Hindi News >>Home >>Odisha State

Bargarh Sugar Factory: ଇଡକୋ ହାତକୁ ହସ୍ତାନ୍ତର ହେବ ବରଗଡ଼ ଚିନିକଳ ଜମି

Bargarh Sugar Factory Land: ନୂତନ ଶିଳ୍ପ ପ୍ରତିଷ୍ଠା କରିଯିବ ଚିନିକଳ ଜମି ଇଡକୋ ହାତକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।

Advertisement
Bargarh Sugar Factory: ଇଡକୋ ହାତକୁ ହସ୍ତାନ୍ତର ହେବ ବରଗଡ଼ ଚିନିକଳ ଜମି
Stop
Zee Odisha Desk|Updated: Mar 15, 2024, 09:03 PM IST

Bargarh Sugar Factory Land will Be Transferred to IDCO: ରାଜ୍ୟ ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡକୋ) ହାତକୁ ହସ୍ତାନ୍ତର ହେବ ବରଗଡ଼ ଚିନିକଳ ଜମି। ଏହି ଜମିକୁ ଇଡକୋ ହାତକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ଇଡକୋ ବରଗଡ଼ ଚିନି କଳ ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବ। 

ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ତଥା ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳ ଠାରେ କାମ ବନ୍ଦ ରହିଥିଲା। ସେଥିପାଇଁ ଏହାର ଜମିକୁ ଇଡକୋ ହାତକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। 

ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ମୋଟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦ ମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି। ବରଗଡ ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ କୋଅପରେଟିଭ ସୁଗାର ମିଲ୍‌ସ  ଲିକ୍ୟୁଡେଟର ଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ବାକି ସବୁ ଜମି ବିବାଦମୁକ୍ତ ହେବା ପରେ ଇଡକୋ ହାତକୁ ହସ୍ତାନ୍ତର କରାଯିବ।

Read More
{}{}