Hindi News >>Home >>Odisha State

Odisha News: ଏହି ଦିନ ଠାରୁ ଭୁବନେଶ୍ବରରେ ଅହୋରାତ୍ର ଧାରଣା ଦେବେ ଅଙ୍ଗନବାଡି କର୍ମୀ

Odisha News: ଅଙ୍ଗନବାଡି କର୍ମୀ  (Anganwadi Workers) ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର (Bhubaneswar) ଠାରେ ଅହୋରାତ୍ର ଧାରଣାରେ ବସିବେ । ସମ୍ବଲପୁରରେ ହେବାକୁ ଥିବା ସଭାରେ ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଅଧିକ କର୍ମୀ ଯୋଗ ଦେବେ  ବୋଲି ଜଣାପଡି଼ଛି। ସମ୍ବଲପୁର ଅଙ୍ଗନବାଡି କର୍ମୀ ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାକୁ ଶହେ ଶତକଡା କାର୍ଯ୍ୟକାରୀ କରିଆସୁଥିବା ବେଳେ ସେମାନଙ୍କୁ ବଞ୍ଚିବା ଭଲି ଭତ୍ତା କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି । 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 25, 2023, 12:05 PM IST

(ଅଜୟ ନାଥ, ସମ୍ବଲପୁର) Odisha News: ଅଙ୍ଗନବାଡି କର୍ମୀ  (Anganwadi Workers) ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱର (Bhubaneswar) ଠାରେ ଅହୋରାତ୍ର ଧାରଣାରେ ବସିବେ । ସମ୍ବଲପୁରରେ ହେବାକୁ ଥିବା ସଭାରେ ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଅଧିକ କର୍ମୀ ଯୋଗ ଦେବେ  ବୋଲି ଜଣାପଡି଼ଛି। ସମ୍ବଲପୁର ଅଙ୍ଗନବାଡି କର୍ମୀ ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନାକୁ ଶହେ ଶତକଡା କାର୍ଯ୍ୟକାରୀ କରିଆସୁଥିବା ବେଳେ ସେମାନଙ୍କୁ ବଞ୍ଚିବା ଭଲି ଭତ୍ତା କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି । ଏନେଇ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅନ୍ୟ ଗୁଡ଼ାଏ ସଂଘ ମିଶି ଅଙ୍ଗନବାଡି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ବରେ ଭୁବନେଶ୍ବର ଠାରେ ୩ ଅକ୍ଟୋବରରୁ ଅହୋରାତ୍ର ଧାରଣା ଦେବେ ।  ଏନେଇ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସୁଚନା ଦିଆଯାଇଛି।

ଗତକାଲି ସମ୍ବଲପୁର ଧନୁପାଳି ଠାରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ ,କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀଙ୍କ ମାର୍ଗ ଦର୍ଶନରେ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ପ୍ରମିଳା ସିଂହ ପରିଚାଳନା କରି ଭୁବନେଶ୍ବର କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ସଂଗଠନକୁ ମଜବୁତ୍ କରିବା ପାଇଁ ଆହ୍ଵାନ ଦେଇଥିଲେ । କର୍ମୀଙ୍କ ଦରମା ବୃଦ୍ଧି, ଶ୍ରମିକର ମାନ୍ୟତା ଦେବା, ପେନସନ୍ ରାଶି ୫ ହଜାର ଏବଂ ଅବସର କାଳୀନ ସହାୟତା ୫ ଲକ୍ଷ ଦେବା, ଏସଏନପି ମୂଲ୍ୟ ବୃଦ୍ଧି କରିବା ,ଗାଆଁ କଲ୍ଯାଣ ସମିତିରୁ କର୍ମୀଙ୍କୁ ବାଦ ଦେବା ,୧୦୦ ଶତକଡା ପଦୋନ୍ନତ ଦେବା, ଅଣ୍ଡା ଦର ବୃଦ୍ଧି, ସୋସିଆଲ ଅଡିଟ ବନ୍ଦ କରିବା ବିଭିନ୍ନ ଦାବି ଗୁଡିକକୁ ସମାଧାନ ପାଇଁ ଦାବି ରହିଛି।  ଆସନ୍ତା ୩ ତାରିଖରେ ହେବାକୁ ଥିବା ଅହୋରାତ୍ର ଧାରଣାରେ ପଶ୍ଚିମ ଓଡିଶାରୁ ୧୦ ହଜାରରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ରହିବେ ।

ମମତା ଶତପଥି,ଶୁଭ୍ରା ମିଶ୍ର ,ଯଶୋବନ୍ତୀ ବେହେରା ,ତୁଳସୀ ଭୋଇ, ସୌଦାମିନୀ ପାଣ୍ଡେ, ରୀତା ରାଣୀ ପତି, ସଂଯୁକ୍ତା ଦେବତା, ସାବିତ୍ରୀ ପୁରୋହିତ, ସଂଯୁକ୍ତା ଜେନା, ଜୟନ୍ତୀ ପ୍ରଧାନ, ସତ୍ୟବତୀ ପ୍ରଧାନ, ନମିତା ସାହୁ ସହିତ ସମସ୍ତ ବ୍ଲକରୁ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ବରଗଡ଼ର ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି,ଦେବଗଡ଼ର ଜିଲ୍ଲା ସଭାନେତ୍ରୀ ମୀରା ଦଳ ବେହେରା, ସୋନପୁର ର ସଭାନେତ୍ରୀ ଲିଲି ମିଶ୍ର, ବଲାଙ୍ଗୀର ର ସଭାନେତ୍ରୀ ମମତା ଶତପଥି, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ରୁବୀ ଷଡଙ୍ଗୀ, ବୌଦ୍ଧ ଜିଲ୍ଲାର ସଭାନେତ୍ରୀ କ୍ଷିତି ସୁତା ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ସଭା ମାନ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ,ଶ୍ୟାମ ସୁନ୍ଦର ସାହୁ, ମହେନ୍ଦ୍ର ଦର୍ଜି ବିଭିନ୍ନ ଜିଲ୍ଲା ସଭାରେ ଉପସ୍ଥିତ ଥିଲେ।

Read More
{}{}