Hindi News >>Home >>Odisha State

Mid Day Meal: ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ବଢ଼ାଇଲା ୧ ଟଙ୍କା

Odisha News: ରାଜ୍ୟର ପ୍ରାୟ ୪୫ ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସରକାର ପ୍ରତି ଶିଶୁ ପିଛା ଏକ ଟଙ୍କା ଅଧିକ ମଧ୍ୟାହ୍ନ ଭୋଜନ ବାବଦକୁ ଖର୍ଚ୍ଚ କରିବେ। 

Advertisement
Mid Day Meal: ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ବଢ଼ାଇଲା ୧ ଟଙ୍କା
Stop
Narmada Behera|Updated: Aug 21, 2024, 01:19 PM IST

Odisha News(ଭୁବନେଶ୍ୱର): ରାଜ୍ୟର ପ୍ରାୟ ୪୫ ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସରକାର ପ୍ରତି ଶିଶୁ ପିଛା ଏକ ଟଙ୍କା ଅଧିକ ମଧ୍ୟାହ୍ନ ଭୋଜନ ବାବଦକୁ ଖର୍ଚ୍ଚ କରିବେ। ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନକୁ ଅଧିକ ବୃଦ୍ଧି କରାଯାଇପାରିବ। ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ବାବଦରେ ସୂଚନା ଦେଇଛନ୍ତି। 

ALSO READ: ବିଷ୍ଣୁଙ୍କ କୃପାରୁ ଆସନ୍ତାକାଲି ଏହିସବୁ ରାଶି ପାଇବେ ବ୍ୟବସାୟରେ ଆଶାତିତ ଲାଭ ସହ...

ALSO READ: Snake: ଖେଳଣା ଭାବି ସାପକୁ କାମୁଡ଼ିଲା ବର୍ଷକର ଶିଶୁ

ଏବେ ସରକାର ପ୍ରତି ପ୍ରାଥମିକ ସ୍କୁଲ୍‍ ପିଲାଙ୍କ ପାଇଁ ଗୋଟିଏ ଭୋଜନ ପିଛା ୫ଟଙ୍କା ୪୨ ପଇସା ଖର୍ଚ୍ଚ କରୁଛନ୍ତି। ହାଇସ୍କୁଲ୍‍ ଯାଉଥିବା ପିଲାଙ୍କ ପାଇଁ ଏହା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ରହିଛି। ଏହି ଅର୍ଥରେ ପିଲାଙ୍କ ପାଇଁ ଭଲ ଖାଦ୍ୟ ଯୋଗାଇବା ସମ୍ଭବ ହୋଇପାରୁ ନଥିବାରୁ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକମାନେ ନିଜ ହାତରୁ ପ୍ରତି ମାସରେ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ନେଇ ଅଭିଯୋଗ ଆସିଥିଲା। 

ALSO READ: ବିଷ୍ଣୁଙ୍କ କୃପାରୁ ଆସନ୍ତାକାଲି ଏହିସବୁ ରାଶି ପାଇବେ ବ୍ୟବସାୟରେ ଆଶାତିତ ଲାଭ ସହ...

ଏହାସହ କେନ୍ଦ୍ର ସରକାରଙ୍କୁ ଏ-ବବାଦରେ ଅଧିକ ଅଂଶଧନ ଦେବାକୁ ଦାବି କରାଯାଇଥିଲା। ଏବେ କେନ୍ଦ୍ର ସରକାର ସମୁଦାୟ ଭୋଜନ ମୂଲ୍ୟର ୪୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି। ପ୍ରତି ବର୍ଷ ଏହି ଖର୍ଚ୍ଚରେ ୭୬ରୁ ୮ ପ୍ରତିଶତ ଅଭିବୃଦ୍ଧି ହୋଇଥାଏ। କିନ୍ତୁ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ବୃଦ୍ଧି ହେତୁ ମିଳୁଥିବା ସହାୟତାରେ ସବୁ ପିଲାଙ୍କୁ ଉଚ୍ଚ ମାନର ଭୋଜନ ଯୋଗାଇବା ସମ୍ଭବ ହୋଇ ପାରେ ନାହିଁ।

Read More
{}{}