Hindi News >>Home >>Odisha State

Prime Minister Narendra Modi: କଂଗ୍ରେସକୁ ସମାଲୋଚନା, ବିଜେଡି ପାଇଁ ଶବ୍ଦଟେ ନାହିଁ

ମୋଦୀଙ୍କ ଭାଷଣରେ ରାଜନୀତିକ ଗନ୍ଧ ଥିଲେ ମଧ୍ୟ ସେଥିରେ ଶବ୍ଦଟିଏ ବି ନବୀନ ବା ବିଜେଡି ବିରୁଦ୍ଧରେ ନଥିଲା କି ରାଜ୍ୟ ସରକାରଙ୍କ ବିପକ୍ଷରେ ସେ ପଦଟିଏ କହି ନଥିଲେ। ଅର୍ଥାତ୍‍ କେନ୍ଦ୍ର-ରାଜ୍ୟରେ ଅଲଗା ଦଳ ଥିଲେ ବି କେହି କାହାର ବିରୁଦ୍ଧରେ ନାହାନ୍ତି ବୋଲି ତାହା ସ୍ପଷ୍ଟ କରିଛି।

Advertisement
Prime Minister Narendra Modi: କଂଗ୍ରେସକୁ ସମାଲୋଚନା, ବିଜେଡି ପାଇଁ ଶବ୍ଦଟେ ନାହିଁ
Stop
Zee Odisha Desk|Updated: Feb 03, 2024, 06:35 PM IST

Prime Minister Narendra Modi:  ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତରେ ରାଜ୍ୟର ଆଞ୍ଚଳିକ ଶାସକ ଦଳ ବିଜେଡି ପ୍ରତି ସୌହାର୍ଦ୍ଦ୍ୟ ଦେଖିବାକୁ ମିଳିଛି। ବିକାଶ ଓ ଅଭିବୃଦ୍ଧି କଥା କହିବା ବେଳେ ଯଦିଓ କେନ୍ଦ୍ରରେ ପୂର୍ବ କଂଗ୍ରେସ ସରକାରଙ୍କୁ ସେ ବ୍ୟାପକ ସମାଲୋଚନା କରିଥିଲେ କିନ୍ତୁ ବିଜେଡି ବିପକ୍ଷ ବା ସପକ୍ଷରେ ଶବ୍ଦଟିଏ କହି ନାହାନ୍ତି। ଏପରିକି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀ ପ୍ରାୟେଜିତ ଆୟୁଷ୍ମାନ ଯୋଜନା ବାବଦରେ କହିବା ବେଳେ ଓଡ଼ିଶାରେ ଏ ବ୍ୟବସ୍ଥା ଲାଗୁ କରାଯାଇ ନଥିବା ପ୍ରସଙ୍ଗ ବି ଉଲ୍ଲେଖ କରି ନାହାନ୍ତି। ଆୟୁଷ୍ମାନ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନାମକରଣ ହୋଇ ନଥିବା ବିଷୟ ବି ଉଲ୍ଳେଖ ନକରିବା ପ୍ରକାରାନ୍ତେ ବିଜେପି-ବିଜେଡି ମଧ୍ୟରେ ଅଲିଖିତ ସୁ-ସମ୍ପର୍କକୁ ସାମ୍ନାକୁ ଆଣିଛି। 

