Hindi News >>Home >>Odisha State

Ganjam News: ରାତିରେ ଖାଇପିଇ ଶୋଇଥିଲେ, ସକାଳୁ ଘରୁ ମିଳିଲା ତିନି ମୃତଦେହ ​

Ganjam News:  ବିଶାକ୍ତ ଖାଦ୍ୟ ନେଲା ମାଆ ସହ ଦୁଇ ଯାଆଁଳା ପୁଅର ଜୀବନ। ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା ସେନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି । 

Advertisement
Ganjam News: ରାତିରେ ଖାଇପିଇ ଶୋଇଥିଲେ, ସକାଳୁ ଘରୁ ମିଳିଲା ତିନି ମୃତଦେହ ​
Stop
PREMANANDA PUJARI|Updated: Sep 18, 2023, 02:02 PM IST

(ପ୍ରେମାନନ୍ଦ ପୁଜାରୀ,ଗଞ୍ଜାମ ) Ganjam News: ଡକାଡକି ହୋଇ ଚାଲିଗଲେ ଗୋଟିଏ ପରିବାର ଦିନି ସଦସ୍ୟ। ବିଶାକ୍ତ ଖାଦ୍ୟ ନେଲା ମାଆ ସହ ଦୁଇ ଯାଆଁଳା ପୁଅର ଜୀବନ।  ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ-ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ( Ganjam) ଜିଲ୍ଲା ଦିଗପହଣ୍ତି  ଶେରଗଡ଼ ଥାନା ଶ୍ରୀରାମ ନଗରରେ (Food Poisoning Case)। ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଭାବନୀୟ ଘଟଣା ଘଟିଲା ସେନେଇ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ କରାଯାଇଛି । ମୃତକ ହେଉଛନ୍ତି ମହତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ବେହେରା। ଏବଂ ତାଙ୍କର  ଦୁଇ ଯାଆଁଳ ପୁଅ। 

Also Read: Ganesh Puja 2023: ଗଣେଷ ପୂଜାରେ କରନ୍ତୁ ଏହି ୫ଟି ଉପାୟ, ମାଡ଼ିଯିବ ଧନ ସମୃଦ୍ଧି

ସୂଚନା ଅନୁଯାୟୀ,  ଗଞ୍ଜାମ ଜିଲ୍ଲା ଦିଗପହଣ୍ତି  ଶେରଗଡ଼ ଥାନା ଶ୍ରୀରାମ ନଗରରେ ଅଞ୍ଚଳରେ ଭଡା଼ ନେଇ ରୁହନ୍ତି ଶିକ୍ଷୟତ୍ରୀ ସାବିତ୍ରୀ ବେହେରାଙ୍କ ପରିବାର।  ଶାଶୁ ଉର୍ମିଳା ,ସ୍ବାମୀ ଓ ଦୁଇ ୫ ବର୍ଷର ଦୁଇ ଯାଆଁଳ ପୁଅଙ୍କୁ ନେଇ ତାଙ୍କର ତେଲ ଲୁଣର ସଂସାର। ସବୁଦିନ ପରି ଗତକାଲି ରାତିରେ ଘରେ ସମସ୍ତେ ଖାଦ୍ୟ ଖୋଇ ଶୋଇଥିଲେ। କିନ୍ତୁ ସକାଳୁ ହେଲା ବେଳକୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଶିକ୍ଷୟତ୍ରୀ ସାବିତ୍ରୀ ବେହେରାଙ୍କ ସହ ତାଙ୍କ ଦୁଇ ଯାଆଁଳା ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ସାବିତ୍ରୀଙ୍କ ସ୍ବାମୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଶାଶୁ ଉର୍ମିଳା ଡାକୁଆଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଫଳରେ ଉର୍ମିଳାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ତିନି ଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ବିଶାକ୍ତ ଖାଦ୍ୟ ଖାଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ । 

 

Read More
{}{}