Hindi News >>Home >>Odisha State

Odisha News: ଦଳୀୟ ପାଣ୍ଠି ପାଇଁ ଖଣି ଲିଜ୍‍! ନିର୍ବାଚନ ତାରିଖ ଘୋଷଣା ଦିନ କିକ୍‍ ବ୍ୟାକ୍‍ ଅଭିଯୋଗ

 ଓଡ଼ିଶାର ଖଣି ରାଜସ୍ୱ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ସହ ଦଳୀୟ ପାଣ୍ଠିକୁ ମଧ୍ୟ ଦମ୍ଭ ଦେଇଥାଏ। ରାଜ୍ୟ ରାଜନୀତି ବାବଦରେ ସଚେତନ ଥିବା ପ୍ରତ୍ୟକ ବ୍ୟକ୍ତି ଏହାକୁ ସ୍ୱୀକାର କରିବେ। କିନ୍ତୁ ଏହି ପାଣ୍ଠି  ବେଳେ ବେଳେ ସରକାରଙ୍କୁ ହରଡ଼ ଘଣାରେ ପକାଏ। ଖଣି ମାଲିକମାନେ କିଛି ନେତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ମଧ୍ୟ ବଜାରରେ ରଖି ବ୍ଲାକମେଲିଂ କରିବାକୁ ପଛାନ୍ତି ନାହିଁ। ଏପରି ଏକ ଘଟଣା କୋଇଡ଼ା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisement
Odisha News: ଦଳୀୟ ପାଣ୍ଠି ପାଇଁ ଖଣି ଲିଜ୍‍! ନିର୍ବାଚନ ତାରିଖ ଘୋଷଣା ଦିନ କିକ୍‍ ବ୍ୟାକ୍‍ ଅଭିଯୋଗ
Stop
Narmada Behera|Updated: Jul 11, 2024, 11:17 AM IST

Odisha News(ଭୁବନେଶ୍ୱର) : ଓଡ଼ିଶାର ଖଣି ରାଜସ୍ୱ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ସହ ଦଳୀୟ ପାଣ୍ଠିକୁ ମଧ୍ୟ ଦମ୍ଭ ଦେଇଥାଏ। ରାଜ୍ୟ ରାଜନୀତି ବାବଦରେ ସଚେତନ ଥିବା ପ୍ରତ୍ୟକ ବ୍ୟକ୍ତି ଏହାକୁ ସ୍ୱୀକାର କରିବେ। କିନ୍ତୁ ଏହି ପାଣ୍ଠି  ବେଳେ ବେଳେ ସରକାରଙ୍କୁ ହରଡ଼ ଘଣାରେ ପକାଏ। ଖଣି ମାଲିକମାନେ କିଛି ନେତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ ମଧ୍ୟ ବଜାରରେ ରଖି ବ୍ଲାକମେଲିଂ କରିବାକୁ ପଛାନ୍ତି ନାହିଁ। ଏପରି ଏକ ଘଟଣା କୋଇଡ଼ା ଖଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଲୌହଖଣି ଲିଜ୍‍ଧାରୀ ଚଞ୍ଚକତା ପୂର୍ଣ୍ଣ ଭାବେ ନିୟମ ଉଲ୍ଲଂଘନ କରି ରାଜ୍ୟ ସରକାରଙ୍କଠାରୁ ଲିଜ୍‍ ପଟ୍ଟା ହାସଲ କରିଥିବା ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ଏହି ଘଟଣା ପୁଣି ନିର୍ବାଚନ ତାରିଖ ଘୋଷଣା ଦିନ ହିଁ ଘଟିଛି। 

କୋଇଡ଼ା ମାଇନିଂ ସର୍କଲରେ ଥିବା ପାଟମୁଣ୍ଡା  ଖଣିକୁ ନେଇ ଏପରି ଅଭିଯୋଗ ଉଠିଛି।  ସନ୍ ଆଲୟେଜ୍ ଆଣ୍ଡ ମିନେରାଲ୍ସ ଲିମିଟେଡ଼ ନାମକ ଏକ କମ୍ପାନୀକୁ ଏହି ନିର୍ବାଚନ ତାରିଖ ଘୋଷଣା ଦିନ ଲିଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀ ଖଣିଜ ରିହାତି ନିୟମ ୧୯୬୦, ଖଣିଜ ପଦାର୍ଥ (ଆଣବିକ ଓ ହାଇଡ୍ରୋ କାର୍ବନ ଶକ୍ତି ଖଣିଜ ବ୍ୟତୀତ) ରିହାତି ନିୟମ- ୨୦୧୬ କୁ  ଉଲ୍ଲଂଘନ କରିଥିବା ଅଭିଯୋଗ ପୂର୍ବରୁ ରହିଥିଲେ ବି ରାଜ୍ୟ ସରକାରଙ୍କ ଶେଷ କାର୍ଯ୍ୟ ଦିବସରେ ଏପରି ଏକ ଲିଜ୍‍ ପ୍ରଦାନ କରାଯିବା ଦୁର୍ନୀତି ଓ ବ୍ୟାପକ ଅର୍ଥ କାରବାରକୁ ଇଙ୍ଗିତ କରୁଛି। 

