Hindi News >>Home >>Odisha State

Odisha News: ଭୁଲିଗଲା ବାପା ପଣିଆ, ବେଦୀରୁ ଉଠାଇନେଇ ହାଜତରେ ପୁଅକୁ ପୁରାଇଲେ ବାପା

Odisha News: କୁହାଯାଏ ଯେ,ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଏହାକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ । ଏ-ହି ବନ୍ଧନ ସବୁଠୁ ନିଆରା । ତେବେ ଏହି ପବିତ୍ର ସମ୍ପର୍କରେ ଯେବେ ଫାଟ ସୃଷ୍ଟି ହୁଏ । ସେବେ ଭୟଙ୍କର ରୂପ ନିଏ । ତେବେ, ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । 

Advertisement
Odisha News: ଭୁଲିଗଲା ବାପା ପଣିଆ, ବେଦୀରୁ ଉଠାଇନେଇ ହାଜତରେ ପୁଅକୁ ପୁରାଇଲେ ବାପା
Stop
Abhaya mohanty|Updated: May 09, 2024, 01:52 PM IST

Odisha News: କୁହାଯାଏ ଯେ,ସ୍ବାମୀ-ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଏହାକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ । ଏ-ହି ବନ୍ଧନ ସବୁଠୁ ନିଆରା । ତେବେ ଏହି ପବିତ୍ର ସମ୍ପର୍କରେ ଯେବେ ଫାଟ ସୃଷ୍ଟି ହୁଏ । ସେବେ ଭୟଙ୍କର ରୂପ ନିଏ । ତେବେ, ଆଜି ଆମେ ଏଭଳି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ସ୍ତବ୍ଧ କରିଦେବ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଥିଲେ ଯୁବକ। ପୁଅର ଏହି କୁକର୍ମ ଦେଖି ସହିପାରିଲେନି ବାପା। ଆଉ ଶେଷରେ ପୁଅକୁ ଥାନାକୁ ଟାଣି ନେଇଥିଲେ ବାପା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅଞ୍ଚଳରେ । ଅଭିଯୁକ୍ତ ଜଣକ ହେଲେ ଅଜୟ କୁମାର ଜେନା।...

ALSO READ: Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦୋନ୍ନତି ସହ ଆର୍ଥିକ ଲାଭ!

ସୂଚନା ଅନୁସାରେ, ଏଡତାଳ ଗ୍ରାମପଞ୍ଚାୟତ ଅଧୀନ ବିଷ୍ଣୁ ମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନାଙ୍କୁ ୧୦ ବର୍ଷ ତଳେ ତୁଳସୀ ଜେନା ବୈଦିକ ରିତିନୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ତ୍ରୀ ତୁଳସୀ ଓ ସ୍ବାମୀ ଅଜୟଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ମଧ୍ୟ ହୋଇଥିଲା। କିନ୍ତୁ ସ୍ବାମୀ ନିଜ ସ୍ତ୍ରୀର ଅଜାଣତରେ ଚାନ୍ଦିମାଳ ଅଞ୍ଚଳରେ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। 

କିନ୍ତୁ ଏହି ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ସେ ତାର ପ୍ରଥମ ସ୍ତ୍ରୀଙ୍କୁ ଛାଡି ଚାନ୍ଦିମାଳ ଅଞ୍ଚଳର ଜୈନିକ ମହିଳାଙ୍କ ସହିତ ବିବାହ କରିବାକୁ ମନ ସ୍ଥିର କରିଥିଲା। ପ୍ରଥମ ସ୍ତ୍ରୀକୁ କିଛି ନ ଜଣାଇ କୋର୍ଟ ମ୍ୟାରେଜ କରିବା ପାଇଁ ବୁଧବାର ଦିନ କୋର୍ଟକୁ ଯାଇଥିଲା ଅଜୟ ଓ ଜୈନିକ ମହିଳା।  ପୁଅ କୋର୍ଟ ମ୍ୟାରେଜ୍ ର କରୁଥିବାର ଖବର ପାଇଥିଲେ ବିଷ୍ଣୁ ମୋହନ। ଏବଂ ପରେ ବିଷ୍ଣୁ ନିଜର ପ୍ରଥମ ବୋହୁ ତୁଳସୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ବାହାଘର ବନ୍ଦ କରିଥିଲେ। ପୁଅର ଏହିଭଳି କାର୍ଯ୍ୟ କୁ ଦେଖି ରାଗରେ ନିଜ ପୁଅ ସହିତ ଚାନ୍ଦିମାଳ ଅଞ୍ଚଳର ସମ୍ପୃକ୍ତ ମହିଳାଙ୍କୁ ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ଆଣି ବାସୁଦେବପୁର ଥାନାରେ ଜିମା ଦେଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

{}{}