Hindi News >>Home >>Odisha State

CM Mohan Charan Majhi: ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ  ସାଧାରଣ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେଣି। ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ଯମନ୍ତ୍ରୀ ମଧ୍ଯ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ଯ ନାଁ ଅଛି ସରକାରୀ ଆଦବ କାଇଦା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ ।

Advertisement
Mohan Charan Majhi
Stop
Jagdish Barik|Updated: Jun 16, 2024, 08:00 PM IST

ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଥିଲେ। ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ଶାନ୍ତ୍ବନା ଦେଲେ । ଅର୍ଜୁନ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ। ଆଶା, ବିଶ୍ବାସ ଓ ଭରସା ନେଇ ସେ ଫେରିଲେ।

ଗତ ୫ ଦିନ ଧରି ଏହିପରି ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଖୁସି, ଆନନ୍ଦ, ବିଶ୍ବାସ ଓ ଭରସା ନେଇ ଫେରୁଛନ୍ତି। ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି । ନିଜ ବାସଗୃହଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯାଳୟ ପର୍ଯ୍ଯନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି । ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।

୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ  ସାଧାରଣ ଲୋକ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଲେଣି। ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ଯମନ୍ତ୍ରୀ ମଧ୍ଯ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ଯ ନାଁ ଅଛି ସରକାରୀ ଆଦବ କାଇଦା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ଯମନ୍ତ୍ରୀ ।

ପୂର୍ବ ସରକାରରେ ଜଣେ ସାଧାରଣ ଲୋକ ସରକାରଙ୍କ ଏତେ ନିକଟତର ହେବା ସ୍ଵପ୍ନ ଥିଲା । ଆଜି ମୋହନ ମାଝୀଙ୍କ ସରକାରରେ ସାଧାରଣ ଲୋକଟିଏ ମୁଖ୍ଯମନ୍ତ୍ରୀଙ୍କ ନିକଟତର ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇ ପାରୁଛି କିମ୍ବା ତା'ର ସମସ୍ଯା ବିଷୟରେ କହି ପାରୁଛି । ଘରେ, ବାହାରେ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଠି ଭେଟି ପାରୁଛନ୍ତି ଲୋକମାନେ। ସେଥିପାଇଁ ସେମାନଙ୍କ ମନ ଭିତରେ ଅପାର ଆନନ୍ଦ ଓ ଆତ୍ମତୃପ୍ତି ପରିଲକ୍ଷିତ ହେଉଛି । 

ଆଜି ପର୍ଯ୍ଯନ୍ତ କେହି ଜଣେ ବି ହେଲେ ମୁଖ୍ଯମନ୍ତ୍ରୀଙ୍କୁ ନ ଭେଟି ନିରାଶ ହୋଇ ଯାଇ ନାହାନ୍ତି, ସମସ୍ତେ ଶୃଙ୍ଖଳିତ ଭାବେ ଧାଡିରେ ଆସି ମୁଖ୍ଯମନ୍ତ୍ରୀଙ୍କୁ  ଭେଟୁଛନ୍ତି ଓ ଦୁଇପଦ କଥା ହେଉଛନ୍ତି । ମୁଖ୍ଯମନ୍ତ୍ରୀ ଭାବେ ବ୍ଯସ୍ତବହୁଳ ସରକାରୀ କାର୍ଯ୍ଯକ୍ରମ ତଥା ସରକାରୀ ଅଧିକାରୀମାନଙ୍କୁ ଭେଟିବା ଭିତରେ ମଧ୍ଯ ଲୋକଙ୍କ ପାଇଁ ତାଙ୍କ ପାଖରେ ପର୍ଯ୍ଯାପ୍ତ ସମୟ ଅଛି । ସାଧାରଣ ଲୋକଟେ ଆସି ମୁଖ୍ଯମନ୍ତ୍ରୀଙ୍କ ସହ କଥା ହେଉଛନ୍ତି, ଫଟୋ ଉଠାଉଛନ୍ତି, ସେଲଫି ନେଇ ପାରୁଛନ୍ତି । ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା ଦୂରତା ହଟି ଯାଇଛି।

ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଯେତେ ସହଜରେ ମିଶୁଛନ୍ତି, ସେଥିରୁ ସେ ପ୍ରମାଣ କରୁଛନ୍ତି ଯେ ସେ ହେଉଛନ୍ତି ପ୍ରକୃତରେ ତାଙ୍କ ସରକାର ହେଉଛି ଲୋକଙ୍କ  ସରକାର। କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ଯମ ପ୍ରତିନିଧୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସଦସ୍ଯ, ଭିନ୍ନକ୍ଷମ ସମସ୍ତେ ଆସି ମୁଖ୍ଯମନ୍ତ୍ରୀଙ୍କୁ ଆସି ଭେଟୁଛନ୍ତି, ସମସ୍ତେ  ବୋଧେ ଚାହୁଁଥିଲେ ଏପରି ପରିବର୍ତ୍ତନ ।ସସମସ୍ତଙ୍କର ବୋଧେ ଆବଶ୍ଯକତା ଥିଲା ଏପରି ଜଣେ ମୁଖ୍ଯମନ୍ତ୍ରୀଙ୍କର ଯେକି ଲୋକଙ୍କ ସୁଖଦୁଃଖର ହୋଇଥିବେ,  ଲୋକଙ୍କ ସହ ମିଶୁଥିବେ ।

ଲୋକଙ୍କ ଏହି ଭଲପାଇବା ବିଷୟରେ ଗଣମାଧ୍ଯମରେ ପ୍ରତିକ୍ରିୟା ରଖି ମୁଖ୍ଯମନ୍ତ୍ରୀ କହିଲେ ଯେ ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ । ସେମାନଙ୍କୁ ଯେଉଁ ନାୟ ମିଳିବା କଥା ତାହା ମିଳୁ ନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ଯମନ୍ତ୍ରୀ ହୋଇଛି । ତଳ ସ୍ତରର ସମସ୍ଯା କଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳ ସ୍ତରର  ସମସ୍ଯାର ସମାଧାନ ପାଇଁ ବାଟ ଫିଟିବ ।  ତେଣୁ ଲୋକମାନେ ତାଙ୍କ ସ୍ଵଇଚ୍ଛାରେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁ ଥିଲେ, ସେବା ଚାହୁଁ ଥିଲେ, ତେଣୁ ସେମାନେ ପରିବର୍ତ୍ତନ ଆଣିଲେ । ଏ ସରକାର ହେଉଛି ଲୋକଙ୍କ ସରକାର, ମୁଖ୍ଯମନ୍ତ୍ରୀ ମଧ୍ଯ ଲୋକଙ୍କ ମୁଖ୍ଯମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ଯମନ୍ତ୍ରୀ ଆମର, ମୁଖ୍ଯମନ୍ତ୍ରୀ ଆମକୁ ଦେଖାଦେବା ଦରକାର । ଲୋକମାନେ ଏଠାକୁ ଆସୁଛନ୍ତି ମୁଖ୍ଯମନ୍ତ୍ରୀଙ୍କୁ ଟିକେ ଭେଟିବା, କଥା ହେବା ଓ ଗୋଟେ ନୂଆ ଓଡିଶା ଗଢିବାର ଆଶା ନେଇ । ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ଯରେ ଲୋକଙ୍କ ୫୦ ବର୍ଷର ସମସ୍ଯାର ସମାଧାନ ସହିତ ସେମାନଙ୍କ ବିକାଶର ସ୍ଵପ୍ନ ମଧ୍ଯ ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ଯମନ୍ତ୍ରୀ ଦୃଢତାର ସହ କହିଛନ୍ତି ।

ପ୍ରତ୍ଯେକ ସଭା, ସମିତି ଓ କାର୍ଯ୍ଯକ୍ରମରେ ଓଡିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ଜଣେ ଖାଣ୍ଟି ଓଡିଆଭାବେ ତାଙ୍କ ମନରେ ରହିଛି ଓଡିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ଵାଭିମାନ। ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ଯମନ୍ତ୍ରୀ ଭାବେ ପାଇଛୁ ।

Read More
{}{}