Hindi News >>Home >>Odisha State

Odisha News: କାଳବୈଶାଖୀ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ, ଘର ଓଳାଉଥିବା ବେଳେ ଚାଲିଗଲା ବୃଦ୍ଧାଙ୍କ ଜୀବନ

Odisha News: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି।ଗତକାଲି ମଧ୍ୟ କାଳବୈଶାଖିର ତାଣ୍ତବ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା। ଆଉ ଏଥିରୁ ବାଦ୍ ପଡି ନଥିଲା କେନ୍ଦୁଝର ଜିଲ୍ଲା । ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ। 

Advertisement
 Odisha News: କାଳବୈଶାଖୀ ବର୍ଷା ଯୋଗୁ ଖସିପଡ଼ିଲା କାନ୍ଥ, ଘର ଓଳାଉଥିବା ବେଳେ ଚାଲିଗଲା ବୃଦ୍ଧାଙ୍କ ଜୀବନ
Stop
Abhaya mohanty|Updated: May 12, 2024, 12:30 PM IST

Odisha News: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି।ଗତକାଲି ମଧ୍ୟ କାଳବୈଶାଖିର ତାଣ୍ତବ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା। ଶନିବାର ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିଦେଇଥିଲା। ହଠାତ ରାତି ଅଧରେ କିଛି ସମୟ ପାଇଁ ଘଡଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା। ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ।

ALSO READ: Road Accident: ବ୍ରେକ୍ ଫେଲ୍ ହେଲା କାର୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଆଉ ଏଥିରୁ ବାଦ୍ ପଡି ନଥିଲା କେନ୍ଦୁଝର ଜିଲ୍ଲା । ଘର ଓଳାଉଥିବା ସମୟରେ ବୃଦ୍ଧାଙ୍କ ଉପରେ ଖସି ପଡିଲା ଘର କାନ୍ଥ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରାଇଘାଟି ଗାଁର କାଟେ ଖୁଣ୍ଟିଆଙ୍କ ସ୍ତ୍ରୀ ରାଇମଣୀ (ଶନିବାର)ଗତକାଲି ଘର ଓଳାଉଥିବା ସମୟରେ ଅଚାନକ ଘରର କାନ୍ଥ ତାଙ୍କ ଉପରେ ପଡି ଯାଇଥିଲା। କାଳବୈଶାଖୀ ପ୍ରଭାବରୁ ଗତକାଲି ପ୍ରବଳ ବର୍ଷା ହୋଇଥିବାରୁ ମାଟି କାନ୍ଥ ଖସି ପଡ଼ିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। 

{}{}