛି ଦେବୀ ନଦୀ। ଜଗତସିଂହପୁର ଓ ପୁରୀ ଜିଲ୍ଲାର ସୀମାନ୍ତ ଭଣ୍ଡିସାହି ନିକଟରେ ବହି ଯାଇଛି ଦେବୀ ନଦୀ। ଏବେ ଏହି ନଦୀ କୂଳ ଲଙ୍ଘୁ ଥିବାରୁ ନଦୀ ଆସି ବନ୍ଧ କଡ଼କୁ ଲାଗିଛି । ଏହାକୁ ନେଇ ନଦୀ ନିକଟବର୍ତ୍ତୀ ୨୦ରୁ ଉର୍ଦ୍ଧ ଗାଁର ଲୋକେ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି । ଭଣ୍ଡି ସାହି ନିକଟରେ ଦେବୀ ନଦୀର ଉଗ୍ର ରୂପ ଧାରଣ କରିଛି । ଦେବୀ ନଦୀ କୂଳ ଲଙ୍ଘିବା ଫଳରେ ଭଣ୍ଡିସାହି, ଓଷକଣା, ମୁତୁଣିଆଁ ଓ ବାଲିକୁଳ ସମେତ ୨୦ ରୁ ଉର୍ଦ୍ଧ ଗାଁର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ୧୦ବର୍ଷ ଭିତରେ ନଦୀ , ବାମ ପାର୍ଶ୍ଵକୁ ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ ମାଡି ଆସି ଏବେ ବନ୍ଧ କଡ଼କୁ ଲାଗିଲାଣି । ଯାହା ଫଳରେ ନଦୀ ନିଟବର୍ତ୍ତୀ ଗାଁର ଲୋକମାନେ ଏବେ ଭୟ ଓ ଆଶଙ୍କା ଭିତରେ ରହିଛନ୍ତି । 

ବନ୍ୟା ସମୟ ଆସିଲେ ଲୋକେ ଅଧିକ ଆଶଙ୍କା ଭିତରେ ରାହୁଥିବାର କହିଛନ୍ତି। ବିଭିନ୍ନ ସମୟରେ ଏଠାରେ କୋଟି କୋଟି ଟଙ୍କା ବ୍ୟୟରେ ବାଲିବସ୍ତା ପକାଯିବା ସହ ପଥର ପ୍ୟାକିଂ ମଧ୍ୟ କରାଯାଉଛି । ହେଲେ ଲୋକ ଦେଖାଣିଆ ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ତାହା ପାଣିରେ ପଡୁଥିବା ସହ ଏଥିରେ କେବଳ କିଛି ଠିକାଦାର ପ୍ରଶାସନିକ ଅଧିକାରୀ ପୋଷି ହେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସେହିପରି ଗତ ଦୁଇ ମାସ ତଳେ ଏଠାରେ କିଛି ପଥର ପ୍ୟାକିଂ କରାଯାଇଥିଲେ ମଧ୍ୟ ନିମ୍ନ ମାନର କାମ ଯୋଗୁ ତାହା ଏବେ ଧସିବା ଆରମ୍ଭ କରିଛି। ଦେବୀ ନଦୀ ଉକ୍ତ ଅଞ୍ଚଳବାସୀଙ୍କୁ କଲବଲ କରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ନା ନେତା ନା ପ୍ରଶାସନ ,କେହିବି ଏଥି ପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକେ ଏବେ ଭାଗ୍ୟକୁ ଆଦରି ବସିଛନ୍ତି । ଏବେ ଏହି ଦେବୀ ନଦୀ ଭଣ୍ଡିସାହିର ଦୁଃଖ ପାଲଟିଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ନଦୀ କବଳରୁ ଗାଁ ଗୁଡିକୁ ରକ୍ଷା କରିବା ପାଇଁ ସ୍ଥାୟୀ ପଦକ୍ଷପ ନେବା ପାଇଁ ପ୍ରଶାସନ କୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

 

Read More
{}{}