Hindi News >>Home >>Odisha State

NITI Aayog: ରାଜ୍ୟକୁ ବିକଶିତ କରିବାକୁ ନିତି ଆୟୋଗଙ୍କ ଆଗରେ ୯ ଦାବି ରଖିଲେ ମୋହନ ମାଝି, ଏଠାରେ ଜାଣନ୍ତୁ

NITI Aayog: ଆଜି ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡ଼ିଶାକୁ ‘ବିକଶିତ ଭାରତ’ ମାର୍ଗରେ ଏକ ପ୍ରମୁଖ ଅଂଶୀଦାର ହେବା ଲାଗି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ପକ୍ଷରୁ ୯ଟି ବିଷୟକୁ ନିତି ଆୟୋଗଙ୍କ ଅନୁମୋଦନ ତଥା ଦୃଷ୍ଟିକୁ ଅଣାଯାଇଛି। 

Advertisement
Mohan Majhi places multiple demands at NITI Aayog
Stop
Jagdish Barik|Updated: Jul 27, 2024, 08:18 PM IST
CM Mohan Majhi places multiple demands at NITI Aayog: ଆଜି ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡ଼ିଶାକୁ ‘ବିକଶିତ ଭାରତ’ ମାର୍ଗରେ ଏକ ପ୍ରମୁଖ ଅଂଶୀଦାର ହେବା ଲାଗି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ପକ୍ଷରୁ ୯ଟି ବିଷୟକୁ ନିତି ଆୟୋଗଙ୍କ ଅନୁମୋଦନ ତଥା ଦୃଷ୍ଟିକୁ ଅଣାଯାଇଛି। ଏହି ବିନ୍ଦୁଗୁଡ଼ିକ ମୁଖ୍ୟତଃ ରାଜ୍ୟରେ ବିକାଶ ଭିତ୍ତିଭୂମି,  ଯୋଗାଯୋଗ, ନିଯୁକ୍ତି, ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ଖଣିଜ ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ପ୍ରେରିତ। ଆସନ୍ତୁ ନଜର ପକାଇବା ସେହି ୯ ଦାବି ଉପରେ ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିତି ଆୟୋଗଙ୍କ ଆଗରେ ଉପସ୍ଥାପନ କରିଛନ୍ତି। 
 
1. ବନ୍ଦର ଭିତ୍ତିକ ବିକାଶ ତଥା ନୂଆ ଶିଳ୍ପାଞ୍ଚଳ ପାଇଁ  କେନ୍ଦ୍ର ଅଧୀନରେ ଗଞ୍ଜାମରେ ଥିବା  ୪୩୦୦ ଲୁଣା ଜମି ରାଜ୍ୟକୁ ଫେରାଇବାକୁ ଦାବି କରିଛନ୍ତି ମୋହନ ମାଝି। ସେ କହିଛନ୍ତି, ରାଜ୍ୟରା ୪୮୦ କିଲୋମିଟର ସମୃଦ୍ଧ ଉପକୂଲ ଅଞ୍ଚଳ ରହିଛି। ଲହା ଦକ୍ଷିଣ ପୂର୍ବ ଏସିଆ ଏବଂ ପଡ଼ୋଶୀ ରାଜ୍ୟ ଗୁଡ଼ିକ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି କରୁଛି। ଏଣୁ ରାଜ୍ୟରେ ପ୍ରତିଷ୍ଠିତ ବନ୍ଦର ଯେମିତି ଧାମରା ଓ ଗୋପାଳପୁରରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ  ସୃଷ୍ଟି ହେଲେ ତାହା ବିକାଶକୁ ଅଧିକ ସୁଯୋଗ ଦେବ। ଏଣୁ ଗଞ୍ଜାମରେ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବିସ୍ତୃତ ଜମିକୁ ଫେରାଇବାକୁ ସେ ଦାବି କରିଛନ୍ତି। 
 
2. ଶିଳ୍ପ ଓ ଭିତ୍ତିକ ବିକାଶ ଲାଗି ଶିଳ୍ପ ପାର୍କ, କରିଡର, ବିଦ୍ୟୁତ୍‍ ଗ୍ରୀଡ, ରେଳ, ବିମାନ ସଂଯୋଗ ଭିତ୍ତିଭୂମି ଲାଗି ତ୍ୱରିତ କ୍ଲିୟରାନ୍ସ ଦାବି କରିଛନ୍ତି ଶ୍ରୀ ମାଝି। 
 
3. ପ୍ରକୃତିକ ବିପଦକୁ ମୁକାବିଲା ଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ ସହାୟତା
 
4. ସବୁଜ ଅର୍ଥନୀତିକୁ ସୁଯୋଗ ଦେବାକୁ ଆନ୍ତଃ ରାଜ୍ୟ ସବୁଜ ଶକ୍ତି ପ୍ରବାହ, ଜଳ ସଂରକ୍ଷଣ ପ୍ଲାଣ୍ଟ, ଭାସମାନ ସୌର ଉଦ୍ୟୋଗ ଲାଗି ସହାୟତା ଦାବି 
 
5. ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସ୍ଥାୟୀ ଶାଖା ଓ ଏଟିଏମ୍‍ ସ୍ଥାପନ 
 
6. ଖଣିଜ ସମ୍ପଦ ଭିତ୍ତିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ବିମାନ ଶିଳ୍ପରେ ବ୍ୟବହୃତ ହେଉଥିବା ଆଲଏ ବା ମିଶ୍ରଧାତୁ ଉଦ୍ୟୋଗ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କ ଆଗରେ ଦାବି
 
7. ରାଜ୍ୟରେ ଖଣିଜ ଭିତ୍ତିକ ଅର୍ଥନୀତି ହୋଇଥିଲେ ମଧ୍ୟ ଏଠାରେ ରେଳ ସାନ୍ଧ୍ରତା କମ୍‍ ରହିଛି। ଏହା ଜାତୀୟ ହାରାହାରି ହାରଠାରୁ ଯଥେଷ୍ଟ କମ୍‍। ଏଣୁ ଏ ଦିଗରେ ଚିନ୍ତା କରିବାକୁ ଦାବି କରିଛନ୍ତି କେନ୍ଦ୍ର ସରକାର।
 
8. ପରିବେଶ ସୁରକ୍ଷା ତଥା ରାଜ୍ୟରେ ଜଙ୍ଗଲ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଛନ୍ତି ରାଜ୍ୟ ସରକାର। କାର୍ବନ ଫୁଟ୍‍ପ୍ରିଣ୍ଟ ହ୍ରାସ ତଥା ଏକ ଉତ୍ତମ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନେବାକୁ ଯାଇ କେନ୍ଦ୍ର ଆଗରେ ଦାବି।
 
9. ସେମି କଣ୍ଡକ୍ଟର ଶିଳ୍ପ ସ୍ଥାପନ ପାଇଁ ବିଦେଶୀ ପୁଞ୍ଜିନିବେଶ ଆକର୍ଷଣ ପାଇଁ ଦାବି। ଏହାଦ୍ୱାରା ରାଜ୍ୟରେ ନିଯୁକ୍ତି ବଢ଼ିବ, ରାଜ୍ୟର ପ୍ରଯୁକ୍ତି ବିଦ୍ୟା ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିପାରିବ ବୋଲି ଶ୍ରୀ ମାଝି ଯୁକ୍ତି ଦର୍ଶାଇଛନ୍ତି।
Read More
{}{}