ଖଣି ଦୁର୍ନୀତିର ତଦନ୍ତ କରୁଥିବା ଶାହା କମିଶନ ତଦନ୍ତ ବେଳେ ବେଆଇନ୍ ଖଣି ଖନନ ଅଭିଯୋଗରେ ଏହି ଖଣିକୁ ରାଜ୍ୟ ସରକାର ୨କୋଟି ୩ଲକ୍ଷ ୮୪୯ ଟଙ୍କା ଜରିମାନା ଲଗାଇଥିଲେ।  ଏହି ଜରିମାନା ରାଶିକୁ ମେସର୍ସ ଏମ୍‌ ଜି ମହାନ୍ତି ପାର୍ଟନରସିପ୍‌ ଫାର୍ମ ୨୬ ଡିସେମ୍ବର ୨୦୧୭ରେ ମେସର୍ସ ସନ୍‌ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଲିମିଟେଡ୍‌ ତରଫରୁ ଓଡ଼ିଶା ରାଜ୍ୟ ସରକାରଙ୍କୁ "କ୍ଷତିପୂରଣ ଶୁଳ୍କ’ ଭାବରେ ପ୍ରଦାନ କରିଥିଲେ । ମେସର୍ସ ଏମ୍‌ ଜି ମହାନ୍ତି ପାର୍ଟନରସିପ୍‌ ଫାର୍ମର ଆକାଉଣ୍ଟ ବୁକ୍‌ରେ ଉକ୍ତ ଚାର୍ଜକୁ ‘ସନ୍‌ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍ସ ଲିମିଟେଡ୍‌'କୁ ଅଗ୍ରୀମ ବୋଲି ଦର୍ଶାଯାଇଛି । ହେଲେ ମେସର୍ସ ଏମ୍‍ଜି ମହାନ୍ତି ପକ୍ଷରୁ ଦିଆଯାଇଥିବା ଏହି କ୍ଷତିପୁରଣ ଶୁଳ୍କ ଖଣିଜ ରିହାତି ନିୟମ- ୧୯୬୦କୁ ଉଲ୍ଲଂଘନ କରୁଛି। 

ଖଣିଜ ରିହାତି ନିୟମ-୧୯୬୦ର ଧାରା ୩୭ ଅନୁଯାୟୀ, ଲିଜ୍‌ଧାରୀଙ୍କୁ କାର୍ଯ୍ୟ ନିର୍ବାହ ପାଇଁ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତିବିଶେଷଙ୍କଠାରୁ ଅର୍ଥ ଆଣିବାକୁ କରିବାକୁ ବାରଣ କରାଯାଇଛି । ଏହାହେଲେ ସେମାନଙ୍କଦ୍ୱାରା ଖଣି ନିୟନ୍ତ୍ରଣ କରାଯିବାର ଆଶଙ୍କା ରହିଛି । ଏ-ହି ସର୍ତ୍ତର ଉଲ୍ଲଂଘନ କଲେ ଖଣି ଲିଜ୍‌କୁ ରଦ୍ଦ କରାଯିବ । କେବଳ ଖଣି ଆଇନ ନୁହେଁ, ଖଣିଜ ରିହାତି ନିୟମ, ୧୯୬୦ ଅନୁଯାୟୀ ଖଣି ଲିଜ୍‌ ପ୍ରଦାନ କରାଯାଉଥିବା ଫର୍ମ କେ (ଖଣି ଲିଜ୍‌ର ମଡେଲ୍‌ ଫର୍ମ)ର ୧୭ ଧାରାରେ ମଧ୍ୟ ଉପରୋକ୍ତ ସର୍ତ୍ତକୁ ଅନ୍ତଭୁକ୍ତ କରାଯାଇଛି ।

