Hindi News >>Home >>Odisha State

Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା

Train: ସୁବର୍ଣ୍ଣପୁର  ଜିଲ୍ଲାବାସୀଙ୍କ ଦିର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି।  ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୩୦୬ କୋଟି ଟଙ୍କା ବ୍ୟୟରେ  ନିର୍ମିତ ୨୧.୭ କିଲୋମିଟର ରେଳପଥକୁ ସମ୍ବଲପୁର ଆଇଆଇଏମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi)  ଭିଡିଓ କନଫରେସିଂ ଯୋଗେ  ଲୋକାର୍ପଣ କରିଛନ୍ତି।  

Advertisement
Train Service: ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍ ଆରମ୍ଭ, ଏହି ସବୁ ରୁଟରେ ମିଳିବ ସେବା
Stop
Zee Odisha Desk|Updated: Feb 04, 2024, 08:22 AM IST

Train: ସୁବର୍ଣ୍ଣପୁର  ଜିଲ୍ଲାବାସୀଙ୍କ ଦିର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି।  ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଝାରତରଭାରୁ ସୋନପୁର ପର୍ଯ୍ୟନ୍ତ ୩୦୬ କୋଟି ଟଙ୍କା ବ୍ୟୟରେ  ନିର୍ମିତ ୨୧.୭ କିଲୋମିଟର ରେଳପଥକୁ ସମ୍ବଲପୁର ଆଇଆଇଏମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi)  ଭିଡିଓ କନଫରେସିଂ ଯୋଗେ  ଲୋକାର୍ପଣ କରିଛନ୍ତି।  ସେହିପରି ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ (puri-sonpur-puri weekly express) ଟ୍ରେନ୍ ର ମଧ୍ୟ ଆରମ୍ଭ କରିଛନ୍ତି।  ଏହି ସମୟରେ ରାଜ୍ୟପାଳ ରଘୁବର ଦାସ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।

ALSO READ: Puri News: ଆଜି ଶ୍ରୀମନ୍ଦିରରେ ମାଗଣାରେ କାନିକା -ଖେଚୁଡି଼ ଖାଇବେ ଭକ୍ତ , ତିନି ଦ୍ବାରରେ ମିଳିବ ଏହି ମହାପ୍ରସାଦ

 ସେହିପରି, ସୋନପୁର ରେଳ ଷ୍ଟେସନ ଠାରେ  ଆୟୋଜିକ କାର୍ଯ୍ୟକ୍ରମରେ ରେଳ ବିଭାଗର ବରିଷ୍ଠ ଡି.ପି.ଓ ଜେ.ଜେ ଅନସାରୀ, ବରିଷ୍ଠ ଡିଏମଇ ଦୀପକ ପରେଶ ପୁରିଆ ଓ ବରିଷ୍ଠ ଡିଇଇପିଓ  ବିନାୟକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ପୁରୀ-ସୋନପୁର ରେଳପଥ ୫୪୨ କିମି ଦୈର୍ଘ୍ୟ ରହିଛି।  ଏହି ସପ୍ତାହିକ ଏକ୍ସପ୍ରେସ୍ ଖୋର୍ଦ୍ଧା ରୋଡ, ଭୁବନେଶ୍ବର, ନରାଜ୍, ମାର୍ଥାପୁର,ଢେଙ୍କାନାଳ, ତାଳଚେର, ଅନୁଗୋଳ, ବୋଇଣ୍ତା, ରେଢାଖୋଲ, ସମ୍ବଲପୁର, ବରଗଡ଼ ରୋଡ, ବରଗଡ, ବିଛୁଆପାଲି, ଝାରତରଭା ଓ ନରସିଂହଗଡ ଆଦି ଷ୍ଟେସନରେ ରହିବା ନେଇ ସୂଚନା ଦିଆଯାଇଛି।  ପୁରୀ- ସୋନପୁର ଏକ୍ସପ୍ରେସ୍ ଟ୍ରେନ୍ ( Puri Sonepur weekly express train ) ନଂ ୧୮୪୨୧ ଆସନ୍ତା ୮ ତାରିଖ ଦିନ  ଆସିବ ଓ ସୋନପୁର-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ନଂ -୧୮୪୨୨ ଆସନ୍ତା ୯ ତାରିଖ ଦିନ  ଯିବା ନେଇ ସୂଚନା ଦିଆଯାଇଛି। 

ସେପଟେ,  ଗୋରଖପୁରରୁ ହଟିଆ ଚାଲୁଥିବା ଏକ୍ସପ୍ରେସ ଟ୍ରେନ୍‍ ଯାତ୍ରା ଏଣିକି ସମ୍ବଲପୁର ଯାଏଁ ସମ୍ପ୍ରସାରିତ ହେବ ବୋଲି ସୂଚନା ଦିଆଯାଇଛି। ସମ୍ବଲପୁର ଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଶନିବାର(ଗତାକାଲି) ସକାଳେ ସମ୍ବଲପୁର ଗସ୍ତ କରି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହାସହ ସମ୍ବଲପୁର ରେଳ ଷ୍ଟେସନକୁ ନୀରିକ୍ଷଣ କରି ସମ୍ପୃକ୍ତ ଷ୍ଟେସନର ନବୀକରଣ ନେଇ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି, ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।  ଏହି ସମ୍ପ୍ରସାରଣ ଦ୍ୱାରା ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ରେଳଷ୍ଟସନ୍‍ର ପୁନର୍ବିକାଶ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ ବୋଲି ସେ କହିଛନ୍ତି। ସମ୍ବଲପୁର ରେଳ ଷ୍ଟେସନର ପୁନର୍ବିକାଶ  ପାଇଁ ପ୍ରାୟ 370 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଷ୍ଟେସନ ମାଧ୍ୟମରେ ସହରର ଉଭୟ ପାର୍ଶ୍ୱ ସଂଯୋଗ ହୋଇପାରିବ ଏବଂ ସମସ୍ତ ଆଧୁନିକ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Read More
{}{}