Hindi News >>Home >>Odisha State

Arun Bothra: ଅରୁଣ ବୋଥ୍ରାଙ୍କ ଭାଗ୍ୟ ବଦଳାଇ ଥିଲା ଏକ ଡଲାର ନୋଟ! ଟ୍ୱିଟର ପୋଷ୍ଟରେ କହିଲେ ମନ କଥା

Arun Bothra: ଅରୁଣ ବୋଥ୍ରା ଓଡ଼ିଶାର ଜଣେ ସୁପରିଚିତ ପୋଲିସ ଅଧିକାରୀ ଭାବେ ବେଶ ଜଣାସୁଣା। ଆଇପିଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ୧ ଡଲାର ନୋଟ ତାଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା । ଏହି ଆମେରିକୀୟ ଡଲାରକୁ ତାଙ୍କୁ ଜଣେ ସମ୍ପର୍କୀୟ ଭାଇ ଉପହାରରେ ଦେଇଥିଲେ। ଏନେଇ ଅରୁଣ ବୋଥ୍ରା ଆଜି ଟ୍ବିଟରରେ ପ୍ରକାଶ କରିଛନ୍ତି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Aug 30, 2023, 02:36 PM IST

Arun Bothra: ୧୯୯୬ ବ୍ୟାଚ୍‍ ର ଆଇପିଏସ୍‍ ଅଫିସର ଅରୁଣ ବୋଥ୍ରା (Arun Bothra) ଓଡ଼ିଶାର ଜଣେ ସୁପରିଚିତ ପୋଲିସ ଅଧିକାରୀ ଭାବେ ବେଶ ଜଣାସୁଣା। ଏବେ ଅତିରିକ୍ତ ଡିଜି ପାହ୍ୟାରେ ସେ କ୍ରାଇମ୍‍ ବ୍ରାଞ୍ଚରେ ଅବସ୍ଥାପିତ। ଏହାସହ ସେ ପରିବହନ ବିଭାଗର କମିଶନର ଭାବେ ମଧ୍ଯ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ କ;ଣ ଆପଣ ଜାଣିଛନ୍ତି କି, ଆଇପିଏସ୍‍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ୧ ଡଲାର ନୋଟ ତାଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା । ଏହି ଆମେରିକୀୟ ଡଲାରକୁ ତାଙ୍କୁ ଜଣେ ସମ୍ପର୍କୀୟ ଭାଇ ଉପହାରରେ ଦେଇଥିଲେ। ଏନେଇ ଅରୁଣ ବୋଥ୍ରା ଆଜି ଟ୍ବିଟରରେ ପ୍ରକାଶ କରିଛନ୍ତି।

ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଅରୁଣ ବୋଥ୍ରା (Arun Bothra) ଲେଖିଛନ୍ତି ‘ୟୁପିଏସି (UPSC) ସାକ୍ଷାତକାର ଦିନ ମୋର ଜଣେ ଭାଇ ଆସିଥିଲେ । ସେ ତାଙ୍କ ପର୍ସରୁ ଗୋଟିଏ ଏକ ଡଲାର ନୋଟ୍‍ କାଢ଼ି ମୋତେ ଦେଇ କହିଲେ, ଏଇଟା ମୋ ପାଇଁ ବେଶ୍‍ ଭାଗ୍ୟଶାଳୀ ଅଟେ। ତୁମେ ଏହାକୁ ସାଙ୍ଗରେ ନେଇ ଯାଓ। ଏହା ତୁମକୁ ସହାଯ୍ୟ କରିବ । କିନ୍ତୁ ମନେ ରଖ ଏହାକୁ କିନ୍ତୁ ମୋତେ ଫେରାଇ ଦେବ’। ପ୍ରାୟ ୨୭ ବର୍ଷ ତଳର ସେହି ମୁହୂର୍ତ୍ତକୁ ମନେ ପକାଇ ଆଜି ଭାବପ୍ରବଣ ହୋଇଛନ୍ତି ବୋଥ୍ରା । ସେ ଆଜି ବି ସେ ଡଲାରକୁ ନିଜ ପାଖରେ ସାଇତି ରଖିଥିବା କହିଛନ୍ତି । ସେଦିନର କଥାକୁ ମନେ ପକାଇ ଏହି ଚର୍ଚ୍ଚିତ ଆଇପିଏସ୍‍ କହିଛନ୍ତି, ମୁଁ କିନ୍ତୁ ସେବେଠାରୁ ଏହାକୁ ଆଉ ଫେରାଇ ନାହିଁ। ସେଦିନଠାରୁ ଏହା ମୋ ପାଖରେ ରହିଛି। ଏମିତି କି ଆଜି ବି ତାହା ତାଙ୍କୁ ସହାୟକ ହେଉଥିବା ସେ କହିଛନ୍ତି। ମୁଁ ତାଙ୍କର ସେହି ଦିନର କଥାକୁ ମନେ ପକାଇ ନିଜକୁ କୃତଜ୍ଞ ମନେ କରୁଛି।

ଅରୁଣଙ୍କ ଏହି ଟ୍ୱିଟର ପୋଷ୍ଟକୁ ତାଙ୍କର ବହୁ ସମର୍ଥକ ମାନେ ଯଥେଷ୍ଟ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏମିତି କି, ଗୋଟିଏ ସାଧାରଣ ଉପହାର ଅସାଧାରଣ ସାବ୍ୟସ୍ତ ହୋଇଥିବା ୟୁଜର୍ସ ମତ ଦେଇଛନ୍ତି । ଆଇପିଏସ୍‍ ବୋଥ୍ରା ନିକଟ ଅତୀତରେ ନୟାଗଡ଼ ପରି ହତ୍ୟା ମାମଲା ଓ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ କରି ଚର୍ଚ୍ଚକୁ ଆସିଥିଲେ। ଏପରିକି ରାଜ୍ୟ ରାଜଧାନୀରେ ସହରାଞ୍ଚଳ ପରିବହନର ସୁବିଧାକୁ ତ୍ୱରାନ୍ୱିତ କରିବାରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ରହିଛି । ସେ ୨୦୦୯ରୁ ୨୦୧୪ ଯାଏ ସିବିଆଇରେ କାର୍ଯ୍ୟରତ ଥିଲେ।

Also Read-Crime News: ପ୍ରେମ ପାଇଁ ଘର ଛାଡ଼ି ଆସିଥିବା ଝିଅକୁ ମଶାଣିକୁ ରାସ୍ତା ଦେଖାଇଲା ପ୍ରେମିକ..

Read More
{}{}