ଏହାପରେ ଖଣିଜ ପଦାର୍ଥ (ଆଣବିକ ଓ ହାଇଡ୍ରୋ କାର୍ବନ ଶକ୍ତି ଖଣିଜ ବ୍ୟତୀତ) ରିହାତି ନିୟମ, ୨୦୧୬କୁ କାର୍ଯ୍ୟକାରୀ କରାଗଲା, ଯେଉଁଥିରେ ଉପରୋକ୍ତ ସର୍ତ୍ତ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ଯେ ରିହାତିଧାରୀଙ୍କୁ ଏହାର କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତି ବିଶେଷ ଭାବରେ ଅର୍ଥ ପ୍ରଦାନ କରିବାକୁ ବାରଣ କରାଯାଇଛି । ରିହାତି ନିୟମ, ୨୦୧୬ର ଧାରା ୨୪ରେ ନିଲାମ ମାଧ୍ୟମରେ ପ୍ରଦାନ କରାଯାଇନଥିବା ସମସ୍ତ ଖଣି ଲିଜ୍‌କୁ ରଦ୍ଦ କରିବା ପାଇଁ ସର୍ତ୍ତ ମଧ୍ୟ ଧାର୍ଯ୍ୟ କରାଯାଇଛି ।ଓଡ଼ିଶାର ଅନ୍ୟ ଖଣିମାଲିକଙ୍କ ଭଳି ସନ୍‌ ଆଲଏଜ୍‌ ଆଣ୍ଡ ମିନେରାଲ୍‌ ଲିମିଟେଡ୍‌କୁ ମଧ୍ୟ କମନ୍‌ କଜ୍‌ ମାମଲାରେ ଦଣ୍ଡିତ କରାଯାଇଥିଲା, କିନ୍ତୁ ଅନ୍ୟମାନଙ୍କ ଭଳି ମେସର୍ସ ଏମ୍‌ ଜି ମହାନ୍ତି ଏହି ଅର୍ଥ ପ୍ରଦାନ କରିଥିଲେ । ଆଇନ ଅନୁଯାୟୀ ଏଭଳି କାରବାର ପାଇଁ ସରକାରଙ୍କଠାରୁ କୌଣସି ଅନୁମତି ନିଆଯାଇନଥିଲା ।

କେବଳ ସେତିକି ନୁହେଁ ଖଣିଜ ରିହାତି ନିୟମ ୨୦୧୬ ଅନୁସାରେ ଯଦି ଖଣି ଲିଜ୍ ପାଇଥିବା କୌଣସି ସଂସ୍ଥା ଏକାଦିକ୍ରମେ ଦୁଇ ବର୍ଷରୁ ଅଧିକ ସମୟ ଧରି ଖଣି ଖନନ ନ କରେ ତେବେ ସେହି ଲିଜ୍କୁ ବାତିଲ କରାଯିବ । କିନ୍ତୁ ସୂଚନା ଅଧିକାର ଆଇନରେ ମିଳିଥିବା ରିପୋର୍ଟ ଅନୁସାରେ ସନ୍‌ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଲିମିଟେଡ୍‌ ୨୦୧୬-୧୭ରୁ ୨୦୨୩-୨୪ ପର୍ଯ୍ୟନ୍ତ ଖଣି ଖନନ କରିନଥିବାରୁ ସରକାରଙ୍କୁ ରୟାଲଟି ଦେଇନାହିଁ । ଏହି ସମୟ ମଧ୍ୟରେ କମ୍ପାନୀ କେବଳ ଡେଡ୍ ରେଣ୍ଟ ଓ ସର୍ଫେସ୍ ରେଣ୍ଟ ପ୍ରଦାନ କରିଛି । ତେଣୁ ଏହି ଉଲ୍ଲଂଘନ ଫଳରେ ଖଣିଜ ରିହାତି ନିୟମ, ୨୦୧୬ର ଧାରା ୨୪ ଅନୁଯାୟୀ ସନ୍‌ ଆଲଏଜ୍‌ ଆଣ୍ଡ ମିନେରାଲ୍ସ ଲିମିଟେଡ୍‌ର ଖଣି ଲିଜ୍‌କୁ ରାଜ୍ୟ ସରକାର ରଦ୍ଦ କରିପାରିବେ । 

ରାଜ୍ୟ ସରକାର ଓ ଖଣି ବିଭାଗ ଏହି ମାମଲାର ତଦନ୍ତ କରିବା ପରିବର୍ତ୍ତେ ବିଧାନସଭା ପାଇଁ ନିର୍ବାଚନ ଘୋଷଣା ହେବା ଦିନହିଁ କଳଙ୍କିତ ତୃତୀୟ ମହଲା ଏହି ମାମଲାକୁ ଅଣଦେଖା କରି କମ୍ପାନିର ଲିଜ୍‌ବୃଦ୍ଧରେ  ସନ୍ଦେହ ଥିବାରୁ ନୂଆ ସରକାର ଏହାର ତଦନ୍ତ ପାଇଁ ଆଦେଶ ଦେଇପାରନ୍ତି । ଏହା ହେଲେ ଅନେକ ଦୁର୍ନୀତିର ପେଡ଼ି ଖୋଲିବା ବି ସମ୍ଭାବନା ରହିଛି।

Read More
{}{}