Hindi News >>Home >>Odisha State

Odisha Election 2024: ସଫଳ ହେବ ତ ମୁଖ୍ୟମନ୍ତ୍ରୀଙ୍କ ଗୁରୁ ଦାୟିତ୍ୱ? ମହାପ୍ରଭୁଙ୍କଠୁ ଆଶୀର୍ବାଦ ନେଲେ ବିଜେଡି ନେତା...

Odisha Election 2024: ଆଗାମୀ ନିର୍ବାଚକୁ ନେଇ ଦୁଇଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ସମିକ୍ଷା ହୋଇଥିଲା। ଆଉ ପୁରୀ ସଂସଦୀୟ କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ଯେପରି ବିଜେଡି ଅକ୍ତିଆର କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ଆଜି ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡିର ସମସ୍ତ ସାମ୍ଭାବ୍ଯ ପ୍ରାର୍ଥୀମାନେ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଦଳ ଦେଇଥିବା ଏଭଳି ଉତ୍ତରଦାୟିତ୍ୱକୁ ସୂଚାରୁ ରୁପେ ତୁଲାଇବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।  

Advertisement
Odisha Election 2024: ସଫଳ ହେବ ତ ମୁଖ୍ୟମନ୍ତ୍ରୀଙ୍କ ଗୁରୁ ଦାୟିତ୍ୱ? ମହାପ୍ରଭୁଙ୍କଠୁ ଆଶୀର୍ବାଦ ନେଲେ ବିଜେଡି ନେତା...
Stop
Sanjaya Kumar Mohapatra|Updated: Mar 21, 2024, 10:31 PM IST

Odisha Election 2024: ଜଗନ୍ନାଥ ମହାପ୍ରଭୁଙ୍କ ଶରଣରେ ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଜେଡି ସମ୍ଭାବ୍ୟ ପ୍ରାର୍ଥି। ନବୀନ ପଟ୍ଟନାୟକଙ୍କ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଦଳ ଯେଉଁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହା କିଭଳି ସଫଳ ହେବ ତାହାକୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯିବ। ପୁରୀ ସଂସଦୀୟ କ୍ଷେତ୍ରର ସାଂମ୍ଭାବ୍ଯ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ୭ଟି ବିଧାନସଭା କ୍ଷେତ୍ରର ସାମ୍ଭାବ୍ଯ ପ୍ରାର୍ଥୀମାନେ ଆଜି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ତାହା କିଭଳ ସଫଳ ହେବ ମହାପ୍ରଭୁଙ୍କୁ ଦର୍ଶନ କରି ଗୁହାରୀ କରିଛନ୍ତି। ତେବେ ଏହି ସାମ୍ଭାବ୍ଯ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପୁରୀ ବିଧାନସଭା କ୍ଷେତ୍ରରୁ ସୁନିଲ ମହାନ୍ତି, ସତ୍ଯବାଦୀରୁ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ପିପିଲିରୁ ରୁଦ୍ର ନାରାୟଣ ମହାରଥୀ, ରଣପୁରରୁ ସତ୍ଯନାରାୟଣ ପ୍ରଧାନ, ଚିଲିକାରୁ ପ୍ରସନ୍ନ ପାଟଷାଣୀ ଓ ନୟାଗଡରୁ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଗତ ଦୁଇଦିନ ତଳେ ନବୀନ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଆଗାମୀ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରର ଫଳାଫଳ ଯେଭଳି ବିଜେଡି ହାତକୁ ଯିବ ସେନେଇ ଗୁରୁମନ୍ତ୍ର ଦିଆଯାଇଥିଲା। ତେବେ ଆଜିଠାରୁ ଜଗା ଦର୍ଶନ ସାରୀ ଆଶିର୍ବାଦ ନେଇ ନିର୍ବାଚନ ମଇଦାନରେ କାର୍ଯ୍ୟ ଆରମ୍ଭ କରିବେ। କଳେବଳେ କୌଶଳେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଟେକ ରଖିବେ ବୋଲି ଜଗନ୍ନାଥଙ୍କ ଦର୍ଶନ କରି ଏଭଳି ମନ୍ତବ୍ୟ ରଖିଛନ୍ତି ବିଜେଡିର ସମସ୍ତ ସାମ୍ଭାବ୍ଯ ପ୍ରାର୍ଥୀ।

ସେପଟେ ମହାପ୍ରଭୁଙ୍କ ଆଶିର୍ବାଦ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଦଳ ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖିଛି। ୨୦୧୯ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ପ୍ରାୟ ବାର ହଜାର ଭୋଟରେ ବିଜେପିର ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପରାସ୍ତ କରିଥିଲେ। ମାତ୍ର ଏହି କ୍ଷେତ୍ର ଅଧିନ ବ୍ରହ୍ମଗିରି ଓ ପୁରୀ ବିଧାନସଭା ଆସନ ବିଜେପି ହାତକୁ ଯାଇଥିଲା। ଏଣୁ ଆଗାମୀ ନିର୍ବାଚନରେ ରଣନୀତିକୁ ଆହୁରି ସାଣିତ କରାଯିବ। ସମଗ୍ର ସାତଟି ବିଧାନସଭା ଆସନ ସହ ପୁରୀ ଲୋକସଭା ଆସନକୁ ବିଜେଡି ଅକ୍ତିଆର କରିବ। ସେଥିପାଇଁ ନବୀନ ନିବାସକୁ ଡକାଯାଇ ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରାଯାଇଛି। ଏମିତିକି ବ୍ରହ୍ମଗିରି ଓ ସତ୍ଯବାଦୀର ବିଧାୟକ ପ୍ରାର୍ଥୀଙ୍କୁ ଅଦଳବଦଳ କରାଯାଇଛି। ବ୍ରହ୍ମଗିରିରେ ସଂଜୟ ପରିବର୍ତ୍ତେ ଉମାକାନ୍ତ ସାମନ୍ତରାୟ ସେଇଭଳି ସତ୍ଯବାଦୀରୁ ଉମାଙ୍କ ପରିବର୍ତ୍ତେ ସଂଜୟ ଦାସବର୍ମାଙ୍କୁ ପ୍ରାର୍ଥୀ କରିବାକୁ ଆପାତତଃ ନିସ୍ପତି ନେଇଛି ବିଜେଡି। ସେପଟେ ଅରୁପ ପଟ୍ଟନାୟକ ବିଜେଡିର ସାମ୍ଭାବ୍ଯ ସାଂସଦ ପ୍ରାର୍ଥୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ୨୦୧୯ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସେ ବିଜେଡି ପ୍ରାର୍ଥୀ ଭାବେ ଲଢି ବିଜେପି ପ୍ରାର୍ଥିନୀ ଆପରାଜୀତା ଷଡଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ଏଥର ପୁରୀରୁ ସଫଳତା ପାଇବେ। ପୁରୀବାସୀ ହିସାବରେ ତାଙ୍କୁ ବିପୁଳ ସମର୍ଥନ ମିଳିବ ବୋଲି ଆଶା ରହିଛି। ମହାପ୍ରଭୁଙ୍କ ଠାରୁ ଆଶିର୍ବାଦ ନେଇ ଲଢିବି । ପୁରୀ ଡେଲାଙ୍ଗରେ ତାଙ୍କ ଘର।ସେଠାରେ ଅନେକ ଉନ୍ନୟନ ମୁଳକ କାର୍ଯ୍ଯ କରିଛନ୍ତି। ପୁରୀବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ଅରୁପ।

Read More
{}{}