Hindi News >>Home >>Odisha State

Odisha News : ଏହି ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ। ଗତ ମାସ ୨୨ ତାରିଖ ସୁଦ୍ଧା ପରୀକ୍ଷା ଖାତା ଦେଖା ସରିଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବସାଇଟରେ ପ୍ରକାଶ କରିବା ପ୍ରକ୍ରିୟା ପାଇଁ ଆଇଟି ଫାର୍ମକୁ ଦାୟିତ୍ୱ ଦିଆଯାଇଛି। ତେବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବା

Advertisement
Odisha News : ଏହି ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
Stop
Prabhudatta Moharana|Updated: May 03, 2024, 07:20 AM IST

Odisha News: ଭୁବନେଶ୍ୱର: ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ। ଗତ ମାସ ୨୨ ତାରିଖ ସୁଦ୍ଧା ପରୀକ୍ଷା ଖାତା ଦେଖା ସରିଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବସାଇଟରେ ପ୍ରକାଶ କରିବା ପ୍ରକ୍ରିୟା ପାଇଁ ଆଇଟି ଫାର୍ମକୁ ଦାୟିତ୍ୱ ଦିଆଯାଇଛି। ତେବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ସାମାନ୍ୟ ବିଳମ୍ବ ହୋଇପାରେ। 

ଏଠାରେ କହି ରଖୁ କି ଚଳିତ ବର୍ଷ ମୋଟ ୩ ଲଶ୍ର ୮୬ ହଜାର ୨୫୦ ଜଣ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ସମୁଦାୟ ୨୭ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ ୨ରେ ସରିବାକୁ ଥିବା ବେଳେ ଏହା ୪ ଦିନ ବିଳମ୍ବରେ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୨୦ ବଦଳରେ ତାହା ୨୨ ତାରିଖରେ ଶେଷ ହୋଇଥିଲା। ସିଏଚଏସଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ପ୍ରବଳ ଖରା ଓ ଗ୍ରୀଷ୍ମ ଲହରୀ ପାଇଁ ଖାତା ଦେଖାରେ ବିଳମ୍ବ ହେଉଛି। ରେଜଲ୍ଟ ପ୍ରକାଶ ପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି। ରେଜଲ୍ଟ ପ୍ରକାଶରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସେ କହିଥିଲେ। ତଥାପି ମଇ ତୃତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ଚଳିତ ବର୍ଷ ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦା ମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ। 

Read More
{}{}