Hindi News >>Home >>Odisha State

Odisha News: ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଛାନଭିନ୍ ଜାରି

Odisha News: ପାରାଦୀପ ବନ୍ଦରରେ ଏକ ଜାହାଜର ହାଚ ଭିତରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ତାଙ୍କ ମୃତ୍ୟୁ ଏବେବି ସନ୍ଦେହ ଘେରରେ ରହିଛି।

Advertisement
Odisha News: ଜାହାଜରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଛାନଭିନ୍ ଜାରି
Stop
Narayan Behera|Updated: Apr 23, 2024, 11:25 AM IST

Odisha News: ପାରାଦୀପ ବନ୍ଦରରେ ଏକ ଜାହାଜର ହାଚ ଭିତରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ତାଙ୍କ ମୃତ୍ୟୁ ଏବେବି ସନ୍ଦେହ ଘେରରେ ରହିଛି।

ALSO Read: HBD Manoj Bajpayee: ଜାଣିଛନ୍ତି କି କେତେ କୋଟି ସମ୍ପତ୍ତିର ମାଲିକ ମନୋଜ?

ସୂଚନା ଅନୁସାରେ, ବିଭୂତି ଏସ୍କାଭେଟର ବା ଲୋଡ଼ରରେ ଜାହାଜର ହାଚ ଭିତରେ ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ ଆଜି ସକାଳୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଉଛି । ଏସ୍କ୍ୟୁ ବର୍ଥରେ ଲାଗିଥିବା ଜାହାଜ ''ଏମ.ଭି. ଉଲ୍ଲାଶୋଇ ୧୧'' ରେ ଲାଗିଥିବା ଏସ୍କାଭେଟରରେ କାମ କରୁଥିବା ବେଳେ କିଭଳି ତାଙ୍କର ମୃତ୍ୟୁ ହେଲା । ତାଙ୍କ ଜାଗାରେ ତାଙ୍କ ରିଲିଭର ଯାଇ ସେଠାରେ କାର୍ଯ୍ୟ କରୁଥିବା ବେଳେ କିଭଳି ବିଭୂତିଙ୍କୁ ଦେଖି ପାରିଲେ ନାହିଁ । ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ତେବେ ସେ ୨୪ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ହାଚ୍ ରହିଥିବା କୁହା ଯାଉଥିବା ବେଳେ ଏହି ଜାହାଜ ର ହାଚ୍ ପ୍ରାୟ ୮୦ଫୁଟ୍ ଗଭୀର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ହାଚ୍ ଭିତରେ ବିଭୂତିର କିପରି ମୃତ୍ୟୁ ହୋଇଛି । ଏନେଇ ପାରାଦୀପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

 

Read More
{}{}