Hindi News >>Home >>Odisha State

Puri News: ଏହି ଦିନ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

Puri News: କାର୍ତ୍ତିକ ମାସ (Kartik Month 2023 ) ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର (Jagannath Temple Ratna Bhandar) ହେବ ଲେଜର ସ୍କାନିଂ (Laser scanning)।  କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ (Jagannath Temple administration) ଏଭଳି ନିଷ୍ପତ୍ତି ନେଇଛି। 

Advertisement
Puri News: ଏହି ଦିନ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ
Stop
Zee Odisha Desk|Updated: Nov 05, 2023, 08:23 AM IST

Puri News: କାର୍ତ୍ତିକ ମାସ (Kartik Month 2023 ) ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର (Jagannath Temple Ratna Bhandar) ହେବ ଲେଜର ସ୍କାନିଂ (Laser scanning)। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ (Jagannath Temple administration) ଏଭଳି ନିଷ୍ପତ୍ତି ନେଇଛି। 

Also Read: Budhaditya Yog 2023: ଦୀପାବଳି ପୂର୍ବରୁ ବୁଦ୍ଧାଦିତ୍ୟ ଯୋଗ, ଚମକିବ ୫ ରାଶିଙ୍କ ଭାଗ୍ୟ

ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ'ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର (Jagannath Temple Ratna Bhandar) ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ତେବେ ଏହି ଲେଜର ସ୍କାନିଂ(Laser scanning) ଏଏସାଆଇ (ASI) ପାଖରେ ପହଞ୍ଚିଥିବା କହିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ତଥା ଏଏସାଆଇ ସୁପରିଟେଣ୍ଡ। ଅନ୍ୟପଟେ ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ହେବ ଶ୍ରୀମନ୍ଦିର ପ୍ରଶାସନ (Jagannath Temple administration) ଓ ଜିଲ୍ଲା ପ୍ରଶାସନ (Jagannath Temple administration) ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ଶନିବାର ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଟେକ୍ନିକାଲ କମିଟି, ଏଏସାଆଇ ସୁପରିଟେଣ୍ଡ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। 

ସେପଟେ, ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ। ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ । ୫ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଜଣାପଡିଛି।  ଗତକାଲି ନବୀନ  ଓଡିଶା  ଓ  ୫ଟି ଅଧ୍ୟକ୍ଷ   ଭି .କେ  ପାଣ୍ଡିଆନ୍  (VK Pandian Chairman 5T And Nabin Odisha ) ପୁରୀ  ଯାଇ ୪ଟା ୩୦ ରେ ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପର (Srimandir Parikrama Project) ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଛନ୍ତି।  (Srimandir Parikrama Project) ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ୨୦୨୩ ଡିସେମ୍ବର ୧୫  ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଛନ୍ତି। ଶ୍ରୀକ୍ଷେତ୍ରରେ (Srikhetra) ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ  ୫ଟି ଓ  'ଆମ ଓଡିଶା ନବୀନ ଓଡିଶା'  ଅଧକ୍ଷ  (ama Odisha Nabin Odisha Chairman VK Pandian) ନିର୍ଦ୍ଦେଶ  ଦେଇଥିଲେ । (Puri Jagannath Temple) ପୁନରୁଦ୍ଧାର ସମୟରେ  ମଠ  ଗୁଡିକର ଇତିହାସ  ଓ  ପରମ୍ପରାକୁ  ଗୁରୁତ୍ଵ  ଦେଇ ସମସ୍ତ  ଭାଗୀଦାର ମାନଙ୍କ  ସହଯୋଗରେ କାମ  କରିବାକୁ ଭି .କେ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ ।

Read More
{}{}