Hindi News >>Home >>Odisha State

GST on Kendu Leaves: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ବଡ ଦାବି କଲେ ମୁଖ୍ୟମନ୍ତ୍ରୀ; ଏହି ଜିନିଷ ଉପରୁ ହଟାଇବାକୁ ଚାହୁଁଛନ୍ତି ଜିଏସଟି

GST Withdrawn on Kendu Leaves: କେନ୍ଦୁ ପତ୍ର ଉପରେ ଲଗାଯାଉଥିବା ଜିଏସଟି ହଟାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisement
GST on Kendu Leaves: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଖରେ ବଡ ଦାବି କଲେ ମୁଖ୍ୟମନ୍ତ୍ରୀ; ଏହି ଜିନିଷ ଉପରୁ ହଟାଇବାକୁ ଚାହୁଁଛନ୍ତି ଜିଏସଟି
Stop
Zee Odisha Desk|Updated: Jun 28, 2023, 06:17 PM IST

Odisha CM Letter to Union Finance Minister: ଦ୍ରବ୍ୟ ଏବଂ ସେବା କର ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଖକୁ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁ ପତ୍ର ଉପରେ ଲଗାଯାଉଥିବା ୧୮ ପ୍ରତିଶତ ଜିଏସଟି ହଟାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ସମାଜର ଗରିବ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ କେନ୍ଦୁ ପତ୍ର ବ୍ୟବସାୟରେ ଜଡିତ ଗରିବ ଏବଂ ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। କେନ୍ଦୁ ପତ୍ର ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସଟି ଅପସାରଣ କରାଯିବା ଆବଶ୍ୟକ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ପାଖକୁ ଲେଖା ଯାଇଥିବା ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) କହିଛନ୍ତି ଯେ, କେନ୍ଦୁ ପତ୍ରରେ ୧୮ ପ୍ରତିଶତ ଜିଏସଟି (GST on Kendu Leaves) ଲାଗୁ ହେବା ଦ୍ୱାରା ଏହାର ବ୍ୟବସାୟ ଉପରେ (Kendu Leaves Business in Odisha) ପ୍ରତିକୂଳ ପ୍ରଭାବ ପଡୁଛି। କେନ୍ଦୁ ପତ୍ର ବ୍ୟବସାୟରେ ଜଡ଼ିତ ଲୋକ ଯଥା କେନ୍ଦୁପତ୍ର ତୋଳାଳୀ, ପତ୍ର ବାନ୍ଧୁଥିବା ଲୋକ ଏବଂ ଋତୁକାଳୀନ ଶ୍ରମିକଙ୍କ ଜୀବନ ଜୀବିକା (Kendu Leaves Workers Livelihood) ଉପରେ ପ୍ରଭାବ ପକାଉଛି। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅସୁବିଧା ଉପୁଜିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ (Chief Minister of Odisha) ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦୁ ପତ୍ର ଏକ ଲଘୁ ବନ ଉତ୍ପାଦ (Minor Forest Products of Odisha)। ରାଜ୍ୟରେ ପ୍ରାୟ ୮ ଲକ୍ଷ ଲୋକ କେନ୍ଦୁପତ୍ର ବ୍ୟବସାୟ (Kendu Leaves Workers of Odisha) ସହ ଜଡ଼ିତ। ସେମାନଙ୍କ ଜୀବିକା ନିର୍ବାହ ପାଇଁ କେନ୍ଦୁ ପତ୍ର ବ୍ୟବସାୟ ହେଉଛି ଏକମାତ୍ର ମାଧ୍ୟମ।

ଏହା ବ୍ୟତୀତ ଅଧିକାଂଶ ଆଦିବାସୀ (Tribes of Odisha) ଏବଂ ମହିଳା କେନ୍ଦୁପତ୍ର ବ୍ୟବସାୟରେ ଜଡ଼ିତ ଅଛନ୍ତି। ଯେଉଁମାନେ ସମାଜର ଅତ୍ୟନ୍ତ ଗରିବ ଶ୍ରେଣୀର ଅଂଶ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ୨୦୦୬ ବର୍ଷର ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ନିବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଅଧିନିୟମ (Scheduled Tribes and Other Traditional Forest Dwellers (Recognition of Forest Rights) Act 2006) ଅନୁଯାୟୀ ଦିଆଯାଇଥିବା ଅଧିକାର ଅନୁଯାୟୀ ଆଦିବାସୀ କେନ୍ଦୁ ପତ୍ର ସଂଗ୍ରହ କରିବା କାର୍ଯ୍ୟ କରିଥାନ୍ତି। ଏହି ଉତ୍ପାଦକୁ ଏକତ୍ର କରିବା ଏବଂ ବିକ୍ରୟ କରିବା ପାଇଁ ସେମାନଙ୍କ ପାଖରେ ଅଧିକାର ରହିଛି।

କ'ଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ଦାବି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଗତ ବର୍ଷ ନଭେମ୍ବର ୨୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଖକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ କେନ୍ଦୁପତ୍ର ଉପରେ ଜିଏସଟି ହଟାଇବାକୁ (GST Withdrawn on Kendu Leaf) ଦାବି କରିଥିଲେ ମୁଖ୍ୟମନ୍ତ୍ରୀ। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁଣି ଥରେ ଅନୁରୋଧ କରାଯାଇଛି ଯେ କେନ୍ଦୁ ପତ୍ର ଉପରେ ଲଗାଯାଉଥିବା ଜିଏସଟି ପ୍ରତ୍ୟାହାର କରାଯାଉ।

Read More
{}{}