Hindi News >>Home >>Odisha State

Naba Das: ନବଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ, ଏଯାଏଁ ଜଣାପଡିନି ହତ୍ୟାର ମୂଳ କାରଣ

Former Health Minister Naba Das First Death Anniversary: ଚାହୁଁ ଚାହୁଁ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ (Former Health Minister Naba Das) ହତ୍ୟାକୁ ଆଜି ବର୍ଷେ ପୁରିଛି। ଠିକ୍ ଆଜିକା ଦିନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ(Naba Das) ହତ୍ୟା କରାଯାଇଥିଲା। ପଢନ୍ତୁ ପୂରା ରିପୋର୍ଟ...

Advertisement
Naba Das: ନବଦାସଙ୍କ ହତ୍ୟାକୁ ପୂରିଲା ବର୍ଷେ, ଏଯାଏଁ ଜଣାପଡିନି ହତ୍ୟାର ମୂଳ କାରଣ
Stop
Zee Odisha Desk|Updated: Jan 29, 2024, 12:35 PM IST

Former Health Minister Naba Das First Death Anniversary: ଚାହୁଁ ଚାହୁଁ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ (Former Health Minister Naba Das) ହତ୍ୟାକୁ ଆଜି ବର୍ଷେ ପୁରିଛି। ଠିକ୍ ଆଜିକା ଦିନରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ(Naba Das) ହତ୍ୟା କରାଯାଇଥିଲା। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୂରିଛି ସତ ହେଲେ କାହିଁକି ଏବଂ କେଉଁ  କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। 

ଏହାବି ପଢନ୍ତୁ : Fighter: ଫ୍ୟାନ୍ସଙ୍କ ହୋସ୍ ଉଡ଼ାଉଛି ହ୍ରିତିକ-ଦୀପିକାଙ୍କ ସିଜଲିଂ କେମେଷ୍ଟ୍ରି, ୪ର୍ଥ ଦିନରେ ଆୟ କଲାଣି ଏତେ କୋଟି

ସୂଚନା ଅନୁସାରେ , ଜାନୁଆରୀ ୨୯ ତାରିଖ ୨୦୨୩ ଅର୍ଥାତ୍‌ ଆଜିର ଦିନରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାନ୍ଧିଛକ ଫାଣ୍ତି ଏଏସଆଇ ଗୋପାଳ ନବଙ୍କୁ  ଗୁଳି କରିଥିଲା । ପରେ ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିଲେ ନବ ଦାସ । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରର ଆପୋଲ ହସପିଟାଲରେ ଭର୍ତ୍ତି କରଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଝିଥିଲେ। ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ନେଇ ଗୋପାଳକୁ ଗିରଫ କରାଯାଇଥିଲା । ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ ।  ଏହାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖଥିଲେ । ବର୍ଷକ ମଧ୍ୟରେ ନବଦାସଙ୍କ ହତ୍ୟାକାଣ୍ତ ଘଟଣାରେ କ୍ରାଇମବ୍ରାଞ୍ଚକୁ ସେଭଳି କିଛି ଠୋସ୍ ପ୍ରମାଣ ମିଳି ନଥିଲା। କାହିଁକି ନବଦାସଙ୍କୁ ଗୁଳିମାଡ ହେଲା । ଗୁଳିମାଡ ପଛର ରହସ୍ୟ କ’ଣ ତାର କାରଣ ଏବେବି ଖୋଜୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳ ଦାସ ଉପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି ସତ କିନ୍ତୁ ଘଟଣାର ତଦନ୍ତ ଆଉ ଆଗକୁ ବଢୁନି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଆଜି ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ମିନି ମାରାଥନ ସହ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୧୨ଟାରେ ମନମୋହନ ଏମ ଇ ସ୍କୁଲ୍ ପଡିଆଠାରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି ।

Read More
{}{}