Hindi News >>Home >>Odisha State

Odisha News : ମୁଣ୍ଡିଆ ମାରି ଗୃହରୁ ବିଦାୟ ନେଲେ ସୁର, ଭାବବିହ୍ୱଳ ହୋଇ କହିଲେ ଏପରି କଥା...

ସେପଟେ ସୁରଙ୍କ ବିଦାୟ ସମୟରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ଶ୍ରୀ ସାହୁ କହିଛନ୍ତି ୧୯୯୦ରୁ ବିଧାନସଭାକୁ ଆସୁଛନ୍ତି। ଏହା ତାଙ୍କର ଶେଷ ବିଧାନସଭା କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। 

Advertisement
Odisha News : ମୁଣ୍ଡିଆ ମାରି ଗୃହରୁ ବିଦାୟ ନେଲେ ସୁର, ଭାବବିହ୍ୱଳ ହୋଇ କହିଲେ ଏପରି କଥା...
Stop
Zee Odisha Desk|Updated: Feb 09, 2024, 05:01 PM IST

Odisha News : ଭୁବନେଶ୍ୱର: ସରିଲା ବିଧାନସଭାର ବଜେଟ ଅଧିବେଶନ। ଷୋଡ଼ଷ ବିଧାନସଭାର ଆଜିଥିଲା ଶେଷ ଦିନ। ଏହା ସହିତ ଜଟଣୀ ବିଧାୟ ସୁରେଶ ରାଉତରାୟଙ୍କର ମଧ୍ୟ ଶେଷ ଦିନ ରହିଥିଲା। ଆଜି ଦିନର ଶେଷ ବେଳକୁ ଗୃହକୁ ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି ସୁର ରାଉତରାୟ। ଶେଷ ଥର ପାଇଁ ଗୃହରୁ ବିଦାୟ ନେବା ବେଳେ ବେଶ ଭାବବିହ୍ୱଳ ହୋଇ ପଡ଼ିଥିଲେ ସୁର। ଭାବବିହ୍ୱଳ ହୋଇ ସେ କହିଛନ୍ତି କି ଆଜି ଥିଲା ତାଙ୍କର ଶେଷ ବିଧାନସଭା। ଆଗକୁ ନିର୍ବାଚନ ଲଢିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ତେବେ ସେ ସିଧାସଳଖ ରାଜନୀତି ସହିତ ସମ୍ପୃକ୍ତ ନ ରହିଲେ ମଧ୍ୟ ଲୋକଙ୍କ ସେବା ପୂର୍ବ ଭଳି ଜାରି ରଖିବେ ବୋଲି ସେ କହିଛନ୍ତି। 

ଏଠାରେ କହି ରଖୁ କି ୧୯୭୭ ମସିହାରୁ ପ୍ରଥମ ଥର ପାଇଁ ବିଧାୟକ ହୋଇ ବିଧାନସଭାକୁ ଆସିଥିଲେ। ଏହା ପରେ ସେ ସବୁବେଳେ ଜଟଣୀବାସୀଙ୍କ ପାଇଁ ସ୍ୱର ଉଠାଇ ଆସିଛନ୍ତି। ଲୋକଙ୍କ ପାଇଁ କାମ କରିବାକୁ ବହୁତ ସହଯୋଗ ମିଳିଥିବା ନେଇ ସେ କହିଛନ୍ତି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲେ ଓ ରହିଥିବେ ବୋଲି ସେ କହିଛନ୍ତି। କିନ୍ତୁ ଆଗକୁ ଆଉ ବିଧାନସଭା ଆସିବେନି ବୋଲି ଦୁଃଖ ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର। କିନ୍ତୁ ଆଗାମୀ ନିର୍ବାଚନରେ ସେ ଲଢିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ଏହି ଆସନରେ ନିଜ ସାନପୁଅକୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁର। କିନ୍ତୁ ସାନପୁଅ କେଉଁ ଦଳରୁ ନିର୍ବାଚନ ଲଢିବେ ବୋଲି ସେ ନେଇ କୌଣସି ନିଷ୍ପତ୍ତି ସାମ୍ନାକୁ ଆସିନାହିଁ। ସେପଟେ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡ଼ାରୁ ନିର୍ବାଚନ ଲଢିବେ ବୋଲି ସୁର ସୂଚନା ପ୍ରଦାନ କରିଛନ୍ତି। ସେପଟେ ସୁରଙ୍କ ବିଦାୟ ସମୟରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ଶ୍ରୀ ସାହୁ କହିଛନ୍ତି ୧୯୯୦ରୁ ବିଧାନସଭାକୁ ଆସୁଛନ୍ତି। ଏହା ତାଙ୍କର ଶେଷ ବିଧାନସଭା କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। 

Read More
{}{}