Hindi News >>Home >>Odisha State

Odisha News: ମିଳୁନି 'ଇ- ଟ୍ରାଞ୍ଜିଟ୍ ପାସ୍' , ଆସନ୍ତା ମାସରୁ ବନ୍ଦ ହେବ ବାଲି ପରିବହନ

Odisha News: ଲଘୁ ଖଣିଜ ଦ୍ରବ୍ୟ, ବିଶେଷ କରି ନଦୀବାଲି ପରିବହନରେ ସମସ୍ୟା ଦେଖାଦେଇଛି। ପରିବହନ ପାଇଁ ଆବଶ୍ୟକ ହଉଥିବା 'ଇ- ଟ୍ରାଞ୍ଜିଟ୍ ପାସ୍' ମିଳୁ ନାହିଁ।  ବାଲିଘାଟରେ ଆବଶ୍ୟକତା ଠାରୁ  ଅଧିକ ଲୋଡ଼ ଦିଆଯାଇଛି।  ବାଲିଘାଟରେ ଓଜନ କରିବାର ବ୍ୟବସ୍ଥା ମଧ୍ୟ ନାହିଁ। ଏଣୁ, ୮୫ ପ୍ରତିଶତ ଟ୍ରକ୍ ଆଉ ବାଲି ଉଠାଇବାକୁ ଆସୁ ନାହାଁନ୍ତି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Feb 27, 2024, 06:56 AM IST

Odisha News: ଲଘୁ ଖଣିଜ ଦ୍ରବ୍ୟ, ବିଶେଷ କରି ନଦୀବାଲି ପରିବହନରେ ସମସ୍ୟା ଦେଖାଦେଇଛି। ପରିବହନ ପାଇଁ ଆବଶ୍ୟକ ହଉଥିବା 'ଇ- ଟ୍ରାଞ୍ଜିଟ୍ ପାସ୍' ମିଳୁ ନାହିଁ।  ବାଲିଘାଟରେ ଆବଶ୍ୟକତା ଠାରୁ  ଅଧିକ ଲୋଡ଼ ଦିଆଯାଇଛି।  ବାଲିଘାଟରେ ଓଜନ କରିବାର ବ୍ୟବସ୍ଥା ମଧ୍ୟ ନାହିଁ। ଏଣୁ, ୮୫ ପ୍ରତିଶତ ଟ୍ରକ୍ ଆଉ ବାଲି ଉଠାଇବାକୁ ଆସୁ ନାହାଁନ୍ତି। ବାକି ଯେତିକି ଆସୁଛନ୍ତି, ସେମାନେ ବିନା ଇ-ପାସରେ ବାଲି ବୋହୁ ଥିବାରୁ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରି ଡ୍ରାଇଭର ମାନଙ୍କୁ  କୋର୍ଟ ଚାଲାଣ କରୁଛନ୍ତି।  ଆସନ୍ତାମାସ ୩ ତାରିଖରୁ  ଏହି ବାଲି ପରିବହନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲା ଟ୍ରକ୍ ମାଲିକ ସଂଘ ଭୁବନେଶ୍ବର ଚେତାବନୀ ଦେଇଛି। ସୋମବାର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ  ଚାଲିବ ବୋଲି ପ୍ରଣବ କୁମାର ପରିଜା ଓ ବାରଙ୍ଗ ଟ୍ରକ୍ ମାଲିକ ସଂଘ ସଭାପତି ବିଜୟ କୁମାର ପଣ୍ତା ସୂଚନା ଦେଇଛନ୍ତି।

ALSO READ: ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି 

ଶ୍ରୀ ପରିଜାଙ୍କ ଅଭିଯୋଗ ମୁତାବକ  ବାଲି ବିନା କୌଣସି ପ୍ରକାରର ସରକାରୀ  କିମ୍ବା ବେସରକାରୀ ନିର୍ମାଣ ସମ୍ଭବ ନୁହେଁ। ଏଣୁ ଏହାର  ପରିବହନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଆବଶ୍ୟକ।  ଏନେଇ ଦିଆଯାଇଥିବା ଦାବିପତ୍ରରେ ବାଲି ପରିବହନ କରୁଥିବା ପ୍ରତ୍ୟକ ଟ୍ରକକୁ ଇ-ଟ୍ରାଞ୍ଜିଟ୍ ପାସ୍ ପ୍ରଦାନ କରିବା, ବାଲିଘାଟରେ ଗାଡିର ପରିବହନ କ୍ଷମତା ଅନୁଯାୟୀ ଲୋଡ୍ ଦେବା, ଦର ସନ୍ତୁଳିତ ରଖିବା ପାଇଁ ବାଲିର ସର୍ବନିମ୍ନ ସହାୟକ ମୂଲ୍ୟ ବାଲିଘାଟରେ ସ୍ଥିର କରିବା , ଖଣି ବିଭାଗ ପକ୍ଷରୁ ବାଲିଘାଟ ମାନଙ୍କରେ ସୂଚନା ଫଳକ ଲଗାଇ ଅନୁମତିପ୍ରାପ୍ତ କି ନାହିଁ ଘୋଷଣା କରିବା, ଇ-ଟ୍ରାଞ୍ଜିଟ୍ ପାସର ଅବଧି  ୨୪ ଘଣ୍ଟା ରଖିବା ଆଦ୍ ରହିଛି। ଏଣୁ ସରକାର ଏହି ଦାବି ଗୁଡିକ ଉପରେ ବିଚାର କରି ବାଲିପରିବହନକୁ ଶୃଙ୍ଖଳିତ କରିବା ପାଇଁ ସଂଘ ଅନୁରୋଧ କରିଛି। ପୂର୍ବରୁ ବହୁବାର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରି ନଥିବାରୁ ସଂଘ ବାଧ୍ୟ ହୋଇ ବାଲି ପରିବହନ ବନ୍ଦ ରଖିବାକୁ ନିସ୍ପତି ନିଆଯାଇଥିବା ସୂଚନା ଦେଇଛି।

Read More
{}{}