ଶ୍ରୀ ମୋଦୀ ଆଜି ରାଜ୍ୟରେ ୬୮ ହଜାର କୋଟି ଟଙ୍କା ଉପଯୋଗରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ଆଇଆଇଏମ୍‍  ନୂତନ କ୍ୟାମ୍ପସ ଉଦ୍‍ଘାଟନ ପାଇଁ ସମ୍ବଲପୁର ଆସିଥିଲେ। କ୍ୟାମ୍ପସ୍‍ ଉଦ୍ଘାଟନ ଓ ଏକ ନୂଆ ଟ୍ରେନ୍‍ ଉଦ୍‍ଘାଟନ କରିବା ପରେ ସେ ସାଧାରଣ ସଭାରେ ଲୋକଙ୍କୁ ସମ୍ବାଧିତ କରିଥିଲେ। ଏଥିରେ ସେ ୨୦୧୪ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କୁ ସମାଲୋଚନା କରିଥିଲେ। ସେତେବଳେ ଓଡ଼ିଶାକୁ ଦରିଦ୍ର ବୋଲି ଚିତ୍ରଣ କରାଯାଉଥିବା କହିଥିଲେ। ତତ୍‍କାଳୀନ କଂଗ୍ରେସ ସରକାରର ନେତାମାନେ କଳାହାଣ୍ଡି, କୋରାପୁଟ ଭଳି ସ୍ଥାନକୁ ଯାଇ ଆଦିବାସୀଙ୍କ ସହ ଫଟୋ ଉଠାଇ ଓଡ଼ିଶାକୁ ବିଶ୍ୱଦରବାରରେ ଦରିଦ୍ର ବୋଲି ଚିତ୍ରଣ କରିଥିବା ସେ ଅଭିଯୋଗ କରିଥିଲେ। ହେଲେ ଆଜି ଓଡ଼ିଶାର ପରମ୍ପରା, ପ୍ରାଚୁର୍ଯ୍ୟ ଓ ଐତିହ୍ୟକୁ ବିଶ୍ୱଦରବାରରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି। ଜି-୨୦ ସମାବେଶରେ ଓଡ଼ିାାର ଐତିହ୍ୟର ପରିଚୟ ‘ କୋଣାର୍କ ଚକ୍ରକୁ ବ୍ୟବହାର କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏମିତି କୌଣସି ବିଶ୍ୱ ନେତା ନାହାନ୍ତି ଯାହାଙ୍କ ଫଟୋ କୋଣାର୍କ ଚକ୍ର ଆଗରେ ନାହିଁ ବୋଲି ସେ କହିଛନ୍ତି। 

ଏବେ ଓଡ଼ିଶାକୁ କେନ୍ଦ୍ର ସରକାର ବ୍ୟାପକ ବିକାଶ ମୂଳକ ସହାୟତା ଦେଉଛନ୍ତି ଏବଂ ଏହାଦ୍ୱାରା ସାମାଜିକ ବିକାଶ ହେଉଛି। କିନ୍ତୁ କଂଗ୍ରେସ ସମୟରେ ତାହା ହେଉ ନଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ୨୦୧୪ ପୂର୍ବରୁ କେନ୍ଦ୍ରରେ ଯେଉଁ ସରକାର ଥିଲା ସେମାନେ ବଜେଟରେ ଯେଉଁ ଘୋଷଣା କରୁଥିଲେ ତାର ଅନେକ ଗୁଣା ଦୁର୍ନୀତି କରୁଥିଲେ। ଭାରତର ଭବିଷ୍ୟ ଅନ୍ଧାରରେ ଥିଲା। ଆଜି ଭାରତର ଯୁବକ ଆତ୍ମ ବିଶ୍ୱାସରେ ଭରା ହୋଇଛି। କାରଣ ତା ପଛରେ ସଚ୍ଚାଟ, ନିଷ୍ଠାଭାବ ବିଜେପି ସରକାର ଠିଆ ହୋଇଛି। ଯାହାଙ୍କ ପାଖରେ ଗ୍ୟାରେଣ୍ଟି ଦେବାକୁ କିଛି ନଥିଲା ଆଜି ତାଙ୍କ ପାଖରେ ମୋଦୀ ଗ୍ୟାରେଣ୍ଟି ରହିଛି। ମୁଦ୍ରା ଯୋଜନା ହୋଉ,ସ୍ୱନିଧି ଯୋଜାରେ ଋଣ ନେବାକୁ ହେଲେ ତାଙ୍କ ପାଖରେ ମୋଦୀଙ୍କ ଗ୍ୟାରେଣ୍ଟି ରହିଛି। ସମ୍ବଲପୁର ହେଉଛି ମେକ୍‍ ଇନ୍‍ ଇଣ୍ଡିଆ ଓ ଆତ୍ମ ନିର୍ତଭର ଭାରତର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର। 

