Hindi News >>Home >>Odisha State

Drinking Water Problem: ବର୍ଷାଦିନେ ବି ମିଳୁନି ପାଣି, ସରପଞ୍ଚଙ୍କ ସହ ବିଭାଗୀୟ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଲୋକେ

Gajapati News:  ପାନୀୟ ଜଳର ଉତ୍କଟ (Drinking Water Problem) ପରିସ୍ଥିତିକୁ ନେଇ ନେଇ ତାତିଛନ୍ତି ସାହି ବାସିନ୍ଦା । ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଜଣାଇ ନୟାନ୍ତ ହେବା ପରେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଶେଷରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଡକାଇ ଘଣ୍ଟା ଘଣ୍ଟା ଧରି ସାହିରେ ଅଟକାଇ ରଖିଲେ ସାହି ବାସିନ୍ଦା ।

Advertisement
Drinking Water Problem: ବର୍ଷାଦିନେ ବି ମିଳୁନି ପାଣି, ସରପଞ୍ଚଙ୍କ ସହ ବିଭାଗୀୟ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଲୋକେ
Stop
PREMANANDA PUJARI|Updated: Jul 18, 2023, 02:39 PM IST

Gajapati News: ରାଜ୍ୟ ସରକାର ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ସୁଧୁରୁନି। ପାନୀୟ ଜଳର ଉତ୍କଟ (Drinking Water Problem) ପରିସ୍ଥିତିକୁ ନେଇ ନେଇ ତାତିଛନ୍ତି ସାହି ବାସିନ୍ଦା । ବାରମ୍ବାର ଅଭିଯୋଗ ପରେ ଅଭିଯୋଗ ଜଣାଇ ନୟାନ୍ତ ହେବା ପରେ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଶେଷରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଡକାଇ ଘଣ୍ଟା ଘଣ୍ଟା ଧରି ସାହିରେ ଅଟକାଇ ରଖିଲେ ସାହି ବାସିନ୍ଦା । ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଆଜି ଗଜପତି (Gajapati)ଜିଲ୍ଲା ମୋହନା ସହର ଉପକଣ୍ଠରେ ଥିବା ୧୪ ନମ୍ବର ୱାର୍ଡ ଢେପସାହିରେ । ଢେପସାହିରେ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ତିନୋଟି ନଳକୂପ ଅବ୍ୟବସ୍ଥାରେ ପଡିରହିଛି । ସେଥିମଧ୍ୟରୁ ଗୋଟିଏ ନଳକୂପଟିକୁ ଖୋଦ୍ ୱାର୍ଡ ମେମ୍ବର ସସ୍ମିତା ମିଶ୍ର ନିଜ ଜାଗା ଦର୍ଶାଇ ବଳ ପୂର୍ବକ ବନ୍ଦ କରିଦେଇଥିବା ବେଳେ ଅନ୍ୟ ଦୁଇଟି ମଧ୍ୟରୁ ଗୋଟିଏ ସମ୍ପୁର୍ଣ୍ଣ ଭାବେ ଅଚଳ ହୋଇ ତିନି ବର୍ଷ ହେଲା ପଡିରହିଛି । ଏବଂ ଅନ୍ୟ ନଳକୂପରୁ ଲୈହ ମିଶ୍ରିତ ଦୂଷିତ ପାଣି ବାହାରୁଥିବାରୁ ଏହା ଲୋକଙ୍କ କାମରେ ଆସୁନାହିଁ। 

Also Read: Smriti Mandhana Birthday: ବଲିଉଡ଼ର ଏହି ସିଙ୍ଗରଙ୍କ ପ୍ରେମରେ ପାଗଳ କ୍ରିକେଟର ସ୍ମୃତି ମନ୍ଦାନା!

Also Read: Malmas 2023: ମଳ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ,ମାଡ଼ିଆସିବ ଦାରିଦ୍ର୍ୟତା !

 

ଦୀର୍ଘ ବର୍ଷ ବର୍ଷ ଧରି ସାହି ବାସିନ୍ଦା ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ଓ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇବା ପରେ ଗତ କିଛି ବର୍ଷ ତଳେ ସୌର ଚାଳିତ ପାଣିଟାଙ୍କି ନିର୍ମାଣ କରାଯାଇଥିଲା ହେଲେ ତାହା ମଧ୍ୟ ମେଘୁଆ ପାଗରେ ଅଚଳ ହୋଇପଡୁଛି । ଯାହାକୁ ନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଅନ୍ୟପକ୍ଷରେ ସବୁ ଜାଣି ମଧ୍ୟ ସରପଞ୍ଚ ସୁନିତା ମଲ୍ଲିକ ଓ ବିଭାଗୀୟ ଯନ୍ତ୍ରୀ (water departmental staff)ପଦ୍ମନାଭ ଖଣ୍ଡେଇ ସାହି ବାସିନ୍ଦା ପ୍ରତି ଅହେତୁକ ଅବହେଳା କରିଆସୁଥିବା ଯୋଗୁଁ ସମସ୍ୟା ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉଥିବାରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ।‌ ଆଜି ପାନୀୟ ଜଳ ସମସ୍ୟା ନେଇ ସାହି ବାସିନ୍ଦା ଏକତ୍ରିତ ହୋଇ ସରପଞ୍ଚ ଓ ଯନ୍ତ୍ରୀଙ୍କୁ ଗାଁକୁ ଡାକିଥିଲେ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରି ପାଣି ଯୋଗାଇଦେବାକୁ ଦାବୀ କରିଥିଲେ। ଯାହାକୁ ନେଇ ସୃଷ୍ଟୁ ହୋଇଥିଲା ଉତ୍ତେଜନା ମୂଳକ ପରିସ୍ଥିତି। 

ଉତେଜନା ପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ସହ ସ୍ଥାନୀୟ ୱାର୍ଡ ମେମ୍ବର ସସ୍ମିତା ମିଶ୍ର, ସରପଞ୍ଚ ସୁମିତ୍ରା ମଳିକ, ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ ଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖିଥିଲେ ସାହି ବାସିନ୍ଦା । ଏନେଇ ପଞ୍ଚାୟତରେ କୌଣସି ଆକ୍ସନ ପ୍ଳାନ ହୋଇନାହିଁ ଏବଂ ଯଥା ଶିଘ୍ର ସୁବନ୍ଦୋବସ୍ତ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେବା ପରେ ଛାଡିଥିଲେ ସାହି ବାସିନ୍ଦା। ତେବେ ଦୁଇଦିନ ମଧ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ କଲେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗରା ମାଠିଆ ଧରି ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସାହି ବାସିନ୍ଦା। 

Read More
{}{}