Hindi News >>Home >>Odisha State

Balasore News: ସାର୍ଟିଫିକେଟ୍ ବନ୍ଧା ରଖି ଚାଲିଥିଲା ଡ଼ିଲ୍, ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ

Balasore News: ଏ ସଂପର୍କରେ ଖବର ପାଇବା ପରେ ଏସପି ସାଗରିକା ନାଥ ଏକ ୨୦ ଜଣିଆ ଟିମ୍ ଗଠନ କରିଥିଲେ । ଏହି ଟିମ୍ ଚଢଉ କରି ଗୋଟିଏ ବସ, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, ୩ଟି ବ୍ଲାଙ୍କ୍‌ ଚେକ୍, ନଗଦ ୨୨ ହଜାର ଟଙ୍କା  ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିବା ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Jul 24, 2023, 09:36 AM IST

Balasore News: ନିଯୁକ୍ତି ଆଶୀୟୀଙ୍କୁ ଚାକିରି କରାଇ ଦେବା କହି ଠକେଇ । ଚାକିରି ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଉଥିବା ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ୯ ଜଣ ଦଲାଲଙ୍କୁ ରବିବାର ଗିରଫ କରିଛି ବାଲେଶ୍ବର ଜିଲ୍ଲା ପୋଲିସ (Balasore police)। ରବିବାର କମ୍ବାଇନଡ଼ ଗ୍ରାଜୁଏଟ୍ ଲେବଲ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ ଓ ୨ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ବରରୁ ବାଲେଶ୍ବର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ । ସେଠାରେ ଥିବା ଏକ ହୋଟେଲରେ ସମସ୍ତଙ୍କୁ ରଖି ଯୋଜନା ମୁତାବିକ ପ୍ରଶ୍ନପତ୍ର ପାଇଁ ଡ଼ିଲ ଆରମ୍ଭ କରିଥିଲେ । ତେବେ ଏ ସଂପର୍କରେ ଖବର ପାଇବା ପରେ ଏସପି ସାଗରିକା ନାଥ ଏକ ୨୦ ଜଣିଆ ଟିମ୍ ଗଠନ କରିଥିଲେ । ଏହି ଟିମ୍ ଚଢଉ କରି ଗୋଟିଏ ବସ, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, ୩ଟି ବ୍ଲାଙ୍କ୍‌ ଚେକ୍, ନଗଦ ୨୨ ହଜାର ଟଙ୍କା  ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିବା ବାଲେଶ୍ବର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗିରଫ ଦଲାଲ ଖୋର୍ଦ୍ଧା ଅଞ୍ଚଳର ବିଶ୍ବରଞ୍ଜନ ମହାପାତ୍ର, ଭୁବନେଶ୍ବର ସହର ଉପକଣ୍ଠ ଯଦୁପୁରର ସାଇନା ପରବିନ, ମୁସ୍ତାକ ଅଲ୍ଲୀ, ଏମଡ଼ି କମରୁଦ୍ଦିନ୍, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର, ଭୁବନେଶ୍ବର ବିଜେନ୍ଦ୍ର କୁମାର ଓ ବିଶାଖାପାଟଣାର ମହମ୍ମଦ କେ. ସିଦ୍ଦିକି ବୋଲି ଜଣାପଡ଼ିଛି । ତେବେ ଏହି ରାକେଟର କିଙ୍ଗପିନ୍ ବିଶ୍ବରଞ୍ଜନ ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଓଡିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ତ ଓ ବିହାର ଆଦି ରାଜ୍ୟରୁ ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାଗେର୍ଟ କରୁଥିଲେ । ବିଭିନ୍ନ ରାଜ୍ୟରେ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି କରେଇ ଦେବା କହି ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ଦାବି କରୁଥିଲେ । ପରୀକ୍ଷାର୍ଥୀ ଓ ଚାକିରି ଆଶାୟୀଙ୍କଠାରୁ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ଦସ୍ତଖତ ଥିବା ଦୁଇଟି ବ୍ଲାଙ୍କ ଚେକ ଆଣିବା ପରେ ସେମାନେ ଠକେଇ ଆରମ୍ଭ କରୁଥିଲେ । କୌଣସି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ କରିବା ପରେ ଗ୍ୟାଙ୍ଗର ସଦସ୍ୟ ମାନେ ସେମାନଙ୍କଠାରୁ ଦାବି ମୁତାବିକ ଟଙ୍କା ନେବାପରେ ତାଙ୍କ ଶିକ୍ଷାଗତ ପ୍ରମାଣପତ୍ର ଫେରାଇଉଥିଲେ ।

Also Read- Puri Jagannath Temple: ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିରୟ ପତ୍ର ଦେଖାଇ ପ୍ରବେଶ କରିବେ ପୁରୀବାସୀ

ପ୍ରକାଶ ଥାଉ କି, ଏହି ପ୍ରଶ୍ନପତ୍ର ଡ଼ିଲ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଏସପି ସାଗରିକା ନାଥ ଏକ ୨୦ ଜଣିଆ ଟିମ୍ ଗଠନ କରି ଚଢଉ ନେଇ ନିର୍ଦ୍ଦେଶ ଦେଇଥିଲେ । ଏହି ପୋଲିସ ଟିମ୍  ତାଳସାରୀ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ଓ ସହଦେବଖୁଣ୍ଚା ଥାନା ଅଞ୍ଚଳରେ ଚଢଉ କରି ଦଲାଲମାନଙ୍କୁ ଗିରଫ କରିଥିଲା  । ଏହି ଘଟଣାରେ ସହଦେବଖୁଣ୍ଚା ଥାନାରେ ଏକ ମାମଲା ରୁଜୁ ହୋଇଛି । ସେପଟେ ପ୍ରଶ୍ନପତ୍ର ଲିକ୍ ହେବା ପରେ ଜେଇ ସିଭିଲ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ବାତିଲ କରିଥିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC  ) । ଗତ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ କରିବା ନେଇ ଓଏସଏସସି ଅଧ୍ଯକ୍ଷ ଅଭୟ ପ୍ରଥମ ଟ୍ବିଟ୍ କରି ସୂଚନା ଦେଇଥିଲେ । ଏହାପରେ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନୂତନ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ଜେଇ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ,  ବାଲେଶ୍ବର ଏସପିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସରେ ଜେଇ ସିଭିଲ ପଦବୀ ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରାଯାଇଥିଲା ।

 

Read More
{}{}