Hindi News >>Home >>Odisha State

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ (Srimandir Heritage Corridor Project inauguration) ହେବା ପୂର୍ବରୁ କାହାରି ଆଖିରେ ନିଦ ନାହିଁ। ଚାଲିଛି ସମୀକ୍ଷା ପରେ ସମୀକ୍ଷା। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା(Chief Secretary Pradeep Jena) ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି।

Advertisement
Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
Stop
Zee Odisha Desk|Updated: Jan 10, 2024, 11:21 AM IST

Srimandir Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ (Srimandir Heritage Corridor Project inauguration) ହେବା ପୂର୍ବରୁ କାହାରି ଆଖିରେ ନିଦ ନାହିଁ। ଚାଲିଛି ସମୀକ୍ଷା ପରେ ସମୀକ୍ଷା। ଲୋକାର୍ପଣ ଉତ୍ସବକୁ ଆଉ ମାତ୍ର ଛଅଦିନ ଥିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ୫ଟି ତଥା ନବୀନ ଓଡିଶା ଅଧ୍ଯକ୍ଷ ଭିକେ ପାଣ୍ଡିଆନ (V. K. Pandian) ଘନଘନ ଗସ୍ତ କରୁଛନ୍ତି । ଏହା ସହ କାର୍ଯ୍ଯର ଟିକନିକ୍ ଅନୁଧ୍ୟାନ କରୁଛନ୍ତି । ସେପଟେ ଗତକାଲି ରାତିରେ ବି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା(Chief Secretary Pradeep Jena) ପୁରୀରେ ପହଞ୍ଚି କାର୍ଯ୍ଯର ତଦାରଖ କରିଛନ୍ତି। 

୧୨ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ୧୪ତାରିଖରେ ସୁରକ୍ଷା ଦୃଷ୍ଟିରୁ ପୋଲିସକୁ ହସ୍ତାନ୍ତର ହେବ ପରିକ୍ରମା ପ୍ରକଳ୍ପ। ତେବେ ଗତକାଲି ରାତିରେ ମୁଖ୍ୟ ଶାସନ ସଚିବ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଯଜ୍ଞ ସ୍ଥଳ ଆଉ ପରେ ଯାତ୍ରୀ ପରିକ୍ରମା ଚତୁଃପାର୍ଶ୍ଵ ଓ ଶେଷରେ ଶ୍ରୀ ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଗତକାଲି ଠାରୁ ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ। ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ , ଟାଟା,ଓବିସିସି ଅଧିକାରୀ ଟିକ୍ ନିଖ ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବ ସମୀକ୍ଷାର ୩ ଦିନ ପରେ କାର୍ଯ୍ୟର ବେଶ ଅଗ୍ରଗତି ହୋଇଛି।

୮୦୦ ମିଟର ଶ୍ରୀମାର୍ଗରେ ଫେଭର ବ୍ଲକ ପକାଯାଉଛି। ୮୦୦ ମିଟର ମଧ୍ୟରୁ ୩୦୦ ମିଟର ରାସ୍ତା ସମସ୍ୟା ରହିଛି। ଭୂତଳ କେବୁଲିଂ ,ପାଇପ ୱାଟର ପକା କାର୍ଯ୍ୟ ସାରିଥିବାରୁ ଶ୍ରୀ ମାର୍ଗ ସରିବା ନେଇ ଦୃଢ଼ ଆଶାବାଦୀ ଅଛନ୍ତି ମୁଖ୍ୟ ଶାସନ ସଚିବ। ଦିନ ରାତି ଏକ କରି  କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ କର୍ମଚାରୀ ନିୟୋଜିତ ହେବେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ୯ ଟି ସ୍ଲାଇଡିଂ ଡୋର । ଏବେ ଏହା ମନୁଷ୍ୟ କୃତ ଭାବେ ପରିଚାଳିତ ହେବ । ପରେ ଏହାର ପରିଚାଳନା ଦାୟିତ୍ଵ ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ। ଶ୍ରୀସେତୁର ସ୍ବାଗତ ତୋରଣ ଅର୍ଥାତ (VU tower) ଭିୟୁ ଟାଓ୍ବାର୍ ପ୍ରଥମେ ପରୀକ୍ଷଣ କରାଯିବ। ସୁରକ୍ଷା ଓ ନିରାପତ୍ତା ରିପୋର୍ଟ ଠିକ୍ ଆସିଲେ ପୂର୍ଣ୍ଣ ସ୍ବାଗତ ତୋରଣ ନଚେତ୍ ବୈଷୟିକ କମିଟିର ସହାୟତା ନେଇ ଗୋଟିଏ ଫାଳ ଖୋଲାଯିବ। ପୁରୀର ଅନେକ ପରିବର୍ତ୍ତନ ହୋଇଛି। ଆହୁରି ଅନେକ ପ୍ରକଳ୍ପ କାମ ଚାଲିଛି।ବଡ଼ଦାଣ୍ଡର ରୂପ ରେଖ ବଦଳିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲ୍ଯାଣ୍ଡ ସ୍କାପିଂ, ଉଦ୍ଯାନ, ପରିକ୍ରମା ମାର୍ଗ, ସୌଚାଳୟ, ରିସିପସନ ସେଣ୍ଟର କାର୍ଯ୍ଯର ଅଗ୍ରଗତି ହୋଇଛି। ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟ, ମେଘନାଦ ପାଚେରୀ ଆଦିରେ ରଙ୍ଗ ଦିଆଯାଇଛି। ମଠ ଗୁଡିକୁ ଉତ୍କଳୀୟ ଢାଞ୍ଚାରେ ଛାପ ଦିଆଯାଇଛି। ପୁରାତନ ପାଣିଟାଙ୍କିରେ ସାଂସ୍କୃତିକ ଚିତ୍ରକଳା କରାଯାଇଛି। ବଡଦାଣ୍ଡର ଦୁଇପାର୍ଶ୍ୱରେ ଥିବା ସମସ୍ତ କୋଠାକୁ ଫିକା ଗୋଲାପି ରଙ୍ଗ ଦିଆଯାଇଛି।ସେପଟେ ଟ୍ରମ୍ପେଟ ବ୍ରିଜ କାମ , ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସରି ଆସୁଛି। ସେପଟେ ସମୀକ୍ଷା କରିବା ପରେ ରାତିରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ।

Read More
{}{}