Hindi News >>Home >>Odisha State

LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ଏହି ସବୁ ରୁଟ୍ ରେ ମିଳିବ ସେବା

LaccMI Bus: ଏଣିକି ଯାତ୍ରା ହେବ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus) ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ  ଆଜି ୫ଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LaccMI Bus) ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।

Advertisement
LaccMI Bus Service: ଆଜି ଆଉ ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍', ଏହି ସବୁ ରୁଟ୍ ରେ ମିଳିବ ସେବା
Stop
Zee Odisha Desk|Updated: Feb 19, 2024, 06:32 AM IST

LaccMI Bus: ଏଣିକି ଯାତ୍ରା ହେବ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ (Odisha Govt Bus) ପହଞ୍ଚାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ  ଆଜି ୫ଟି ଜିଲ୍ଲାରେ 'ଲକ୍ଷ୍ମୀ ବସ୍' (LaccMI Bus) ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।  ଆଜି କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'। ସକାଳ ୧୧ଟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ପ୍ରଥମ ପର୍ଯ୍ୟାୟରେ ୨୮ଟି ବସ ଗଡିବ ବୋଲି ଜଣାପଡିଛି । ଏ-ନେଇ କଟକର ବାଲିଯାତ୍ରା ପଡିଆରେ ବସ୍ ଗୁଡିକର ରଖାଯାଇଛି। ତେବେ, ଏହି ଲକ୍ଷ୍ମୀ ବସ୍ ରେ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି।  ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।

ALSO READ: Weather Update: ୨୩ରୁ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ହେବ ବର୍ଷା!

ସେହିପରି, ଫେବୃଆରୀ ୧୬ରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁ ଲୋକମାନେ 'ଲକ୍ଷ୍ମୀ ବସ୍' ଜରିଆରେ ସୁବିଧାରେ ଏବଂ  କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍‌ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ ବସ୍’(LaccMI Bus) ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିବା ବେଳେ ପରେ ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁରରେ ଓ କୋରାପୁଟରେ  ଏହି ଯୋଜାନା କାର୍ଯ୍ୟକାରୀ ହୋଇଥିଲା। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି।   ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। 

{}{}