Hindi News >>Home >>Odisha State

Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ, ସପ୍ତାହର ଏହି ଦୁଇ ଦିନ ମିଳିବ ସେବା

Flight Service: ଜୟପୁରବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର (Odisha govt) ଦୀପାବଳୀ ପୂର୍ବରୁ କୋରାପୁଟର ଜୟପୁରବାସୀଙ୍କୁ (Jeypore) ଦେବେ ବଡ଼ ଭେଟି । କାହିଁକିନା ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ (Bhubaneswar Jeypore second direct flight from Nov 6) । ପଢନ୍ତୁ ପୂରା ରିପୋର୍ଟ...

Advertisement
Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ, ସପ୍ତାହର ଏହି ଦୁଇ ଦିନ ମିଳିବ ସେବା
Stop
Zee Odisha Desk|Updated: Nov 04, 2023, 11:33 AM IST

Flight Service: ଜୟପୁରବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର (Odisha govt) ଦୀପାବଳୀ ପୂର୍ବରୁ କୋରାପୁଟର ଜୟପୁରବାସୀଙ୍କୁ (Jeypore) ଦେବେ ବଡ଼ ଭେଟି । କାହିଁକିନା ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ (Bhubaneswar Jeypore second direct flight from Nov 6) । ଏହି ସେବା ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି।  ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ। ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡିଆ ୱାନ ବିମାନ କମ୍ପାନୀ (IndiaOne) ଏହି ସେବା ଯୋଗାଇବ ବୋଲି ଜଣାପଡି଼ଛି।

Also Read: Weather Update: ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ଜାରି , ଏହି ଦିନ ଠାରୁ ବଢିବ ଶୀତ

Also Read: Shani Dev: ଆଜିଠୁ ଏସବୁ ରାଶି ଉପରେ ପ୍ରଚୁର ଧନ ବର୍ଷା କରିବେ ଶନି ଦେବ

ଜାଣନ୍ତୁ ବିମାନ ଯାତ୍ରାର ସମୟ:
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିମାନଟି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଞ୍ଚିବ। ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟ୍ ରେ ପହଞ୍ଚିବା ବୋଲି ସୂଚନା ମିଳିଛି। ପ୍ରତି ସପ୍ତାହର ଦୁଇ ଦିନ ସୋମବାର ଓ ଶୁକ୍ରବାର ଏହି ସେବା ଯାତ୍ରୀଙ୍କୁ ମିଳିବ। ତାହା ପୁଣି ଖୁବ୍ କମ୍ ଖର୍ଚ୍ଚରେ।

ସୂଚନା ଅନୁସାରେ, ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲେ। ଦ୍ୱିତୀୟ ସିଧାସଳଖ ବିମାନ ସେବା ଦ୍ୱାରା ଯୋଗାଯୋଗ ତ୍ୱରାନ୍ୱିତ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ କରିବ। ଜୟପୁରକୁ ଦ୍ୱିତୀୟ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ କୋରାପୁଟବାସୀଙ୍କ ସମେତ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀ ବି ଉପକୃତ ହେବେ। ସେମାନେ ଏବେ କେବଳ ଦେଶ ବିଦେଶକୁ ଯାତ୍ରା କରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିବେ । ଆଉ ଏଠାରେ ଚାଷ ହେଉଥିବା କଫିର ମହକ ପାଇବେ। ଯାହା ଫଳରେ ବିଦେଶରେ ବି କୋରାପୁଟ କଫିର ଚାହିଦା ଆହୁରି ବଢିବ। 

Read More
{}{}