Hindi News >>Home >>Odisha State

Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହୋଇଗଲେ ଜନତା

Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହେଲେ ଯୁଯୋମୁରାର ଜନତା।ମା ସମଲେଶ୍ୱରୀଙ୍କ ଡାକରା ରେ ମୁଁ ଆପଣଙ୍କ ସେବା କରିବା ପାଇଁ ଆସିଛି କହିଲେ ପ୍ରଣବ ପ୍ରକାଶ ଦାସ। ଜୟ ମାଁ ସମଲେଶ୍ୱରୀ କି ଜୟ । ଯୁଯୋମୁରାରେ ନିଜର ବକ୍ତବ୍ୟ ରଖିବା ସମୟରେ ମା ସମଲେଇଙ୍କ ନାମ ନେଇ କହିବା ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ ଦାସ।

Advertisement
Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହୋଇଗଲେ ଜନତା
Stop
Ajay Kumar Nath|Updated: Apr 26, 2024, 09:53 AM IST

Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହେଲେ ଯୁଯୋମୁରାର ଜନତା।ମା ସମଲେଶ୍ୱରୀଙ୍କ ଡାକରା ରେ ମୁଁ ଆପଣଙ୍କ ସେବା କରିବା ପାଇଁ ଆସିଛି କହିଲେ ପ୍ରଣବ ପ୍ରକାଶ ଦାସ। ଜୟ ମାଁ ସମଲେଶ୍ୱରୀ କି ଜୟ । ଯୁଯୋମୁରାରେ ନିଜର ବକ୍ତବ୍ୟ ରଖିବା ସମୟରେ ମା ସମଲେଇଙ୍କ ନାମ ନେଇ କହିବା ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ ଦାସ। ଦିନ ସାରା ସଭା କାର୍ଯ୍ୟକ୍ରମରେ ଯୋଗଦେବା, ବୁଲି ବୁଲି ଲୋକଙ୍କ ସହିତ ମିଶିବା ସତ୍ତ୍ୱେ ତାଙ୍କ ମୁହଁରେ ସାମାନ୍ୟ ହାଲିଆପଣ ଦେଖାଯାଉନଥିଲା । ପ୍ରଣବ ପ୍ରକାଶ ସଭାରେ ଲୋକଙ୍କୁ ଯେଉଁ ବାର୍ତ୍ତା ଦେଇଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁଥିଲା। ସମ୍ବଲପୁରର ଉନ୍ନତି ଓ ସମ୍ବଲପୁର ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରଣବ ପ୍ରକାଶଙ୍କ ମନରେ ଥିବା ଉତ୍କଣ୍ଠା ତାଙ୍କ ବକ୍ତବ୍ୟ ରୁ ସ୍ପଷ୍ଟ ଭାବରେ ବାରି ହେଉଥିଲା।

ଜନସାଧାରଣ ଙ୍କୁ ଉଦବୋଧନ ଦେବା ଅବସରରେ ସେ ଏ ସବୁ କଥା କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ମତେ ସମ୍ବଲପୁର ପଠାଇଛନ୍ତି। ଏହା ମାଁ ସମଲେଶ୍ୱରୀ ଙ୍କ ଡାକରା । କାରଣ ଏଠାରେ ମୋ ବାପା ପାଠ ପଢିଛନ୍ତି । ତାଙ୍କ ଜୀବର ବହୁମୂଲ୍ୟ ସମୟ ଏଠାରେ କଟାଇଛନ୍ତି ବୋଲି ସେ କହିଥିଲେ। ଏହା ସହିତ ସେ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ସମ୍ବଲପୁର ବାସୀ, ଯୁଯୋମୁରା ବାସୀ ଙ୍କ ପାଇଁ ବର୍ଷକର ୧୨ ମାସ ଏଠାରେ ରହିବେ ଓ କାମ କରିବେ ବୋଲି କହିଥିଲେ । ପ୍ରଣବ ପ୍ରକାଶଙ୍କର କଥା ଜନତାଙ୍କୁ ଭାବବିହ୍ୱଳ କରିଥିଲା। ଯୋଡି ଶଙ୍ଖ, ଗୋଟିଏ ଏମପି ପାଇଁ ଓ ଗୋଟିଏ ଏମଏଲଏ ପାଇଁ ଭୋଟ ଦେବାକୁ ସେ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ଭୁବନେଶ୍ୱର ଦରବାର ରେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦିଲ୍ଲୀ ଦରବାର ପ୍ରଣବ ପ୍ରକାଶ ଦାସ ଆପଣଙ୍କ ପାଇଁ ସର୍ବଦା ସବୁବେଳେ ତତ୍ପର ରହିବେ ବୋଲି କହିଥିଲେ।

ସେହିଭଳି ନବୀନ ପଟ୍ଟନାୟକଙ୍କୁ ଆମେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବାକୁ ପଣ କରିବା ବୋଲି ରେଢାଖୋଲ ବିଧୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ରେଢାଖୋଲ ନିର୍ବାଚନ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି । ଏଠାରେ ବିକାଶମୂଳକ କାମ ହୋଇଛି ଏବଂ ଆଗାମୀ ଦିନରେ ଅନବରତ ଭାବରେ ବିକାଶ କାର୍ଯ୍ୟ ଜାରି ରହିବ ବୋଲି ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ କହିଥିଲେ।

Read More
{}{}