Hindi News >>Home >>Odisha State

Blood donation camp: ରକ୍ତଦାନ ଶିବିରରେ ୧୩୬ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର: କଥାରେ ଅଛି, ରକ୍ତଦାନ ମହତ୍ ଦାନ। ଆବଶ୍ୟକ ପଡିଲେ ଶତ୍ରୁ କିମ୍ବା ମିତ୍ର ମଧ୍ୟରେ ପାତର ଅନ୍ତର ନ କରି ଯିଏ ଅନାୟାସରେ ରକ୍ତଦାନ କରେ, ସେ ହିଁ ପ୍ରକୃତରେ ମନୁଷ୍ୟ ପଦବାଚ୍ୟ। ଶୁକ୍ରବାର କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଥିବା ଅତିଥିମାନେ କିଛି ଏହିପରି ମତବ୍ୟକ୍ତ କରିଥିଲେ। କଟକସ

Advertisement
Blood donation camp: ରକ୍ତଦାନ ଶିବିରରେ ୧୩୬ ୟୁନିଟ୍ ରକ୍ତ ସଂଗୃହିତ
Stop
Zee Odisha Desk|Updated: Feb 10, 2024, 07:29 PM IST

Odisha News: ଭୁବନେଶ୍ୱର: କଥାରେ ଅଛି, ରକ୍ତଦାନ ମହତ୍ ଦାନ। ଆବଶ୍ୟକ ପଡିଲେ ଶତ୍ରୁ କିମ୍ବା ମିତ୍ର ମଧ୍ୟରେ ପାତର ଅନ୍ତର ନ କରି ଯିଏ ଅନାୟାସରେ ରକ୍ତଦାନ କରେ, ସେ ହିଁ ପ୍ରକୃତରେ ମନୁଷ୍ୟ ପଦବାଚ୍ୟ। ଶୁକ୍ରବାର କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଥିବା ଅତିଥିମାନେ କିଛି ଏହିପରି ମତବ୍ୟକ୍ତ କରିଥିଲେ। କଟକସ୍ଥିତ ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ ସହଯୋଗରେ  ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର 'ଜାତୀୟ ସେବା ସଂସ୍ଥା' ୟୁନିଟ୍ ପକ୍ଷରୁ ଜୟଦେବ ବ୍ଲକ୍ ନିକଟସ୍ଥ ନିଉ ସେମିନାର ହଲରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 

ବିଶ୍ଵବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ୟୁନିଟ୍ ପକ୍ଷରୁ ଏହା ଦ୍ଵିତୀୟ ମେଗା ରକ୍ତଦାନ ଶିବିର ହୋଇଥିବା ବେଳେ ଏଥିରେ ୧୩୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଏହି ଶିବିର ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। 'ରକ୍ତଦାତା, ଜୀବନଦାତା'ମାନଙ୍କୁ ଏକ ପ୍ରମାଣପତ୍ର ସାଙ୍ଗରେ ଜଳଯୋଗରେ ଆପ୍ୟାୟିତ କରାଯାଇଥିଲା। ଏହି ଶିବିରରେ କଟକ ମ୍ୟୁନିସିପାଲ କର୍ପୋରେସନର ମେୟର ସୁବାସ ସିଂ ଓ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅରିନ୍ଦମ କହିଥିଲେ, ଆଗକୁ ଖରାଦିନ ଆସୁଥିବାରୁ ଏପରି ସମୟରେ ଦୁର୍ଘଟଣା ଘଟିବାର ଅଧିକ ଆଶଙ୍କା ଥାଏ। ତେଣୁ ଏପରି ସମୟରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଏହି ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ। 

ବିଶ୍ଵବିଧ୍ୟାଳୟର କୁଳସଚିବ ଡ଼ ଦୀପା ବିନୟ କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟ ଚୈତନ୍ୟ  ପ୍ରଫେସର ଜୟ ପ୍ରକାଶ ଭଟ୍ଟ, ଡିନ୍, ଛାତ୍ର କଲ୍ୟାଣ; ବିଜୟ ଲକ୍ଷ୍ମୀ ମହାନ୍ତି, ନିର୍ଦ୍ଦେଶକ ମାନବ ସମ୍ଭଳଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଡ. ଅମ୍ବିକା ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡକ୍ଟର ଉଦିତ ନନ୍ଦନ ମିଶ୍ର, କାର୍ଯ୍ୟକ୍ରମ ଅଧିକାରୀ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର NSS ୟୁନିଟର କାର୍ଯ୍ୟକ୍ରମ ପରାମର୍ଶଦାତା ପ୍ରଫେସର ଅଲେଖ ଚନ୍ଦ୍ର ମହାନ୍ତି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ରକ୍ତଦାନ ଶିବିରରେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର 'ଜାତୀୟ ସେବା ସଂସ୍ଥା' ପକ୍ଷରୁ ଶ୍ରୀ ଅସୀମ ମହାପାତ୍ର, ବିଦିଶା ବୋଇତାଇ, ଅର୍ପିତା ପୁହାଣ, ଓମ୍ ଅନିକେତ ସାହୁ, ଦେବାଶିଷ ଲେଙ୍କା ଏବଂ କିରଣପ୍ରଭା ଦାସ ପ୍ରମୁଖ ସ୍ଵେଚ୍ଛାସେବୀ ଶିବିରର ସମସ୍ତ କାର୍ଯ୍ୟ ସୁପରିଚାଳନା କରିଥିଲେ।

Read More
{}{}