Hindi News >>Home >>Odisha State

Heat Wave: ସୋମବାରଠୁ ସକାଳୁଆ ସ୍କୁଲ, ଏହି ଦିନଠୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର

School Closed: ଗତ କିଛିଦିନ ହେବ ତାତିରେ ଫୁଟୁଛି ସାରା ଓଡ଼ିଶା । ରବିବାର ୪୧ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଭୁବନେଶ୍ୱରରେ ୪୦.୭, ଓ ବାଲେଶ୍ୱରରେ ୪୦.୧ ତାପମାତ୍ରା ରେକର୍ଡ କରାଯାଇଛି । 

Advertisement
Heat Wave: ସୋମବାରଠୁ ସକାଳୁଆ ସ୍କୁଲ, ଏହି ଦିନଠୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ସରକାର
Stop
Payal Priyadarshini|Updated: Apr 21, 2024, 03:19 PM IST

School Closed: ଗତ କିଛିଦିନ ହେବ ତାତିରେ ଫୁଟୁଛି ସାରା ଓଡ଼ିଶା । ରବିବାର ୪୧ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଭୁବନେଶ୍ୱରରେ ୪୦.୭, ଓ ବାଲେଶ୍ୱରରେ ୪୦.୧ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାଉରକେଲାରେ ୩୯.୬, ଚାନ୍ଦବାଲିରେ ୩୯.୨, ସମ୍ବଲପୁରରେ ୩୮.୨, ହୀରାକୁଦରେ ୩୭.୮, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଓ ଗୋପାଳପୁରରେ ୩୨. ୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତେବେ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ।

ତିନି ଦିନିଆ ସକାଳ ସ୍କୁଲ ପରେ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଛନ୍ତି। ଚଳିତ ଅପ୍ରିଲ ୨୫ ଅର୍ଥାତ୍ ଗୁରୁବାରଠାରୁ ଗ୍ରୀଷ୍ମ ଛୁଟି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ଓ ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଆଜି ଗ୍ରୀଷ୍ମ ପ୍ରବାହ ପାଇଁ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରିଛି । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ -Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ

 

{}{}