Hindi News >>Home >>Odisha State

Odisha Election 2024: ଜଜନତାଙ୍କ ସୁବିଧା ଅସୁବିଧା ବୁଝି ଭୋଟ୍ ମାଗୁଛନ୍ତି ବବି ଦାସ

Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

Advertisement
Odisha Election 2024: ଜଜନତାଙ୍କ ସୁବିଧା ଅସୁବିଧା ବୁଝି ଭୋଟ୍ ମାଗୁଛନ୍ତି ବବି ଦାସ
Stop
Ajay Kumar Nath|Updated: Apr 26, 2024, 07:57 AM IST

Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ତାଙ୍କ ସହିତ ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ବିଧାନସଭା ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ପ୍ରଣବ ପ୍ରକାଶ ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି।

ସେହିଭଳି ରେଢାଖୋଲ ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀଙ୍କୁ କୌରବ ସେନା ବୋଲି କହି ନିଶାଣ କରିଛନ୍ତି। ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳର ଏମପି ଓ ଏମଏଲଏ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଲିପିଣ୍ଡାରେ ଆୟୋଜିତ ଏକ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଆଶିଷ ଲାଭ କରିଛନ୍ତି। ସେଠାରେ ଭକ୍ତମାନଙ୍କ ସହ ଆଲେଚନା କରି ତାଙ୍କର ସୁବିଧା ଅସୁବିଧା ସର୍ମ୍ପକରେ ପଚାରି ବୁଝିଥିଲେ। ଦିନକୁ ଦିନ ବିଜୁ ଜନତା ଦଳର ବୃଦ୍ଧି ପାଉଥିବା ଲୋକପ୍ରିୟତା କାରଣରୁ ତାଙ୍କୁ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।

Read More
{}{}