ଓଡ଼ିଶାରେ ହସ୍ତଶିଳ୍ତପ ବିକାଶ ପାଇଁ ଅନେକ ପ୍ରୟାୟ କରିଛନ୍ତି। ମୁଁ ଯେତେବେଳେ ଏଠାକୁ ଆସିଲି ସେତେବଳେ ମୋତେ ଏହା ପ୍ରଦାନ କଳେ। ମୁଁ ଆଜି ଅତ୍ୟନ୍ତ ଖୁସି। ମୋ ପାଇଁ ଏହା ପ୍ରସାଦ। ଯେଉଁ ପରିବାର ଏହା କରୁଛନ୍ତି ତାଙ୍କ ପ୍ରତି ମୁଁ କୃତଜ୍ଞ ବୋଲି ମଞ୍ଚରୁ କହିଥିଲେ ଶ୍ରୀ ମୋଦୀ। ରାଷ୍ଟ୍ରପତି ନିର୍ବାଚନକୁ ନେଇ ପୁଣିଥରେ କଂଗ୍ରେସକୁ ସମାଲୋଚନା କରିଥିଲେ ମୋଦୀ।   ବିଜେପି ସରକାର ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି। ତାଙ୍କ ନିର୍ବାଚନ ବେଳେ କିନ୍ତୁ କଂଗ୍ରେସ ଏବଂ ତାଙ୍କ ସହଯୋଗୀ ଦଳ, ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଶକ୍ତି ପ୍ରୟୋଗ କରିଥିଲେ। ଏହା କେବଳ ଦ୍ରପଦୀଙ୍କ ଅପମାନ ନୁହେଁ ସମସ୍ତ ଆଦିବାସୀ ସମ୍ପ୍ରଦାୟ, ଓଡ଼ିଶା ପାଇଁ ଅପମାନ ବୋଲି ଶ୍ରୀ ମୋଦୀ କହିଛନ୍ତି। 

ଆଜି ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଛି। ମ୍ୟୁଜିୟମ କରାଯାଉଛି। ଆଦିମ ଆଦାବିସୀଙ୍କ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରାଯାଇଛି। ୧୦୦୦ କୋଟି ଟଙ୍କାରେ ପିଏମ୍‍ ଜନମନ ଯୋଜନା କରାଯାଇଛି। ଏହାର ସବୁଠାରୁ ଅଧିକ ଫାଇଦା ଓଡ଼ିଶାର ୧୭୦୦ ପରିବାରଙ୍କୁ ପହଞ୍ଚିଛି। ଏହାଦ୍ୱାରା ସେମାନଙ୍କ ଭିତ୍ତିଭୁମି ସୁବିଧା ବଢ଼ିବ।  

ଏହାସହ ଭାଜପା ସରକାର ଗରିବଙ୍କ ସରକାର। ଆମେ ଆଜି ଗରିବଙ୍କୁ ମାଗଣା ରାସନ ସୁବିଧା ଦେଇଛୁ। ପ୍ରାୟ ୩ କୋଟି ଲୋକଙ୍କ ଆସନ୍ତା ୪୫ ବର୍ଷ ପାଇଁ ରାସନ ଚିନ୍ତା ରହିବ ନାହିଁ। ରୋଷଇ ଚାଲୁ ରହିବ େବାଲି କହିବା ସହ ଏକ ଦେଶ ଏକ ରାସନ ବ୍ୟବସ୍ଥାକୁ ନେି ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। 
ମୋଦୀଙ୍କ ଭାଷଣେ ରାଜନୀତିକ ଗନ୍ଧ ଥିଲେ ମଧ୍ୟ ସେଥିରେ ଶବ୍ଦଟିଏ ବି ନବୀନ ବା ବିଜେଡି ବିରୁଦ୍ଧରେ ନଥିଲା କି ରାଜ୍ୟ ସରକାରଙ୍କ ବିପକ୍ଷରେ ସେ ପଦଟିଏ କହି ନଥିଲେ। ଅର୍ଥାତ୍‍ କେନ୍ଦ୍ର-ରାଜ୍ୟରେ ଅଲଗା ଦଳ ଥିଲେ ବି କେହି କାହାର ବିରୁଦ୍ଧରେ ନାହାନ୍ତି ବୋଲି ତାହା ସ୍ପଷ୍ଟ କରିଛି।

Read More
{}{}