Hindi News >>Home >>Odisha State

Balasore: ଭୋଗରାଇରୁ ପଶ୍ଚିମବଙ୍ଗକୁ ବେଆଇନ ବାଲି ଚାଲାଣ, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!

Balasore News: ବାଲେଶ୍ଵର (Balasore) ଜିଲ୍ଲା ଭୋଗରାଇ (Bhograi) ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ବାଲି ଆଡିଆରୁ ଚାଲିଛି ବେଆଇନ ବାଲି ଚାଲାଣ । ପଡୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ବାଲି । 

Advertisement
Balasore: ଭୋଗରାଇରୁ ପଶ୍ଚିମବଙ୍ଗକୁ ବେଆଇନ ବାଲି ଚାଲାଣ, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ!
Stop
Abhaya mohanty|Updated: Nov 05, 2023, 01:23 PM IST

Balasore News: ବାଲେଶ୍ଵର (Balasore) ଜିଲ୍ଲା ଭୋଗରାଇ (Bhograi) ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ବାଲି ଆଡିଆରୁ ଚାଲିଛି ବେଆଇନ ବାଲି ଚାଲାଣ । ପଡୋଶୀ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ବାଲି । ଗୋଟେ ପଟେ ବାଲି ହରିଲୁଟ କରି ମାଫିଆ ମାଲେମାଲ ହେଉଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଏତେ ସବୁ ପରେ ବି ନୀରବ ରହିଛି ପ୍ରଶାସନ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାଜ୍ୟ ସୀମାନ୍ତ ଅନଳିଆ ପଞ୍ଚାୟତର ମାନକୁଣ୍ଡା ,ନସରାବାଦ,ଚମ୍ପାବଣି ଓ ହଡିକି ଗ୍ରାମରେ ଥିବା ପ୍ରାୟ ୨ ଶହ ଏକରରୁ ଅଧିକ ସରକାରୀ ଆଡିଆ ଜମି ଭୋଗରାଇ ତହସିଲ ଦେଉଳା ରାଜସ୍ବ ଅଧିକାରୀଙ୍କ ଅଧୀନରେ ରହିଛି । ଏଠାରେ ମାଫିଆମାନେ ବାଲି ହରିଲୁଟ (Illegal sand transport) କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ ଏକରରୁ ଅଧିକ ଜମିରୁ ବାଲି ପଶ୍ଚିମବଙ୍ଗକୁ (West Bengal) ବିକ୍ରି କରିଥିବା ଜଣାପଡି଼ଛି। ଫଳକେ ୨୦ ଫୁଟ ଗଭୀର ଝିଲରେ ପରିଣତ ହୋଇଛି ଉଚ୍ଚ ବାଲି ଆଡିଆ । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ବି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ। ଅନ୍ୟପଟେ ଏନେଇ ପ୍ରତିବାଦ କଲେ ବାଲି ମାଫିଆମାନେ ଧମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ବାଲି ଉତ୍ତୋଳନ, ପରିବହନ ସହିତ ଚାଲାଣକୁ ବନ୍ଦ କରିବାକୁ ସମାଜସେବୀ ପ୍ରଦୀପ ସେଠୀ, ଅନଳିଆ ସମିତି ସଦସ୍ୟାଙ୍କ ପ୍ରତିନିଧି ଘନଶ୍ୟାମ ପାଢୀ, ମାନକୁଣ୍ଡା ଉଆର୍ଡ ମେମ୍ବର ହୃଷିକେଶ ପାତ୍ର, ସମାଜସେବୀ ଦୁର୍ଗା ଶଙ୍କର ଗିରି, ପୂର୍ବତନ ସରପଞ୍ଚ ବ୍ରଜ କିଶୋର ମହାନ୍ତିଙ୍କ ସହିତ ସରପଞ୍ଚ ସଂଗୀତା ମହାନ୍ତି ଦାବି କରିଛନ୍ତି।

Also Read-Odisha News: ଗାଁରେ ଆତଙ୍କ ଖେଳାଇଥିଲା କଲରାପତରିଆ ବାଘ, ମଣିଷ ରକ୍ତ ଚାଖିବା ପରେ କାବୁ କଲା ବନ ବିଭାଗ

ପ୍ରକାଶ ଥାଉ କି, ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା କରାଯାଇ ବାଲି ଚାଲାଣ ବନ୍ଦ କରିବାକୁ ପଞ୍ଚାୟତ ଓ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି । ତେବେ ଘଟଣା ବାବଦରେ ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରି ଜାଣିବା ପରେ ଖୁବଶୀଘ୍ର ସ୍ଥାନ ପରିଦର୍ଶନ କରିବା ସହ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି।

Read More
{}{}