Hindi News >>Home >>Odisha State

Odisha News: ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର

Odisha News: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିଥିଲା। ବାଲେଶ୍ୱରରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ, ବାଚୁ ଦାସ । ସେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ। 

Advertisement
Odisha News: ଆକାଶରୁ ଖସିଲା ମୃତ୍ୟୁ !  ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର
Stop
Abhaya mohanty|Updated: May 02, 2024, 10:56 AM IST

Odisha News: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । କିନ୍ତୁ ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଳିଥିଲା। ବାଲେଶ୍ୱରରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ, ବାଚୁ ଦାସ । ସେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ। 

ALSO READ: Bus Accident: ବାଲେଶ୍ବରରେ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ..

ସୂଚନା ଅନୁସାରେ, ଗତକାଲି ଦ୍ବି ପହର ସମୟରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ସାମାନ୍ୟ ବର୍ଷା ସହ କାଳବୈଶାଖୀ ହୋଇଥିଲା । ଭୋଗରାଇର କାଁଥିଭଉଁରୀ ପଂଚାୟତରେ ବାଚୁ ଦାସ୍ ବିଲ ବାଛୁଥିଲେ।  ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ। ସେପଟେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଜଳେଶ୍ୱରପୁର ହସ୍ପିଟାଲକୁ ନେଇଥିଲା । ହେଲେ , ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହା ସହିତ ଚକପଳାସିଆ ଗ୍ରାମର ଜୈନିକ ନାବାଳିକା ବିଲକୁ ପରିବାର ସହିତ ଚାଷ ପାଇଁ ଯାଉଥିବା ବେଳେ ବଜ୍ରଘାତରେ ଗୁରୁତର ହୋଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ରସଲପୁର ଗ୍ରାମର ମହିଳା ମିନା ଗଙ୍ଗାଇ ବିଲରୁ ଚାଷ କାର୍ଯ୍ୟ ସାରି ଆସୁଥିବା ବେଳେ ତାଙ୍କ ଉପରେ ଏକ ଗଛ ପଡି ଯାଇଥିଲା। ଫଳରେ ସେ ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। 

 

{}{}