Hindi News >>Home >>Odisha State

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

Freedom fighter Nilamani Samal passes away: ବୁଧବାର ଦିନ ରାତିରେ ସେ ମସ୍ତାଷ୍କା ଘାତରେ ପୀଡ଼ିତ ହୋଇ ଡାକ୍ତରଖାନା ଆସିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଚିକିତ୍ସା ବାବଦ ବ୍ୟବସ୍ଥା ଗଅହଣ କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‍ ମଣାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। 

Advertisement
Freedom fighter Nilamani Samal passes away at 102
Stop
Zee Odisha Desk|Updated: Jan 27, 2024, 06:54 PM IST

ଭୁବନେଶ୍ୱର: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ପରଲୋକ ହୋଇଛି। କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜ୍‍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛ। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ଏହି ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାସହ ସମ୍ପନ୍ନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଯାଜପୁରର ବଡ଼ଚଣା ନିକଟସ୍ଥ ବାଲିପଡ଼ିଆ ଗାଁରେ ନୀଳମଣିଙ୍କ ଜନ୍ମ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲେ। ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ଆହ୍ୱାନରେ ରଚନାତ୍ମକ କାର୍ଯ୍ୟକ୍ରମରେ ମନୋନିବେଶ କରିଥିଲେ। 

ବୁଧବାର ଦିନ ରାତିରେ ସେ ମସ୍ତାଷ୍କା ଘାତରେ ପୀଡ଼ିତ ହୋଇ ଡାକ୍ତରଖାନା ଆସିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଚିକିତ୍ସା ବାବଦ ବ୍ୟବସ୍ଥା ଗଅହଣ କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‍ ମଣାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। 

ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧିନତା ପାଇଁ ତାଙ୍କର  ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବାଧିନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ସେ କହିଛନ୍ତି। ସ୍ବର୍ଗତ ନାୟକଙ୍କ ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Read More
{}{}