Hindi News >>Home >>Odisha State

Flight Service: ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡି଼ବ ଆଉ ୨ଟି ବିମାନ, ଏହି ଦିନଠୁ ମିଳିବ ସେବା

Flight Service: ବିକାଶ ପଥରେ ଆଗଉଛି ଓଡି଼ଶା । ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦିପାବଳୀ ପୂର୍ବରୁ ରାଜ୍ୟବାସୀଙ୍କ ଭେଟି ଦେବେ ନବୀନ ସରକାର।  ଏଣିକି କୋଲକାତା ଓ ବେଙ୍ଗାଲୁରୁକୁ ଯାତ୍ରା ହେବ ଆହୁରି ସହଜ । କାହିଁକିନା ଝାରସୁଗୁଡ଼ା (Jharsuguda) ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Jharsuguda Veer Surendra Sai Airport) ଆଉ ଦୁଇଟି ବିମାନ କୋଲକାତା (Kolkata) ଓ ବେଙ୍ଗାଲୁରୁକୁ (Bengaluru)ଉଡିବ (2 more flights will fly from jharsuguda)।  

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 13, 2023, 01:07 PM IST

Flight Service: ବିକାଶ ପଥରେ ଆଗଉଛି ଓଡି଼ଶା । ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦିପାବଳୀ ପୂର୍ବରୁ ରାଜ୍ୟବାସୀଙ୍କ ଭେଟି ଦେବେ ନବୀନ ସରକାର।  ଏଣିକି କୋଲକାତା ଓ ବେଙ୍ଗାଲୁରୁକୁ ଯାତ୍ରା ହେବ ଆହୁରି ସହଜ । କାହିଁକିନା ଝାରସୁଗୁଡ଼ା (Jharsuguda) ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Jharsuguda Veer Surendra Sai Airport) ଆଉ ଦୁଇଟି ବିମାନ କୋଲକାତା (Kolkata) ଓ ବେଙ୍ଗାଲୁରୁକୁ (Bengaluru)ଉଡିବ (2 more flights will fly from jharsuguda)।  ଝାରସୁଗୁଡାରୁ ବିମାନ ବନ୍ଦରରୁ  କୋଲକାତାକୁ ନଭେମ୍ବର ୫ ତାରିଖରେ ବିମାନ ସେବା ଆରମ୍ଭ ହେବାକୁ ସ୍ଥିର ହୋଇଛି । ସେହିପରି,  ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport, Jharsuguda) ବେଙ୍ଗାଲୁରୁକୁ (Bengaluru) ମଧ୍ୟ ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଖୁବଶିଘ୍ର ଝାରସୁଗୁଡ଼ା ସହର ସହ ବେଙ୍ଗାଲୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସିଧାସଳଖ ଯୋଡ଼ି ହେବ। 

Also Read: Laxmi Bus: ଜାଣନ୍ତୁ ‘ଲକ୍ଷ୍ମୀ’ ବସର Ac-Non Acର ଟିକେଟ୍ ଦାମ୍ କେତେ?

ଏହି ସମୟରେ ମିଳିବ ସେବା :

ନଭେମ୍ବର ୫ ତାରିଖରେ , ପଶ୍ଚିମବଙ୍ଗର କୋଲକାତା ସହରରୁ  ସଂନ୍ଧ୍ୟା ୫ଟା ୫୦ ରେ ବିମାନ ବାହାରି ଝାରସୁଗୁଡାରେ ବିମାନ ବନ୍ଦରରେ ସଂନ୍ଧ୍ୟା ୭ଟା ୨୫ ମିନିଟ୍ ସମୟରେ ପହଞ୍ଚିବ । ସେହିପରି ପୁଣି, ଝାରସୁଗୁଡାରୁ ସଂନ୍ଧ୍ୟା ୭ଟା ୫୫ ମିନିଟରୁ ବାହାରି ରାତି ୯ଟା ୨୦ ମିନିଟରେ କୋଲକାତା ପହଞ୍ଚିବ। ଅନ୍ୟପଟେ, ବେଙ୍ଗାଲୁରୁକୁ ମଧ୍ୟ ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ । ନଭେମ୍ବର ୧୫ ତାରିଖ ସକାଳ ୧୦ଟା ୧୫ ମିନିଟ୍ ସମୟରେ ବିମାନ ବାହାରି ଦିନ ୧୨ଟା ୨୦ ମିନିଟ୍ ସମୟରେ କୋଲକାତାରେ ପହଞ୍ଚିବ। ଏବଂ ସେହିପରି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଦିନ ୧୨ଟା ୫୦ ମିନିଟ୍ ସମୟରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।

ନିକଟରେ, କାଳହାଣ୍ତିରେ (kalahandi) ମଧ୍ୟ ବିମାନ ସେବ ଆରମ୍ଭ ହୋଇଥିଲା । କଳାହାଣ୍ତି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ (Bhubaneswar to Utkela airport flight service) ପ୍ରଥମ ଥର ଲାଗି ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହୋଇଥିଲା (First flight service from Utkela Airport to Bhubaneswar) । 

ଏହି ପରି ଭାବରେ ମିଳିବ ବିମାନ ସେବା:
ପ୍ରତ୍ୟକ ଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ କଳାହାଣ୍ତି ଅଭିମୁଖେ ଉଡି଼ବ ବିମାନ ।  ଏବଂ ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ଭୁବନେଶ୍ବରରେ ସକାଳ ୧୦ଟାରେ ପହଞ୍ଚିବ ବୋଲି ଜଣାପଡି଼ଛି । ତେବେ, ମାତ୍ର ୯୯୯ ଟଙ୍କାରେ ଯାତ୍ରୀଙ୍କୁ ଏହି ବିମାନ ଯାତ୍ରାର ସୁଯୋଗ ମିଳିବ ବୋଲି ଜଣାପଡି଼ଛି। ଭୁବନେଶ୍ବରରୁ କଳହାଣ୍ତିକୁ ବିମାନ ସେବା ଆରମ୍ଭ ହେବା ଦ୍ବାରା ଘଣ୍ଟା ଘଣ୍ଟାର ରାସ୍ତାକୁ ଏବେ ମାତ୍ର ଘଣ୍ଟେ ୧୦ ମିନିଟ୍ ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ଯାତ୍ରୀ। 

Read More
{}{}