Hindi News >>Home >>Odisha State

Vigilance Raid: ଅବକାରୀ ASI ଘରେ ରଖିଥିଲେ କୋଟି କୋଟି ଟଙ୍କା, ମାଡି଼ ବସିଲା ଭିଜିଲାନ୍ସ

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ଫସିଲେ ସରକାରୀ ବାବୁ  । ଭିଜିଲାନ୍ସ ପଞ୍ଝାରେ ବାଲୁଗାଁ ଅବକାରି ବିଭାଗ ଏଏସଆଇ ସୁଦୀପ୍ତ ଦାଶ (balugan excise asi Sudipta Dash)।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ଼। ବାଲୁଗାଁର ସରକାରୀ ବାସଭବନ ସମେତ ନୟାଗଡର ଚାରୋଟି ସ୍ଥାନରେ ଏକକାଳିନ ହୋଇଛି ରେଡ଼ । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 07, 2023, 12:19 PM IST

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ଫସିଲେ ସରକାରୀ ବାବୁ  । ଭିଜିଲାନ୍ସ ପଞ୍ଝାରେ ବାଲୁଗାଁ ଅବକାରି ବିଭାଗ ଏଏସଆଇ ସୁଦୀପ୍ତ ଦାଶ (balugan excise asi Sudipta Dash)।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ଼। ବାଲୁଗାଁର ସରକାରୀ ବାସଭବନ ସମେତ ନୟାଗଡର ଚାରୋଟି ସ୍ଥାନରେ ଏକକାଳିନ ହୋଇଛି ରେଡ଼ । ବାଲୁଗାଁ ସର୍କଲ ଅବକାରୀ ଅଫିସ, ନୟାଗଡ଼ର ଆବାସିକ ଘର ଏବଂ ଏକ ଭଡ଼ା ଘରେ ମଧ୍ୟ ଚଢାଉ ଜାରି ରହିଛି।  ମୋଟ୍ ଚାରୋଟି ସ୍ଥାନରେ ରେଡ୍ ଜାରି ରହିଛି । ତେବେ, ଏହି ଚଢାଉରେ, ଓଡି଼ଶା ଭିଜିଲାନ୍ସ ଟିମର ଚାରି ଜଣ ଡିଏସପି ୬ ଜଣ  ଏନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ୍ ଅଛନ୍ତି। 

ସୂଚନା ଅନୁସାରେ, ବାଲୁଗାଁ ଅବକାରି ବିଭାଗ ଏଏସଆଇ ସୁଦୀପ୍ତ ଦାଶଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ପରେ ,ତାଙ୍କ ଘରେ ଅର୍ଥାତ୍ ତାଙ୍କ ବାଲୁଗାଁ ବାସଭବନ ସମେତ ପୈତୃତ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ତେବେ, ଏହି ଚଢାଉରେ ବର୍ତ୍ତମାନ ସୁଧା କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ବର୍ତ୍ତମାନ ସୁଧା ମିଳି ନାହିଁ। 

Also Read: Weather Update: ଆଜି ବି ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ସେହିପରି ନିକଟରେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ (charges of accumulating assets disproportionate) ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ (Rayagada DFO under Vigilance scanner) ହୋଇଥିଲା । ରାୟଗଡ଼ାରେ ଥିବା ସରକାରୀ ବାସଭବନ, ରାଣୀଗୁଡ଼ାରେ ଥିବା ଅଫିସ୍ ସମେତ  ସାତୋଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ରାୟଗଡା ଠାରେ ଭିଜିଲାନ୍ସର  ୫ ଜଣିଆ ଟିମ୍ ଚଢାଉ କରିଛନ୍ତି।  ଭିଜିଲାନ୍ସ ଡିଏସପି ସଂନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଛି। ଚଢାଉ ସମୟରେ ଭିଜିଲାନ୍ସ ହାତରେ କୋଟି କୋଟି ଟଙ୍କାର ସମ୍ପତି ଲାଗିଛି । ଏହା ବ୍ୟତିତ ବ୍ୟାଙ୍କ କାଗଜ ପତ୍ର ସହ କେତେ କୋଟି ଟଙ୍କା ଘରେ ଲୁଚାଇ ରଖିଛନ୍ତି ସରକାରୀ ବାବୁ ବିଜୟ ସେନେଇ ଛାନଭିନ୍ ଚଳାଇଛି ଭିଜିଲାନ୍ସ। 

ଏପରିକି କୁହାଯାଉଛି ଯେ, ଡିଏଫଓଙ୍କର ରାୟଗଡା ଘର ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଘର ମଧ୍ୟ ରହିଛି । ରାୟଗଡା ଭିଜିଲାନ୍ସ ଟିମ୍ , ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ, ରାୟଗଡା ସମେତ କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର  ସାତୋଟି ସ୍ଥାନରେ ରେଡ କରିଛି । ସେହିପରି ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟ ଘରଙ୍କ ଘରେ ମଧ୍ୟ ଛାପା ମାରିଛି। ସେହିପରି ଯାଜପୁରରେ ଥିବା ତାଙ୍କ ପୈତୁକ ବାସଭବନରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।  ତେବେ, ଏପର୍ଯ୍ୟନ୍ତ କେତେ କୋଟିର ସମ୍ପତ୍ତି ଠାବ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । 

 

 

Read More
{}{}